Below header

ବ୍ୟାୟାମ କରିବା ପୂର୍ବରୁ ସେବନ କରନ୍ତୁ ଏସବୁ ଖାଦ୍ୟ, ଆଶ୍ଚର୍ଯ୍ୟଜନକ ଭାବେ କମ୍‌ ହେବ ଓଜନ

ପୁଷ୍ଟିକର ଖାଦ୍ୟ ଓ ରୁଟିନ୍‌ ବ୍ୟାୟାମ ଓଜନ କମାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିଛି ଲୋକ ପୁଷ୍ଟିକର ଆହାର ସେବନ କରୁଥିଲେ ମଧ୍ୟ ଠିକ୍‌ ଉପାୟରେ ଏକ୍ସରସାଇଜ୍‌ କରୁନଥିବାରୁ ସେମାନଙ୍କ ଓଜନ କମିନଥାଏ। ସେହିପରି ଆଉ କିଛି ଲୋକ ସକାଳେ ଓ ସନ୍ଧ୍ୟାରେ ଜିମ୍‌ ଦୌଡ଼ୁଥିଲେ ମଧ୍ୟ ଓଜନ କମୁନଥିବା ଅଭିଯୋଗ କରିଥାନ୍ତି। ଏହା ପଛରେ କେବଳ ଗୋଟିଏ କାରଣ ରହିଛି ତାହା ହେଉଛି ଠିକ୍‌ ଭାବେ ଖାଦ୍ୟ ନ ଖାଇବା ସହ ଠିକ୍‌ ଢଙ୍ଗରେ ଏକ୍ସରସାଇଜ୍‌ ନ କରିବା। ତେବେ ଆଜି ଆସନ୍ତୁ ଜାଣିବା ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟ ଖାଇଲେ ଓଜନ ଜଲ୍‌ଦି କମିଥାଏ…

  • ଯଦି ଆପଣ ଏକ ଘଣ୍ଟାରୁ ଅଧିକ ସମୟ ଏକ୍ସରସାଇଜ୍‌ କରୁଛନ୍ତି ତେବେ ଶରୀର ଓଜନ ଅନୁସାରେ କିଲୋଗ୍ରାମ ପିଛା ଚାରିଗ୍ରାମ କାର୍ବୋହାଇଡ୍ରେଡ୍‌ ସେବନ କରିବା ଆବଶ୍ୟକ। ବ୍ୟାୟାମ କରିବାର ଏକ ଘଣ୍ଟା ପୂର୍ବରୁ କାର୍ବୋହାଇଡ୍ରେଡ୍‌ ଯୁକ୍ତ ଆହାର ସେବନ କରନ୍ତୁ।
  • ବ୍ୟାୟାମ କରିବା ପୂର୍ବରୁ ପନିର ବଟର, କଦଳୀ, ଦହି, ପାସ୍ତା, ଜେଲି ସାଣ୍ଡଓ୍ଵିଚ୍‌ ଆଦି ସେବନ କରିବା ଶରୀର ପାଇଁ ହିତକାରକ ହୋଇଥାଏ।

Related image

  • ସକାଳୁ କେବେ ବି ଖାଲି ପେଟରେ ବ୍ୟାୟାମ କରିବାକୁ ଯାଆନ୍ତୁ ନାହିଁ। କାରଣ ରାତି ସାରା କିଛି ଖାଇନଥିବାରୁ ପେଟ ଖାଲି ରହିଥାଏ। ଏଭଳି ଅବସ୍ଥାରେ ବ୍ୟାୟାମ କରିବା ଦ୍ୱାରା ଶରୀରର ମାଂସପେଶୀ ଉପରେ ଚାପ ପଡ଼ିଥାଏ ଓ ଶରୀର ଅସୁସ୍ଥ ହେବା ଆଶଙ୍କା ରହିଥାଏ।
  • ସେହିପରି ବ୍ୟାୟାମ କରିବା ପୂର୍ବରୁ ଆପଣ ଚାହିଁଲେ ଅଣ୍ଡା, ହାଇ କ୍ୟାଲୋରୀଯୁକ୍ତ ଫଳ, କାରାମେଲ ଓ କ୍ଷୀର କିମ୍ବା ପିନଟ ବଟର ଟୋଷ୍ଟ ବି ଖାଇପାରିବେ।

Image result for weightloss

  • ଏଥିସହ ଶରୀରରୁ ଯେଭଳି ଜଳୀୟାଂଶ ନ କମେ ସେଥିପାଇଁ ପ୍ରଚୁର ପାଣି ପିଅନ୍ତୁ। ବ୍ୟାୟାମ କରିବାର ଦୁଇ-ଚାରି ଘଣ୍ଟା ପୂର୍ବରୁ ଓଜନ ଅନୁସାରେ କିଲୋଗ୍ରାମ ପିଛା ୫ରୁ ୧୦ ମିଲିମିଟର ପାଣି ପିଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.