ସସ୍‌ପେନ୍ସ ଦୂର ହେଲା…କଂଗ୍ରେସରେ ସାମିଲ ହେବାକୁ ମନା କରିଦେଲେ ପ୍ରଶାନ୍ତ କିଶୋର, ଟ୍ଵିଟ୍‌ କରି କହିଲେ, ‘ଭଲ ନେତୃତ୍ୱର ଆବଶ୍ୟକତା ରହିଛି’

କଂଗ୍ରେସରେ ମିଶିବେ ନାହିଁ ପ୍ରଶାନ୍ତ କିଶୋର। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ସାମିଲ ହେବାକୁ ମନା କରି ଦେଇଛନ୍ତି। ସେ ନିଜେ ଏ ନେଇ ଟ୍ଵିଟ୍‌ କରି ଜଣାଇଛନ୍ତି। ଟ୍ଵିଟରରେ ସେ ଘୋଷଣା କରିଛନ୍ତି ଯେ ‘ମୁଁ EAG ରୂପେ ଦଳରେ ଯୋଗଦେବା ଏବଂ ନିର୍ବାଚନ ଦାୟିତ୍ୱ ଗ୍ରହଣ କରିବା ପାଇଁ କଂଗ୍ରେସର ଉଦାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି’। ସେ କହିଛନ୍ତି, ‘କଂଗ୍ରେସକୁ ମୋର ନୁହେଁ, ବରଂ ଭଲ ନେତୃତ୍ୱ ଏବଂ ବଡ଼ଧରଣର ପରିବର୍ତ୍ତନର ଆବଶ୍ୟକତା ରହିଛି’। ସେହିପରି ଦଳର ବରିଷ୍ଠ ନେତା ରଣଦୀପ ସୁରଜେଓ୍ଵାଲା ମଧ୍ୟ ଟ୍ଵିଟ୍‌ କରି ଏ ବିଷୟରେ ଜଣାଇଛନ୍ତି, ଯାହା ପରେ ପ୍ରଶାନ୍ତ କିଶୋରଙ୍କ ଦଳରେ ସାମିଲ ହେବା ନେଇ ଅନିଶ୍ଚିତତା ଦୂର ହୋଇଯାଇଛି। କହି ରଖୁଛୁ, ବିଗତ ଅନେକ ଦିନରୁ ଅନୁମାନ କରାଯାଇ ଆସୁଥିଲା ଯେ ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶି ପାରନ୍ତି।

ତେବେ ରଣଦୀପ ସୁରଜେଓ୍ଵାଲା ଟ୍ଵିଟ୍‌ କରି କହିଛନ୍ତି, ‘ପ୍ରଶାନ୍ତ କିଶୋରଙ୍କ ସହ ବୈଠକ ଏବଂ ଚର୍ଚ୍ଚା ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ଲୋକସଭା ନିର୍ବାଚନ-୨୦୨୪କୁ ନଜରରେ ରଖି ଏକ କମିଠି ଗଠନ କରିଥିଲେ। ପ୍ରଶାନ୍ତଙ୍କୁ ଏହି କମିଟିର ସଦସ୍ୟ ରୂପେ ଦଳରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ମନା କରି ଦେଇଛନ୍ତି’। ସୁରଜେଓ୍ଵାଲା ଆଗକୁ କହିଛନ୍ତି ଯେ ‘ସେ ଦଳକୁ ଦେଇଥିବା ତାଙ୍କର ପ୍ରୟାସ ଏବଂ ପରାମର୍ଶକୁ ଆମେ ପ୍ରଶଂସା କରୁଛୁ’।

prashant2
photo: aajtak

କହି ରଖୁଛୁ, ନିକଟରେ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ପାଖରେ ଏକ ପ୍ରେଜେଣ୍ଟେଶନ ଦେଇଥିଲେ, ଯାହାକୁ ଦୃଷ୍ଟିରେ ରଖି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ କମିଟି ଗଠନ କରିଥିଲେ। ଏହି କମିଟି ବି ନିଜ ରିପୋର୍ଟ ହସ୍ତାନ୍ତର କରିଥିଲା ଏବଂ ଏ ନେଇ ସୋନିଆ ଗାନ୍ଧୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଥିଲା। କମିଟି ସଦସ୍ୟ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେସି ଭେନୁଗୋପାଲ, ରଣଦୀପ ସୁରଜେଓ୍ଵାଲା, ପି ଚିଦାମ୍ବରମ୍‌, ଅମ୍ବିକା ସୋନି, ଜୟରାମ ରମେଶ ଓ ମୁକୁଲ ବାସନିକ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ ଉପରେ ଏକ ବିସ୍ତତ ରିପୋର୍ଟରେ ନିଜର ମତ ରଖିଥିଲେ। ଅଧିକାଂଶ ପରାମର୍ଶ ବ୍ୟବହାରିକ ତଥା ଉପଯୋଗୀ ମିଳିଥିଲା।

prashnat4
photo: aajtak

ରିପୋର୍ଟ ମୁତାବକ, କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ନିଜ ଦମ୍‌ରେ ବିଜେପିକୁ ହରାଇବା ସ୍ଥିତିରେ ନାହିଁ। କେନ୍ଦ୍ରର ଶକ୍ତି ଉପରେ କଂଗ୍ରେସର ଦାବି ସେତେବେଳେ ମଜଭୁତ ହେବ, ଯେତେବେଳେ ଦଳ ନିଜ ଦମ୍‌ରେ ୧୦୦ରୁ ଅଧିକ ଆସନରେ ବିଜୟ ହାସଲ କରିବ। ଏମିତିରେ ପ୍ରଶାନ୍ତ କିଶୋର କଂଗ୍ରେସକୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ ଭଳି ରାଜ୍ୟରେ ସନ୍ଧି ସହିତ ଲୋକସଭା ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ପିକେଙ୍କ ଯୋଜନା ଥିଲା ଯେ କଂଗ୍ରେସକୁ ସେହି ରାଜ୍ୟଗୁଡ଼ିକରେ ସନ୍ଧି ସହିତ ଓହ୍ଲାଇବା ଦରକାର, ଯେଉଁଠି ଆଞ୍ଚଳିକ ଦଳ ମଜଭୁତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.