ସାକ୍ଷୀ ହତ୍ୟାକାଣ୍ଡ: ୬୪୦ ପେଜ୍‌ର ଚାର୍ଜସିଟ୍‌ ଦାଖଲ କଲା ଦିଲ୍ଲୀ ପୋଲିସ, ୩୪ ଥର ଛୁରୀ ଭୁସିଥିଲେ ସାହିଲ ଖାନ

ଦିଲ୍ଲୀ ସାକ୍ଷୀ ହତ୍ୟା ମାମଲାରେ ବୁଧବାର ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତ ସାହିଲ ଖାନଙ୍କ ବିରୋଧରେ କୋର୍ଟରେ ୬୪୦ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯାଇଛି।

ଦିଲ୍ଲୀର ଶାହବାଦ ଡାୟରୀ ଅଞ୍ଚଳରେ ସାକ୍ଷୀ ହତ୍ୟା ମାମଲାରେ ବୁଧବାର ପୋଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି। ଦିଲ୍ଲୀ ପୋଲିସ କହିଛି ଯେ ୧୬ ବର୍ଷୀୟା ନାବାଳିକାଙ୍କ ହତ୍ୟାର ଅଭିଯୁକ୍ତ ସାହିଲ ଖାନଙ୍କ ବିରୋଧରେ ୬୪୦ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯାଇଛି।

କହି ରଖୁଛୁ ଯେ ମେ ୨୮ରେ ସାହିଲ ଖାନ ନାବାଳିକାଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହାପରେ ଏକ ବଡ଼ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ ପରଦିନ ଉତ୍ତର ପ୍ରଦେଶର ବୁଲନ୍ଦସହର ନିକଟରୁ ଗିରଫ କରିଥିଲା।

ଅଭିଯୁକ୍ତ ଅତି ନିର୍ଦ୍ଦୟ ଭାବରେ ସାକ୍ଷୀଙ୍କ ଉପରେ ୩୪ ଥର ଛୁରୀରେ ଆକ୍ରମଣ କରିଥିଲେ। ମୃତ୍ୟୁ ପରେ ତାଙ୍କ ଶରୀରର ଅନେକ ହାଡ଼ ଭଙ୍ଗା ଅବସ୍ଥାରେ ମିଳିଥିଲା। ସାହିଲ ସାକ୍ଷୀଙ୍କୁ ଏପରି ଭାବେ ଆକ୍ରମଣ କରିଥିଲେ ଯେ ନାବାଳିକାଙ୍କ ଅନ୍ତନଳୀ ସମେତ ଶରୀରର ଅନେକ ଆଭ୍ୟନ୍ତରୀଣ ଅଙ୍ଗ ପଦାକୁ ବାହାରି ଆସିଥିଲା।

ପୋଲିସର କହିବା ମୁତାବକ, ସାହିଲ ଓ ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। କିନ୍ତୁ କୌଣସି କାରଣ ନେଇ ସେମାନଙ୍କ ମଧ୍ୟରେ ଝଗଡା ହୋଇଯାଇଥିଲା। ଏହାରି ମଧ୍ୟରେ ସାକ୍ଷୀ ନିଜ ସାଙ୍ଗର ଜନ୍ମଦିନରେ ସାମିଲ ହେବାକୁ ଯାଉଥିବା ବେଳେ ସାହିଲ ତାଙ୍କୁ ଗଳିରେ ଅଟକାଇ ଛୁରୀରେ ଆକ୍ରମଣ କରିଥିଲେ। ଏହାପରେ ପଥରରେ ଛେଚି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.