Below header

ଅଧିକ ସମୟ ଶୋଉଥିଲେ ସତର୍କ ରୁହନ୍ତୁ, ନଚେତ୍‌ ହେବେ ଏସବୁ ବଡ଼ ରୋଗର ଶିକାର

ଆଜିକାଲିର ଯୁବପିଢିଙ୍କ ପାଇଁ ନିଦଜନିତ ସମସ୍ଯା ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଭଲ ନିଦ ନ ହେଲେ ମନ-ମସ୍ତିଷ୍କ ଏବଂ ଶରୀର ଭଲ ରହେ ନାହିଁ। ବୈଜ୍ଞାନିକମାନଙ୍କ ମତରେ ବ୍ଯକ୍ତି କିଛିଦିନ ବିନା ଖାଦ୍ଯରେ ବଞ୍ଚିପାରିବ କିନ୍ତୁ ସଠିକ୍ ନିଦ୍ରା ନ ହେଲେ ଶରୀର ଉପରେ କୁପ୍ରଭାବ ପଡିବ। ନିଦ ନ ଆସିବାର ଅନେକ କାରଣ ରହିଛି। ଯେମିତିକି ଚିନ୍ତା, ସ୍ଲିପଏପ୍ରିୟା, ଟେନସନ ଇତ୍ଯାଦି।ଦୈନନ୍ଦିନ ଜୀବନଚର୍ଯ୍ୟାରେ ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ନିହାତି ଜରୁରୀ । ଶରୀରର ଆବଶ୍ୟକତା ଅନୁସାରେ ନିଦ ନହେଲେ ବହୁ ପ୍ରକାରର ସମସ୍ୟା ହୋଇଥାଏ। ଶୋଇବା ତ ନିହାତି ଜରୁରୀ । କିନ୍ତୁ ଦରକାର ଠାରୁ ଅଧିକ ଶୋଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । କହିବା ଅର୍ଥ ଯେ ଅଧିକ ନିଦ ବି ବହୁ ପ୍ରକାର ରୋଗକୁ ନିମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଶୋଇଲେ ଆମ ଶରୀରକୁ କଣ କ୍ଷତି ପହଂଚିଥାଏ ।

ଯେପରି କମ୍ ଶୋଇବା ଜଣେ ବ୍ୟକ୍ତିଙ୍କ ପାଇଁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିପାରେ, ସେହିଭଳି ଅତ୍ୟଧିକ ନିଦ (୭-୮ ଘଣ୍ଟାରୁ ଅଧିକ) ମଧ୍ୟ ସ୍ୱାସ୍ଥ୍ୟକୁ ଖରାପ କରିପାରେ ।

ପ୍ରାୟତଃ ଆପଣ ଅନେକ ଲୋକଙ୍କୁ ଦେଖିଥିବେ ଯେ ସେମାନେ ବିଳମ୍ବରେ ଉଠନ୍ତି । ଯଦି ଆପଣ ମଧ୍ୟ ଏହିପରି କିଛି ଲୋକଙ୍କ ମଧ୍ୟରେ ଅଛନ୍ତି, ତେବେ ଆଜିଠାରୁ ଆପଣଙ୍କର ଏହି ଖରାପ ଅଭ୍ୟାସକୁ ସୁଧାରି ନିଅନ୍ତୁ । ଜାଣନ୍ତୁ ଆବଶ୍ୟକତାଠାରୁ ଅଧିକ ଶୋଇବା ଦ୍ୱାରା କେଉଁ ସମସ୍ୟାଗୁଡିକ ସୃଷ୍ଟି ହୁଏ …

-ଆବଶ୍ୟକତା ଠାରୁ ଅଧିକ ଶୋଇଲେ ବ୍ୟକ୍ତି ଠାରେ ଡିପ୍ରେସନ ଦେଖାଦେଇଥାଏ । ନିକଟରେ ହିଁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ଶୋଇବା ଫଳରେ ମଣିଷ ଠାରେ ଅଳସୁଆ ଭାବ ବଢିଥାଏ । ଦୈନନ୍ଦିନ କାମରେ ବି ମନ ଲାଗିନଥାଏ । ବେଳେ ବେଳେ ଧୀରେ ଧୀରେ ବ୍ୟକ୍ତି ନିଜକୁ ଅକର୍ମଣ୍ୟ ବୋଲି ଧରିନେଇଥାଏ ।

-ଦୀର୍ଘ ସମୟ ଶୋଇବା ଦ୍ୱାରା ବ୍ୟକ୍ତିର ଶାରୀରିକ କାର୍ଯ୍ୟକଳାପ କମିଯାଏ ଓ ସୁଗାର ଲେଭଲ ବୃଦ୍ଧି ହେବାର ଆଶଙ୍କା ବଢିଥାଏ । ଗବେଷଣା ଅନୁଯାୟୀ, 9 ଘଣ୍ଟାରୁ ଅଧିକ ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶରୀରରେ ଡାଇବେଟିଜ ଅର୍ଥାତ ମଧୁମେହ ହେବାର ଆଶଙ୍କା ବଢିଥାଏ ।

-ଆମେରିକୀୟ ଏକାଡେମୀ ଅଫ୍ ସ୍ଲିପ ମେଡିସିନ୍ ରେ ପ୍ରକାଶିତ ଗବେଷଣା ଅନୁଯାୟୀ, ଅଧିକ ନିଦ ହେବା ଦ୍ୱାରା ହୃଦଘାତର ଆଶଙ୍କା ବଢିଥାଏ । ଏହି ଗବେଷଣା ଅନୁଯାୟୀ, ଯେଉଁ ମହିଳାମାନେ ୯ ରୁ ୧୧ ଘଣ୍ଟା ଶୋଇଥାନ୍ତି, ସେମାନେ ହୃଦଘାତର ସମ୍ଭାବନାକୁ ୩୮ ପ୍ରତିଶତ ବଢିଯାଏ ।

-ଯେଉଁ ଲୋକମାନେ ଏକ ଚେୟାରରେ ବସି ଘଣ୍ଟା ଘଣ୍ଟା କାମ କରନ୍ତି, ଯଦି ସେମାନେ ଦୀର୍ଘ ସମୟ ଶୋଇଥା’ନ୍ତି, ତେବେ ସେମାନଙ୍କର ପିଠି ଯନ୍ତ୍ରଣା, ବେକ, କାନ୍ଧରେ ଯନ୍ତ୍ରଣା ହୋଇପାରେ ।

-ଦୀର୍ଘ ସମୟ ଶୋଇବା ଯୋଗୁଁ ଶାରୀରିକ କାର୍ଯ୍ୟକଳାପ କମ୍ ହୋଇଯାଏ । ବ୍ୟକ୍ତି ଅଧିକାଂଶ ସମୟ ଖାଇବା, ବସିବା କିମ୍ବା ଶୋଇବାରେ ବିତାଇଥାଏ । ଯାହା ଆଗକୁ ଓଜନ ବୃଦ୍ଧି ଓ ମୋଟାପଣକୁ ଆଣିଥାଏ । କେବଳ ଏତିକି ନୁହେଁ, ଏହି କାରଣରୁ ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ବ୍ୟକ୍ତିଙ୍କୁ ବ୍ୟଥିତ କରିବାକୁ ଲାଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.