ଘରେ ପନିପରିବା ସରିଯାଇଛି ବୋଲି ବ୍ୟସ୍ତ ହୋଇପଡୁଛନ୍ତିକି, ତେବେ ସହଜରେ ବନାନ୍ତୁ ସ୍ୱାଦିଷ୍ଟ “ବୁନ୍ଦି କରୀ”

କାର୍ତ୍ତିକ ମାସରେ ପନିପରିବାର ଉଚ୍ଚ ଦରକୁ ନେଇ ଆପଣଙ୍କ ଚିନ୍ତା ବଢିଯାଇଛିକି । ଅଥବା ଘରେ ପରିବା ପତ୍ର ସରିଯାଇଛି ଆଉ ଖାଇବାରେ କଣ ବନେଇବେ ଜାଣିପାରୁ ନାହାନ୍ତିକି । ଅଥବା ଘରକୁ ଅତିଥି ଆସିଛନ୍ତି ଆଉ ସେମାନଙ୍କ ପାଇଁ କଣ ନୂଆ ଡ଼ିସ ପ୍ରସ୍ତୁତ କରିବେ ସେନେଇ ଦ୍ବନ୍ଦ୍ବରେ ପଡିଯାଇଛନ୍ତିକି । ତେବେ ଆପଣ ଏତେ ଆଉ ଚିନ୍ତା କରିବା ଦରକାର ନାହିଁ । ଆମେ ଆପଣଙ୍କ ପାଇଁ ଏମିତି ଏକ ରେସିପି ନେଇ ଆସିଛୁ ଯାହାକୁ ଆପଣ ଖୁବ ସହଜରେ ଓ ସୁବିଧାରେ ଘରେ ବନେଇ ପାରିବେ । ଆଉ ସବୁଠୁ ଖାସ କଥା ଏହାକୁ ରୁଟି, ପୁରୀ କିମ୍ବା ଜିରା ରାଇସ ସହିତ ମଜାର ସହ ଖାଇପାରିବେ । ତେବେ ଆସନ୍ତୁ ଲେଖିରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

୧. ଗୋଟେ କପ ବୁନ୍ଦି

୨. ଗୋଟେ ଚାମଚ ଜିରା

୩. ଅଧା ଚାମଚ ଲଙ୍କା ଗୁଣ୍ଡ

୪. ଅଧା ଚାମଚ ହଳଦୀ ଗୁଣ୍ଡ

୫. ଅଧା ଚାମଚ ଧନିଆ ଗୁଣ୍ଡ

boondi curry

୬. ଗରମ ମସଲା

୭. ସ୍ୱାଦ ଅନୁସାରେ ଲୁଣ

୮. ଗୋଟେ ଚାମଚ ଧନିଆ ପତ୍ର

୯. ଦେଢ଼ କପ ପାଣି

୧୦. ଗୋଟେ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ତେଲ ଗରମ କରନ୍ତୁ । ଗରମ ହେବା ପରେ କିଛି ଜିରା ଦିଅନ୍ତୁ । ଜିରା ଫୁଟି ଆସିଲେ ଶୁଖିଲା ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଆଦି ଦିଅନ୍ତୁ ।

୧ରୁ ୨ ମିନିଟ ପାଇଁ ଛାଡି ଦେବା ପରେ ସେଥିରେ ଗୋଟେ ଚାମଚ ପାଣି ଦିଅନ୍ତୁ । ପାଣି ଦେବା ନିହାତି ଜରୁରୀ । ନଚେତ ମସଲା ଲାଗିଯିବ | ପାଣି ଫୁଟି ଆସିଲେ ସେଥିରେ ସାଧା ବୁନ୍ଦି ଦେଇଦିଅନ୍ତୁ । ୫ ରୁ ୬ ମିନିଟ ପାଇଁ ଛାଡି ଦିଅନ୍ତୁ । ଏଭିତରୁ କିଛି ବୁନ୍ଦି ଭାଙ୍ଗିଯିବ ଓ ତରକାରୀ ବହଳିଆ ହୋଇଯିବ । ଏବେ ସେଥିରେ ଲୁଣ ମିଶାନ୍ତୁ । ମନେ ରଖିବେ ବୁନଦୀରେ ଲୁଣ ଥିବ ।

ଫୁଟି ଆସିଲେ ସେଥିରେ ଧନିଆ ପତ୍ର ପକେଇ ଦିଅନ୍ତୁ । ଗ୍ୟାସ ବନ୍ଦ କରି ଏକ ସର୍ଭିଙ୍ଗ ବାଉଲକୁ କାଢି ଦିଅନ୍ତୁ । ଏବେ ଆପଣ ଯାହା ସହିତ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.