ମହରାଷ୍ଟ୍ର ମହାଅଭିଯୋଗର ଶୁଣାଣି ନେଇ ଆସନ୍ତାକାଲି ଆସିବ ଫଇସଲା, ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚିଠି ଦାଖଲ କରିବେ କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ):ମହାରାଷ୍ଟ୍ର ମାମଲାରେ ଆସନ୍ତା କାଲି ହେବ ଶୁଣାଣି। ଏହା ସହ ସବୁ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କେନ୍ଦ୍ର, ଫଡନାଭିସ୍‌ ଓ ଅଜିତ୍‌ ପାଓ୍ଵାରଙ୍କୁ ନୋଟିସ୍‌ ଜାରି ହୋଇଛି। ଆସନ୍ତାକାଲି ସକାଳ ସାଢେ ୧୦ଟାରେ ମାମଲାର ଶୁଣାଣି ହେବ। ରାଜ୍ୟପାଳଙ୍କୁ ଫଡନାଭିସ୍‌ଙ୍କ ସମର୍ଥନ ପତ୍ର ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ। ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା ମଧ୍ୟ ତଲବ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମହାରାଷ୍ଟ୍ରରେ ବିଜେପି ସରକାର ଗଠନ ନେଇ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା । ଶିବସେନା, କଂଗ୍ରେସ ଓ ଏନସିପି ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂଘଭୀ ଯୁକ୍ତି ଉପସ୍ଥାପନ କରିଛନ୍ତି। ବିଜେପି ନିକଟରେ ବହୁମତର ଅହଂକାର ଥିଲେ ଆଜି ହିଁ ଫ୍ଳୋର ଟେଷ୍ଟର ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ଶିବଲ। ସମସ୍ତ ନିଷ୍ପତ୍ତି ମଧ୍ୟରାତିରେ ହୋଇଛି। ଏପରିକି ରାଜ୍ୟପାଳ ମଧ୍ୟ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ତାରିଖ ଧାର୍ଯ୍ୟ କରିନାହାନ୍ତି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟପାଳ ବିଜେପି ସହ ମିଶି ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି କହିଛନ୍ତି ଅଭିଷେକ ମନୁ ସିଂଘଭୀ। ସେପଟେ ବିଜେପି ପକ୍ଷରୁ ମୁକୁଲ ରୋହତଗୀ ମାମଲାରେ ଯୁକ୍ତି ରଖିବା ସହ ଆସନ୍ତାକାଲି କାମଚଳା ବାଚସ୍ପତି, ବିଧାୟକଙ୍କ ଶପଥ, ରାଜ୍ୟପାଳଙ୍କ ଭାଷଣ ଓ ସଂଖ୍ୟାଗରିଷ୍ଠତା ପ୍ରମାଣ ହୋଇପାରିବ ବୋଲି କହିଥିଲେ। ତେବେ ସମସ୍ତ ପ୍ରସଙ୍ଗ ପାଇଁ ନୀତି ନିୟମ ଧାର୍ଯ୍ୟ ରହିଛି। ଏଥିପାଇଁ ପ୍ରମାଣ ଓ ଦଲିଲ ଉପସ୍ଥାପନର ଆବଶ୍ୟକତା କହିଥିଲେ ଜଷ୍ଟିସ ରମନ୍ନା। ତେବେ କିପରି ଭାବରେ ସମସ୍ତ ପ୍ରକ୍ରିୟା ହୋଇଥିଲା ତାହା କୋର୍ଟ ଜାଣିବାକୁ ଚାହୁଁଥିବା କହିଛନ୍ଚି ଜଷ୍ଟିସ ଅଶୋକ ଭୂଷଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.