ପ୍ରକାଶ ପାଇଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ, ୭୦ ହଜାର ୮୫୩ ଜଣ କୃତକାର୍ଯ୍ୟ

ଭୁବନେଶ୍ବର (କେନ୍ୟୁଜ୍‌): ପ୍ରକାଶ ପାଇଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ। ୭୦ ହଜାର ୮୫୩ ଜଣ କୃତକାର୍ଯ୍ୟ। ଗତ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟର ୫୩୯ ଟି କେନ୍ଦ୍ରରେ ହୋଇଥିଲା ଏହି ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା। ରାଜ୍ୟର ୮୫ ହଜାର ୯୨ ଜଣ ଏହି ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ସେଥିରୁ ୮ ହଜାର ୬୨୫ ଜଣ ପରୀକ୍ଷାରେ ଅନୁପସ୍ଥିତି ଥିଲେ। ବୋର୍ଡର ୱେବସାଇଟ www.bseodisha.ac.in ରେ ଉପଲବ୍ଧ ହେଉଛି ରେଜଲ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.