ମୋବାଇଲ୍ ବ୍ୟବହାରକାରୀମାନେ ସାବଧାନ: ଗୀତର ସାହାରା ନେଇ ହ୍ୟାକର୍ସ ଚୋରି କରୁଛନ୍ତି କୋଟି କୋଟି ସ୍ମାର୍ଟଫୋନ ଡାଟା

ଡିଜିଟାଲ ପ୍ଲାଟଫର୍ମ ଯେତେ ଆଗଉଛି, ସେତେ ମାତ୍ରାରେ ବଢ଼ିବାରେ ଲାଗିଛି ଅନଲାଇନ୍ ଫ୍ରଡିଂ। ଏମିତିକି ଏହି ଫ୍ରଡିଂ କରିବା ପାଇଁ ହ୍ୟାକର୍ସମାନେ ନୂଆ ନୂଆ ପନ୍ଥା ଆପଣାଉଛନ୍ତି। ଫୋନର ଅଡିଓ ଫର୍ମାଟରେ ସୁରକ୍ଷା ସମସ୍ୟା ହେତୁ ପ୍ରାୟ ୬୭ ପ୍ରତିଶତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ନିଜର ପ୍ରୋଟେକ୍ସନ ହରାଇଥିଲା। ତେଣୁ ବର୍ତ୍ତମାନ ଆପଣଙ୍କ ପାଇଁ ରହିଛି ଏକ ବଡ଼ ସତର୍କ ଖବର ।

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାରକାରୀମାନେ ସାବଧାନ ହେବା ନିହାତି ଦରକାର। ମିଡିଆ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ ଏକ ନୂଆ ସମସ୍ୟା ଚିହ୍ନଟ ହୋଇଛି। ଏମିତିକି ବର୍ତ୍ତମାନ ଅଡିଓ ଫର୍ମାଟରେ ବା ଗୀତ ମାଧ୍ଯମରେ ଫୋନ୍ ଡାଟା ଚୋରି କରୁଛନ୍ତି ହ୍ୟାକର୍ସ । ସୁରକ୍ଷା ସମସ୍ୟା ହେତୁ ପ୍ରାୟ ୬୭ ପ୍ରତିଶତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ସୁରକ୍ଷା ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଏହି ସୂଚନା ଚେକ୍ ପଏଣ୍ଟ ରିସର୍ଚ୍ଚର ଗବେଷକମାନେ ଏହି ସପ୍ତାହରେ ଦେଇଛନ୍ତି। ତାଙ୍କ କହିବାନୁସାରେ ଗତ ବର୍ଷ ମଧ୍ୟ ସମାନ ସମସ୍ୟା ଘଟିଥିଲା, ତା’ପରେ ଏହାକୁ ଏକ ପ୍ୟାଚ୍ ସହିତ ସମାଧାନ କରାଯାଇଥିଲା। କିନ୍ତୁ ବିପଦକୁ ଏଡ଼ାଇ ଦିଆଯାଇ ନଥିଲା। ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଏହି ସମସ୍ୟାର ଶିକାର ହୋଇପାରେ, ଯାହା ବ୍ୟବହାରକାରୀଙ୍କୁ ବିପଦରେ ପକାଇପାରେ ।

ରିପୋର୍ଟରେ କୁହାଯାଇଛି ଯେ ଆଣ୍ଡ୍ରଏଡ ଫୋନର ଡାଟା ସହଜରେ ଚୋରି ହୋଇପାରେ। ଏହି କାରଣରୁ, ଆକ୍ରମଣକାରୀ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ନିକଟକୁ ଏକ ଗୀତ ବା ମିଡିଆ ଫାଇଲ୍ ପଠାଇ ପାରନ୍ତି ଏବଂ ଯେତେବେଳେ ଗୀତଟି ଫୋନ୍ ବ୍ୟବହାରକାରୀଙ୍କ ଦ୍ୱାରା ବଯାଜିବ ସେହି ମିଡିଆ ଫାଇଲ୍ ସୁବିଧାଜନକ ମିଡିଆ ସେବାରେ କୋଡ୍ ଇଞ୍ଜେକ୍ସନ ଦେଇପାରେ। ଏହା ପରେ ହ୍ୟାକର୍ସ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ନିଜ ଫୋନରେ ଯାହା ସବୁ ଦେଖନ୍ତି ତାହା ଦେଖିପାରିବେ।

ଚେକ୍ ପଏଣ୍ଟ ରିସର୍ଚ୍ଚର ଅନୁସନ୍ଧାନକାରୀମାନେ ଏହି ତ୍ରୁଟି ଚିହ୍ନଟ କରିବା ପାଇଁ ଆପଲ୍ ଲୋସଲେସ୍ ଅଡିଓ କୋଡେକ୍ ବ୍ୟବହାର କରିଥିଲେ। ଚେକ୍ ପଏଣ୍ଟ ରିସର୍ଚ୍ଚର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ସାଇବର କ୍ରାଇମ କରୁଥିବା ଅପରାଧୀକୁ ସ୍ମାର୍ଟଫୋନର କ୍ୟାମେରା ଅପରେଟ କରିବାକୁ ମଧ୍ୟ ସକ୍ଷମ କରାଏ। କେବଳ ଏତିକି ନୁହେଁ, ଏହା ମାଲୱେର୍ ସହିତ ଯେକୌଣସି ମିଡିଆ ଫାଇଲକୁ ଆଟାକ କରିପାରେ।

ଚେକ୍ ପଏଣ୍ଟ ରିସର୍ଚ୍ଚ ତ୍ରୁଟି ବିଷୟରେ ସମସ୍ତ ବିବରଣୀ ମିଡିଆ ଟେକ୍ ଏବଂ କ୍ୱାଲକମ୍ କୁ ପଠାଇଥିଲା, ଯିଏ ଗତ ବର୍ଷ ଡିସେମ୍ବରରେ ନିଜ ନିଜ ସୁରକ୍ଷା ପ୍ୟାଚ୍ ସହିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ତେଣୁ ଆପଣଙ୍କ ଫୋନକୁ ଯଦି କୌଣସି ମିଡ଼ିଆ ଫାଇଲ ଆସୁଛି ତେବେ ଆପଣ ତାକୁ ଓପନ୍ କରନ୍ତୁ ନାହିଁ। ତାକୁ ଖୋଲିବା ପୂର୍ବରୁ ଭଲ ଭାବେ ଜାଣନ୍ତୁ ତାହା ବ୍ୟକ୍ତିଗତ ମିଡ଼ିଆ ଫାଇଲ୍ ନା ଅନ୍ୟ କୌଣସି ମିଡ଼ିଆ ଫାଇଲ୍। କାରଣ ଏବେ ଗୀତ ମାଧ୍ୟମରେ ଫୋନ୍ ଡାଟା ହ୍ଯାକ କରିବାକୁ ଚାହୁଁଛନ୍ତି ହ୍ୟାକର୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.