ନୂତନ ଆଶା ଓ ଉଦ୍ଦୀପନା ଦେଖାଇଛି ତୁଳସୀ ଚାଷ, କମ୍‌ ପରିଶ୍ରମରେ ଭଲ ରୋଜଗାର

ଘଟଗାଁ (କେନ୍ୟୁଜ) : ଯଦି କେଉଁ କାମରେ ଟେନସନ ନଥାଏ ଆଉ ଭଲ ରୋଜଗାର ହେଉଥାଏ ତାହେଲେ ସେହି କାମ ହେଉଛି ଚାଷ କାମ। ନା ଏଥିରେ ଅଛି ଉପାରିସ୍ଥ ଅଧିକାରୀଙ୍କ ଠାରୁ ଗାଳି ଶୁଣିବା ନା ଟାର୍ଗେଟ ପୂରା ନହେବାର ଡର ରହେ ଏଥିରେ। ବାସ୍‌ ନିଜ ଇଚ୍ଛାରେ ବେଶ୍‌ ବଢ଼ିଆ ରୋଜଗାର ମିଳିପାରିବ ଚାଷ କାମରେ। ତେବେ ଏବେ ତ ପାରମ୍ପରିକ ଚାଷ ଛାଡି ଚାଷୀ ଅଣପାରମ୍ପରିକ ଚାଷ କରି ବେସ ଉପକୃତ ହୋଇପାରୁଛନ୍ତି। କମ ସମୟ ଓ କମ ଖର୍ଚ୍ଚରେ ଅଣପାରମ୍ପାରିକ ଚାଷରେ ଅଧିକ ଅମଳ କରିବା ସହ ଚାଷୀ ମାନେ ବେସ ଲାଭବାନ ହେଉଥିବା ଦେଖିବାକୁ ମିଳିଛି। ସେହି ପରି ଜଣେ ଯୁବଚାଷୀଙ୍କ ଔଷଧୀୟ ତୁଳସୀ ଚାଷ ଏବେ ନୂତନ ଆଶା ଓ ଉଦ୍ଦୀପନା ଦେଖାଇଛି ।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କପ୍ତିପଦା ରେମାଳ ସାହିର ମହେଶ୍ୱର ମହାନ୍ତଙ୍କ କଥା। ତୁଳସୀ ଚାଷ କରି ସେ ଅଛନ୍ତି ଏବେ ବେଶ୍‌ ଚର୍ଚ୍ଚାରେ। ମହେଶ୍ୱର ଜଣେ ଶିକ୍ଷିତ ଯୁବକ ହୋଇଥିବା ବେଳେ ଚାଷ ପ୍ରତି ତାଙ୍କର ବେସ ଆଗ୍ରହ ରହିଥିବାରୁ ଚାକିରୀ ପଛରେ ନଗୋଡ଼ାଇ ଚାଷ କରିବାକୁ ମନବଳାଇଲେ। ପ୍ରଥମେ ସମସ୍ତଙ୍କ ପରି ପୈତୃକ ଜମିରେ ଧାନ ଓ ପନିପରିବା ଆଦି ଚାଷ ଆରମ୍ଭ କରିଥିଲେ। ମାତ୍ର ଏଥିରେ ଅଧିକ ପରିଶ୍ରମ ଓ କମ ଲାଭ ହେଉଥିବାରୁ କିଛି ନୂତନ କରିବାକୁ ମନ ବଳାଇଲେ ସେ। ସେଥିପାଇଁ ସେ ରାଜ୍ଯ ବାହାରୁ ମହୁମାଛି ଚାଷର ତାଲିମ ନେଇ ନିଜ ଗାଁରେ ମହୁମାଛି ଚାଷ ଆରମ୍ଭ କରି ସଫଳ ହେବାସହ ଓ ସେଥିରୁ ଭଲ ରୋଜଗାର ମଧ୍ୟ କରିଥିଲେ। ମହେଶ୍ୱର ମହୁମାଛି ଚାଷ ସମ୍ପର୍କରେ ତାଲିମ ଦେବାପାଇଁ ତେଲକୋଇ ଯାଇଥିବା ବେଳେ ସେଠାରୁ ସେ ତୁଳସୀ ଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲେ ଏବଂ ସେଠାରୁ ଚାରା ସଂଗ୍ରହ କରି ଆଣିଲେ।

ଚାରା ଆଣିବା ପରେ ନିଜ ଗାଁରେ ଔଷଧୀୟ ତୁଳସୀ ଚାଷ ଆରମ୍ଭ କରିଥିଲେ। ସେ ଏବେ ୨୫ଶହ ତୁଳସୀ ଗଛ ଲଗାଇଛନ୍ତି। ମହେଶ୍ୱରଙ୍କ କହିବା ଅନୁଯାୟୀ ଏହି ତୁଳସୀ ଗଛ ବେସ ଉପକାରୀତା ହୋଇଥିବାରୁ ଏହାର ବଜାର ମୂଲ୍ଯ ଭଲ ରହିଛି। ଏହି ଚାଷ ରେ ବିଶେଷ ପରିଶ୍ରମ ନଥିବା ବେଳେ କୌଣସି ରାସାୟନିକ ସାର ବ୍ଯବହାର ହୁଏନାହିଁ କିମ୍ବା ପାଣିର ମଧ୍ୟ ବିଶେଷ ଆବଶ୍ଯକତା ପଡେନାହିଁ। ପ୍ରାୟ ତିନି ମାସ ମଧ୍ୟରେ ଏହା ଅମଳ ଉପଯୋଗୀ ହୋଇଥାଏ ଏବଂ ବର୍ଷରେ ଏହାକୁ ତିନିଥର ଅମଳ କରାଯାଇପାରିବ ।

ତେବେ ଏହି ତୁଳସୀ ଲିଟର ପିଛା ୫ ହଜାର ଟଙ୍କାରେ ବିକ୍ରୀ ହୋଇଥାଏ ଏବଂ ୧୦୦ ଟି ଗଛରୁ ଏକ ଲିଟର ତୁଳସୀ ରସ ଉତ୍ପାଦନ ହୋଇଥାଏ। ମହେଶ୍ୱରଙ୍କ ତୁଳସୀ ଚାଷ ଏବେ ବିକ୍ରି ଉପଯୋଗୀ ହୋଇଥିବା ବେଳେ ସେ ଏଥିରୁ ବେସ ଭଲ ରୋଜଗାର କରିବେ ବୋଲି ଆଶା ରଖିଛନ୍ତି। ତେବେ ବେକାର ଯୁବକ ମାନେ ଏହି ଚାଷକୁ ଆପଣାଇଲେ ଭଲ ରୋଜଗାର କରିପାରିବେ ବୋଲି କହିଛନ୍ତି ମହେଶ୍ୱର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.