Below header

ମିିନିଟରେ ପ୍ରସ୍ତୁତ କରନ୍ତୁ ପୋଦିନା ରାଇସ, ଟେଷ୍ଟ ପୂରା ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

  • ଗୋଟେ ମୁଠା ପୋଦିନା ପତ୍ର
  • ମୁଠାଏ ଧନିଆ ପତ୍ର
  • ୪ଟି ରସୁଣ କୋଲା
  • ୧ ଇଞ୍ଚ ଅଦା
  • ୨ଟି କଞ୍ଚା ଲଙ୍କା
  • ଗୋଟିଏ ପିଆଜ (ଛୋଟ କଟା ହୋଇଥିବା)
  • ୨ ବଡ ଚାମଚ କୋରା ନଡିଆ
  • ୫ଟି ଲବଙ୍ଗ
  • ୧/୨ ଇଞ୍ଚ୍‌ ଡାଲଚିନି
  • ୧/୨ ଛୋଟ ଚାମଚ ଗୋଲମରୀଚ
  • ୨ ଚାମଚ ଘିଅ
  • ୧ ଛୋଟ ଚାମଚ ଜିରା
  • ଗୋଟିଏ ତେଜ ପତ୍ର
  • ଗୋଟିଏ କଟା ଟମାଟୋ
  • ୧/୨ ଆଳୁ
  • ୧/୨ କଦ୍ଦୁକସ୍‌ ହୋଇଥିବା ସିମଲା ଲଙ୍କା
  • ୧/୨ କଟା ଗାଜର
  • ୨ ବଡ ଚାମଚ ମଟର
  • ବିନ୍ସ
  • ୨ କପ୍‌ ପାଣି
  • ୧ ଛୋଟ ଚାମଚ ଲୁଣ
  • ୧ କପ୍‌ ବାସୁମତୀ ଚାଉଳ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ପୋଦିନା ଏବଂ ଧନିଆ ପତ୍ରକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ୩ଟି ରସୁଣର କୋଲା, ଅଦା, ଲଙ୍କା, ୧/୪ ପିଆଜ, ନଡିଆ, ପାନମଧୁରୀ, ୨ଟି ଅଳେଇଚ, ଡାଲଚିନି ଏବଂ ଗୋଲମରୀଚ ମଧ୍ୟ ପକାନ୍ତୁ। ଏବେ ଏହାକୁ ଏକ ପତଳା ପେଷ୍ଟ କରିଦିଅନ୍ତୁ। ଏବେ ପ୍ରେସର କୁକର ନିଅନ୍ତୁ ଏବଂ ସେଥିରେ ଘିଅ ଗରମ କରନ୍ତୁ। ଜିରା ଏବଂ ତେଜ ପତ୍ର ଫୁଟିବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ କଟା ହୋଇଥିବା ପିଆଜ ଏବଂ ଲୁଣ ପକାଇ ଭାଜନ୍ତୁ।

ଏହାପରେ ଟମାଟୋ ପକାଇ ଦିଅନ୍ତୁ। ଏବେ ଏହାକୁ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଆଳୁ, ସିମଲା ଲଙ୍କା, ଗାଜର, ମଟର ଏବଂ ବିନ୍ସ ପକାଇ ବାସ୍ନା ଆସିବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଗ୍ରାଇଣ୍ଡିଂ କରିଥିବା ମିଶ୍ରଣକୁ ସେଥିରେ ପକାଇ ଭାଜନ୍ତୁ। ଏହାପରେ ଆପଣ ୨ କପ୍‌ ପାଣି ଏବଂ ଅଳ୍ପ ଲୁଣ ଏବଂ ଏହାପରେ ଚାଉଳ ପକାଇ ଭଲଭାବେ ମିଶାନ୍ତୁ। ୨-୩ଟି ସିଟି ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମା ଗରମ ପୋଦିନା ରାଇସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.