Below header

ଶୀତ ଦିନେ ତ୍ୱଚାର ରୁକ୍ଷ ପଣ ଦୂର କରିବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ସେରମ

ଅନ୍ୟ ଦିନ ଅପେକ୍ଷା ଶୀତ ଦିନ ମାନଙ୍କରେ ସାଧାରଣତଃ ଅଧିକ ମାତ୍ରାରେ ତ୍ୱଚାର ଯତ୍ନ ନେବା ଦରକାର ପଡିଥାଏ । କାରଣ ଏହି ଦିନ ତ୍ୱଚା ଫାଟିବା ସହ ଏହା ଅଧିକ ରୁକ୍ଷ ହୋଇଯାଏ । ଏହି ସମୟରେ ସ୍କିଂନ କୁ ହେଲଦି ବା ସୁସ୍ଥ ରଖିବା ପାଇଁ ଅନେକ ଜଣ ବହୁ ପ୍ରକାରର ଉପାୟ ମାନ ଅବଲମ୍ବନ କରାଯାଇଥାଏ । ଏଗୁଡିକ ମଧ୍ୟରୁ କିଛି ଫାଇଦା ଦେଉଥିବା ବେଳେ କିଛି ଜମା ବି ଫରକ ପକାଇନଥାଏ । କିନ୍ତୁ ଆପଣ ଯଦି ଘରେ ଏକ ସେରମ ପ୍ରସ୍ତୁତ କରି ତ୍ୱଚାରେ ଲଗାଇବେ ତେବେ ନିହାତି ଭାବେ ଏହା ଆପଣଙ୍କ ସ୍କିନ ପାଇଁ ଉପକାରୀ ହେବ ।

serum

 

ଶୀତ ଦିନେ ଗ୍ଲିସେରିନ ଏକ ଖୁବ ଲାଭକାରୀ ପଦାର୍ଥ ହୋଇଥାଏ । ଯଦି ଆପଣ ଗ୍ଲିସେରିନ, ଗୋଲାପ ଜଳ ଓ କିଛି ଲେମ୍ବୁ ରସ ମିଶାଇ ନିଜ ମୁହଁ ତଥା ଅନ୍ୟ ସ୍ଥାନ ମାନଙ୍କରେ ଲଗାନ୍ତି ତେବେ ଆପଣଙ୍କ ତ୍ୱଚାର ରୁକ୍ଷ ପଣ ଦୂର ହେବା ସହ ମାତ୍ର କିଛି ସମୟ ଭିତରେ ଆପଣଙ୍କ ତ୍ୱଚା ଚମକି ଉଠିବ । ଗ୍ଲିସେରିନରେ ମଇଶ୍ଚରାଇଜର ମାତ୍ରା ଅଧିକ ଥିବା ବେଳେ ଗୋଲାପ ଜଳରେ ଏସ୍ଟିଜେଣ୍ଟର ମାତ୍ରା ଅଧିକ ଥାଏ । ସେହି ସମୟରେ ଲେମ୍ବୁ ଏକ ଭଲ ବ୍ଲିଚିଙ୍ଗ ଭାବେ କାମ କରିଥାଏ । ଆଉ ଏକ ବିଶେଷ କଥା ହେଉଛି ଏହାକୁ ପ୍ରସ୍ତୁତ କରି ଆପଣ କିଛି ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।

ପ୍ରସ୍ତୁତି ମାତ୍ରା:

ପ୍ରଥମେ ୨୦ ମିଲି ଗୋଲାପ ଜଳରେ ୫ରୁ ୬ ବୁନ୍ଦା ଗ୍ଲିସେରିନ ମିଶାନ୍ତୁ । ଏଥିରେ ଫାଳେ ଆକାରର ଲେମ୍ବୁ ଭଲଭାବେ ଚିପୁଡ଼ି ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଯଦି ଚାହିଁବେ ତ ଏଥିରେ କିଛି ଘି-କୁଆଁରୀ ରସ ମଧ୍ୟ ମିଶାଇ ପାରିବେ । ଆପଣଙ୍କ ସ୍କିନ ଯଦି ଅଧିକ ଡ୍ରାଏ ହୋଇଥାଏ ତେବେ ଗ୍ଲିସେରିନର ମାତ୍ରା କିଛିଟା ବଢ଼ାଇପାରନ୍ତି । ତାହା ସହ ଏଥିରେ ଭିଟାମିନ କ୍ୟାପ୍ସୁଲ ମଧ୍ୟ ମିକସ କରିପାରନ୍ତି । ଏହି ସେରମ ଲଗାଇବାର ପ୍ରକୃଷ୍ଟ ସମୟ ରାତିବେଳା ହିଁ ହୋଇଥାଏ । ଭୁଲରେ ବି ଏହାକୁ ଲଗାଇ ଖରାକୁ ବାହାରିବେ ନାହିଁ । ନଚେତ ଏହା ଦ୍ୱରା ତ୍ୱଚା କଳା ପଡିଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.