Below header

ମୋ ଇସାରା ନ ଥିଲେ ହଂଗ କଂଗର ଚିହ୍ନ ବର୍ଣ୍ଣ ନଥାନ୍ତା, ଜାଣନ୍ତୁ ଏମିତି କାହିଁକି କହିଲେ ଟ୍ରମ୍ପ

କିଛି ଦିନ ହେବ ହଂଗ କଂଗରେ ଲାଗିଥିବା ବିରୋଧ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଟ୍ରମ୍ଫ ଶୁକ୍ରବାର ପ୍ରକାଶ କରିଛନ୍ତିକି ଯଦି ସେ ନ କହିଥାଏ ତେବେ ଚୀନ ସୈନ୍ୟ ମାତ୍ର ୧୪ ମିନିଟ ଭିତରେ ହଂଗ କଂଗକୁ ସମ୍ପୂର୍ଣ ରୂପେ ନଷ୍ଟ କରିଦେଇଥାନ୍ତେ । ଟ୍ରମ୍ଫ ଏହା ମଧ୍ୟ କହିଛନ୍ତିକି ତାଙ୍କ ପରାମର୍ଶ ଅନୁଯାୟୀ ହିଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ହଂଗ କଂଗ ଠାରେ ଚାଲିଥିବା ଲୋକତନ୍ତ୍ର ସମର୍ଥନକାରୀଙ୍କ ବିକ୍ଷୋଭ ସମୟରେ କୌଣସି ସୈନ୍ୟ ପଠାଇ ନଥିଲେ । ବିରୋଧ ସ୍ଥାନ ବାହାରେ ସି ଜିନପିଙ୍ଗ ଲକ୍ଷାଧିକ ସୈନ୍ୟ ପ୍ରସ୍ତୁତ କରି ରଖିଥିବା ବେଳେ ଭିତରକୁ କିନ୍ତୁ ଯିବା ପାଇଁ ଆଦେଶ ଦେଇ ନଥିଲେ । କହି ରଖିବା ଉଚିତ ହେବକି ୨୦୧୪ ମସିହାରେ ହଂଗ କଂଗ ଠାରେ ଦେଶରେ ଲୋକତନ୍ତ୍ରର ସ୍ଥାପନ ଓ ମତଦାନ ପ୍ରକ୍ରିୟାକୁ ପ୍ରୋତ୍ସାହନ କରିବା ପାଇଁ ଏକ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଥିଲା ।

hong kong

ଏହି ବର୍ଷର ବିରୋଧ ପ୍ରଦର୍ଶନର ମଧ୍ୟ ଏକ ବିଶେଷ କାରଣ ରହିଅଛି । ପ୍ରକୃତରେ ହଂଗ କଂଗ ସରକାର ଏମିତି ଏକ ବିଧେୟକ ପାସ କରିଥିଲେ ଯେଉଁଥିରେ ଲେଖାଥିଲାକି ଯଦି କୌଣସି ବ୍ୟକ୍ତି ଚୀନରେ କୌଣସି ପ୍ରକାରର ଅପରାଧ ଘଟାନ୍ତି ତେବେ ତାଙ୍କ ବିରୋଧରେ ହଂଗ କଂଗ ନୁହେଁ ବରଂ ଚୀନରେ ହିଁ ପଦକ୍ଷେପ ନିଆଯିବ । କିନ୍ତୁ ପରେ ଦୀର୍ଘ ଦିନର ବିରୋଧ ପ୍ରଦର୍ଶନ ପରେ ଏହି ବିଧାୟକ ଟିକୁ ଉଠାଇ ନିଆଯାଇଥିଲ । କିନ୍ତୁ ଏପର୍ଯ୍ୟନ୍ତ ବିକ୍ଷୋପ ଜାରି ରହିଛି । ଡୋନାଲଡ ଟ୍ରମ୍ଫ ଏହା ମଧ୍ୟ କହିଛନ୍ତିକି ଆମେରିକା ପ୍ରଶାସନ ଚୀନକୁ ଚୀନ -ପାକିସ୍ତାନ ଅର୍ଥ କାରବାର ଉପରେ ପ୍ରଶ୍ନ କରିଥିଲେ । ଏହି ଆକଳନରୁ ଜଣା ଯାଇଛିକି ଏଥିନେଇ ଆଗକୁ ପାକିସ୍ତାନ ସରକାରକୁ ଘୋର ଆର୍ଥିକ କ୍ଷତି ସହିବାକୁ ପଡିପାରେ ।

ଏହା ସହ ପଢନ୍ତୁ: ବାସହୀନ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଆମାଜନର ମାଲିକ ଜେମ୍ସ ବେଯୋଶ

ସୂଚନା ମୁତାବକ ଚୀନ-ପାକିସ୍ତାନ ଇକୋନୋମିକ କରିଡରର ଆରମ୍ଭ ୨୦୧୫ ମସିହାରେ ହିଁ କରାଯାଇଥିଲା । ଏବେ ପର୍ଯ୍ୟନ୍ତ ଚୀନ ପାକିସ୍ଥାନରେ ବିଭିନ୍ନ ବିକଶିତ କାର୍ଯ୍ୟ ଗୁଡିକ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । କିଛି ଦିନ ପୂର୍ବେ ତିବତ୍ତୀୟ ଧର୍ମ ଗୁରୁ ଦଳାଇ ଲାମାଙ୍କ ଚୟନ ପ୍ରକ୍ରିୟାନେଇ ଚୀନର ଦାବିକୁ ଆମେରିକା ସରକାର ଖାରଜ କରିଥିଲେ । ଏ ବାବଦରେ ସ୍ପଷ୍ଟ କରିଥିଲେ ଏହି ପ୍ରଶ୍ନ ସଂଯୁକ୍ତ ରାଷ୍ଟ୍ର ସଂଘ ଓ ଅନ୍ୟାନ ଆନ୍ତଜାତୀୟ ସ୍ତରର ସଂଗଠନରେ ଉଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.