ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାଉ ମଡକ, ବାର୍ଡ ଫ୍ଲୁ ନେଇ ସନ୍ଦେହରେ ଅଞ୍ଚଳବାସୀ

ଢେଙ୍କାନାଳ(କେନ୍ୟୁଜ୍):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାଉ ମଡକ। ମୃତ କାଉକୁ ନେଇ ତଦନ୍ତ କଲା ପ୍ରାଣୀ ଚିକିତ୍ସା ବିଭାଗ। ଗତ ଦୁଇ ଦିନ ହେଲାଣି କାମାକ୍ଷାନଗର ପୁରୁଣା ସିଆଇ ଅଫିସ ନିକଟରେ ୧୦ରୁ ଅଧିକ କାଉ ମରି ପଡିଲେଣି। ସ୍ଥାନୀୟ ଅଞ୍ଚଳର ଗାଁ ଗହଳିରେ ଥିବା କୁକୁଡାଙ୍କୁ ମଧ୍ୟ ଘୁମା ରୋଗ ଦେଖାଦେଇଛି। ଆମ ଅଞ୍ଚଳରେ ବାର୍ଡ ଫ୍ଲୁ ନାହିଁ, ତଥାପି କାହିଁକି ମରିଲେ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କାମାକ୍ଷାନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି। କୁକୁଡ଼ା ଫାର୍ମ ମାନଙ୍କରୁ ରକ୍ତ ନମୂନା ସଂଗ୍ରହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.