Below header

ଇମ୍ୟୁନିଟୀ ବଢ଼ାଏ ସପୁରୀ ଜୁସ୍ , ଜାଣନ୍ତୁ ଏହାକୁ ପିଇଲେ କଣ ମିଳେ ଫାଇଦା

ଏହି ଜୁସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଉତ୍ତମ ମେଡିସିନ ଅଟେ । ସପୁରୀ ଜୁସରେ ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ ।

ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନ ଚାହେଁ । ବିଶେଷ କରି ଅତ୍ୟଧିକ ଗରମ ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ଆବଶ୍ୟକ । ଏହିପରି ପରିସ୍ଥିତିରେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ୍ ରହିଥାଏ । ତେବେ ଶରୀରକୁ ଉପକାର କରିଥିବା ସପୁରୀ ଜୁସ୍ ନିହାତି ଆବଶ୍ୟକ । ଏହି ଜୁସ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ପାଇଁ ସବୁଠାରୁ ଉତ୍ତମ ମେଡିସିନ ଅଟେ । ସପୁରୀ ଜୁସରେ ବ୍ରୋମେଲାଇନର ଏକମାତ୍ର ଖାଦ୍ୟ ଉତ୍ସ । ଖରାଦିନେ ଘଟୁଥିବା ଅନେକ ରୋଗର ଚିକିତ୍ସା ପାଇଁ ଏନଜାଇମ ବ୍ୟବହୃତ ହୁଏ । ଏହିପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଜଣାଇବୁ ସପୁରୀ ଜୁସ ପିଇବା ଦ୍ୱାରା କ’ଣ ଲାଭ ମିଳିଥାଏ ।

ସପୁରୀ ଜୁସରେ ଆଇରନ, ଭିଟାମିନ୍ ସି, ମାଙ୍ଗାନିଜ୍, କପର, ଫୋଲେଟ୍, ପୋଟାସିୟମ୍, ଭିଟାମିନ୍ କେ, ଭିଟାମିନ୍ ବି-୬, ଭିଟାମିନ୍ ବି -୧, କ୍ୟାଲସିୟମ୍, ଫସଫରସ୍, କୋଲାଇନ୍, ମ୍ୟାଗ୍ନେସିୟମ୍ ଆଦି ରହିଥାଏ।

ଅନେକ ଲୋକ ଜାଣିପାରନ୍ତି ନାହିଁ ଯେ ସପୁରୀ ରସ ପିଇବା ଦ୍ଵାରା ମୁହଁରେ ବ୍ରଣ ପରି ସମସ୍ୟା ଠାରୁ ମୁକ୍ତି ମିଳିଥାଏ ଏବଂ ତ୍ଵଚା ଉଜ୍ଵଳ ମଧ୍ୟ ହୋଇଥାଏ ।
ଏହି ରସକୁ ପିଇବା ଦ୍ୱାରା ଚର୍ମ ସତେଜ ରୁହେ ଏବଂ କୁଞ୍ଚନ ଦେଖାଯାଏ ନାହିଁ । ଯଦି ଆପଣ ନିୟମିତ ଭାବେ ସପୁରୀ ଜୁସ୍ ପିଅନ୍ତି, ତେବେ ଆପଣଙ୍କ ତ୍ୱଚା ସୁସ୍ଥ ଓ କୋମଳ ରହିବ।

ଅନେକ ଥର କୌଣସି ଫାଷ୍ଟଫୁଡ୍ ଖାଇବା ଦ୍ଵାରା ପେଟ ଭାରୀ ହୋଇଯାଏ ଏବଂ ଯନ୍ତ୍ରଣା ଦିଏ । ଏହିପରି ପରିସ୍ଥିତିରେ ସପୁରୀକୁ ଜୁସ କରି ପିଇଲେ ଆପଣଙ୍କୁ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

ସପୁରୀ ଜୁସରେ ହଜମ ପାଇଁ ଫାଇବର ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ରହିଛି । ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ। ଯଦି ପ୍ରତିଦିନ ଏହି ଜୁସକୁ ପିଅନ୍ତି, ତେବେ ଆପଣଙ୍କ କୋଷ୍ଠକାଠିନ୍ୟ, ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଯିବ ।

ଯେଉଁମାନେ ପ୍ରତିଦିନ ସପୁରୀ ଜୁସ୍ ପିଉଛନ୍ତି ସେମାନଙ୍କଠାରୁ ରୋଗ ଦୂରେଇ ରହିଥାଏ । ଏହି ଜୁସକୁ ପିଇବା ଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହି ଜୁସକୁ ପିଇଉଥିବା ବ୍ୟକ୍ତିଙ୍କୁ ସହଜରେ କୌଣସି ରୋଗ ଛୁଇଁ ପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.