ମାଢି ଫୁଲିବା ଏବଂ ପାଟି ଘା ସମସ୍ୟା ଦୂର କରେ ଡାଳିମ୍ବ ଚୋପା ପାଉଡର, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଡାଳିମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ତାହା ଆମେ ଜାଣିଛେ। ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହେତୁ ଡାଳିମ୍ବକୁ ଡାଳିମ୍ୱକୁ ସୁପରଫୁଡ୍‌ ବୋଲି କୁହାଯାଇଥାଏ। ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍, ଭିଟାମିନ୍ କେ, ସି, ବି, ଆଇରନ୍, ପୋଟାସିୟମ୍, ଜିଙ୍କ୍ ଓ ଓମେଗା-୬ ଫ୍ୟାଟି ଏସିଡ୍ ମଧ୍ୟ ରହିଛି। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁ ଲୋକେ ଏହାକୁ ଖାଇବା ପାଇଁ ପସନ୍ଦ କରିଥା’ନ୍ତି। ତେବେ କେବଳ ଡାଳିମ୍ୱ ମଞ୍ଜି ନୁହେଁ, ଏହାର ଚୋପାରେ ମଧ୍ୟ ଔଷଧୀୟ ଗୁଣ ରହିଛି।  କିନ୍ତୁ ଏହାର ଚୋପା ଯେତିକି ସ୍କିନ ପାଇଁ ଜରୁରୀ, ସେତିକି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ। ଡାଳିମ୍ବ ସହିତ ଏହାର ଚୋପା ମଧ୍ୟ ଆନକ ସ୍ୱାସ୍ଥ୍ୟଜନିତ ସମସ୍ୟାର ରାମବାଣ ଚିକିତ୍ସା। ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାକୁ କେମିତି କରିବେ ବ୍ୟବହାର :

ପାଟି ପାଇଁ:

ଡାଳିମ୍ବ ଚୋପା ମୁହଁର ଦୁର୍ଗନ୍ଧ, ମାଢି ଫୁଲିବା ସମସ୍ୟା, ପାଟି ଘା ସମସ୍ୟା ଦୂର କରିଥାଏ। ଏହାର ଚୋପାକୁ ପାଉଡର ବନାଇ ଏକ ଗ୍ଲାସ ପାଣିରେ ମିଶାଇ ଏଥିରେ କୁଳୁକୁଳି କରନ୍ତୁ। ଫାଇଦା ମିଳିବ।

ହାର୍ଟ ପାଇଁ :

ଡାଳିମ୍ବ ଚୋପାରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏହା ଆପଣଙ୍କୁ ହୃଦୟ ରୋଗରୁ ରକ୍ଷା କରିଥାଏ। ଡାଳିମ୍ବ ଚୋପା ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ ଲେବଲ ଏବଂ ଷ୍ଟ୍ରେସ ଦୂର ହୋଇଥାଏ। ଏଥିରେ ଥିବା ଅକ୍ସିଡେଟିଭ ଷ୍ଟ୍ରେସ ଏବଂ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ଡାଳିମ୍ବ ଚୋପା ପାଉଡର ମିଶାଇ ଏହାକୁ ପିଅନ୍ତୁ।

ସ୍କିନ ପାଇଁ:

ଡାଳିମ୍ବ ଚୋପାରେ ସନ୍‌ ବ୍ଲକିଂ ଏଜେଣ୍ଟ ରହିଥାଏ। ଏହା ଆପଣଙ୍କ ତ୍ୱଚାରେ ହାନିକାରକ ଅତି ବାଇଗଣୀ ରଶ୍ମୀ ଠାରୁ ରକ୍ଷା କରିଥାଏ। ଏହାକୁ ନେଇ ସ୍କିନ କ୍ୟାନସର ବିପଦ କମ୍‌ ହୋଇଥାଏ। ଏହାର ଚୋପାକୁ ବ୍ୟବହାର କରିବା ଦ୍ୱାରା ସନଟ୍ୟାନ୍‌ ମଧ୍ୟ ଦୂର ହୋଇଥାଏ। ତେଣୁ ଖରାରେ ଡାଳିମ୍ବ ଚୋପାକୁ ଶୁଖାଇ ପାଉଡର ବନାଇ ଏହାକୁ ଷ୍ଟୋର କରି ରଖନ୍ତୁ। ଘରୁ ବାହାରିବାର ୨୦ ମିନିଟ୍‌ ପୂର୍ବରୁ ପାଉଡରକୁ ଲୋସନ କିମ୍ବା କ୍ରିମ ସହିତ ମିଶାଇ ଲଗାନ୍ତୁ।

anar

ଡାଳିମ୍ବ ଚୋପା ଆପଣଙ୍କ ତ୍ୱଚାରୁ କୋଲେଜନକୁ ନଷ୍ଟ ହେବାରୁ ରୋକିଥାଏ ଏବଂ ସେଲ୍ସକୁ ବୃଦ୍ଧି କରିଥାଏ। ଏହା ବୟସ ବଢିବା ଏବଂ ତ୍ୱଚାରେ ଭାଙ୍ଗ ହେବା ସଂକେତକୁ କମ୍‌ କରିଥାଏ। ୨ ଚାମଚ ପାଉଡର ନେଇ ସେଥିରେ ଅଳ୍ପ କ୍ଷୀର ମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇବା ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାର ଚୋପା ନ୍ୟାଚୁରାଲ ମଶ୍ଚରାଇଜର ଭଳି କାମ କରିଥାଏ।

ସେହିଭଳି ଥଣ୍ଡା ଦିନେ ଯଦି ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ତେବେ ଆପଣ ଏହି ଚୋପାର ପେଷ୍ଟ ପ୍ରସ୍ତୁତ କରି ଲଗାଇପାରିବେ। ଏହାଦ୍ୱାରା ମୁହଁରୁ ଦାଗ ଦୂର ହୋଇଥାଏ। ଡାଳିମ୍ବ ଚୋପାକୁ ସନସ୍କ୍ରିନ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିଥାଏ। ଯାହାଫଳରେ ସନ୍‌ ବର୍ଣ୍ଣ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ।

କେଶ ପାଇଁ:

ଡାଳିମ୍ବ ଚୋପା ପାଉଡରକୁ କେଶରେ ଲଗାଇବା ଦ୍ୱାରା କେଶ ଝଡିନଥାଏ। ରୂପି ସମସ୍ୟା ଦୂର ହୋଇଥାଏ। ଡାଳିମ୍ବ ପାଉଡରକୁ ଚୁଟିରେ ଲଗାଉଥିବା ତେଲରେ ମିଶାଇ ଲଗାନ୍ତୁ। ଏହା ଭଲ ଭାବେ ମିଶାଇ କେଶ ମୂଳରେ ଳଗାନ୍ତୁ। କିଛି ସମୟ ପରେ ଚୁଟିକୁ ମାଇଲ୍ଡ ଶାମ୍ପୁରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.