ଛତୁକୁ ଦିଅନ୍ତୁ ଏକ ନୂଆ ଟ୍ଵିଷ୍ଟ, ସନ୍ଧ୍ୟା ସମୟରେ ଘରେ ବନାନ୍ତୁ କ୍ରିସପି ‘ମଶରୁମ ପକୋଡା’

ଶୀତ ଦିନ ମାନଙ୍କରେ ସାଧାରଣତଃ କିଛି ଗରମ ଗରମ ଚଟପଟା ଖାଦ୍ୟ ଖାଇବାକୁ ଇଛା ହୋଇଥାଏ । ତେଣୁ କେତେ ଜଣ ଏହି ଦିନରେ ବିଭିନ୍ନ ପ୍ରକାର ବିଶେଷ ଖାଦ୍ୟ ମାନ ମଧ୍ୟ ପ୍ରସ୍ତୁତ କରିଥାନ୍ତି ।  ତେଣୁ ଆପଣଙ୍କ ଶୀତ ସନ୍ଧ୍ୟାକୁ କିଛିଟା ମଜାଦାର କରିବାକୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଟେଷ୍ଟି ମସ୍ରୁମ ପକୋଡା’ । ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

ଆବଶ୍ୟକୀୟ ସାମଗ୍ରୀ :

୧. ମସରୁମ – ୧ କପ

୨. ବ୍ରେଡ କମ ପାଉଡର – ୨ କପ

୩. କଞ୍ଚା ଲଙ୍କା – ୪ଟି

୪. ପିଆଜ – ୨ଟି

୫. ରୋଷଟେଡ଼ କୋବି – ୧ କପ

mushroom pakora

୬. ଚିଜ କ୍ୟୁବ- ୧ କପ

୭. ଲଙ୍କା ଗୁଣ୍ଡ – ୨ ଚାମଚ

୮. ଧନିଆ ପତ୍ର – ଅଧା ଚାମଚ

୯. କର୍ନ ଫ୍ଲୋର ପାଉଡର – ୨ ଚାମଚ

୧୦. ତେଲ – ଆବଶ୍ୟକତା ଅନୁସାରେ

୧୧ . ଲୁଣ – ସ୍ୱାଦ ଅନୁଯାୟୀ

 

mushroom

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ପିଆଜ, ଛତୁ, କଞ୍ଚା ଲଙ୍କା ଆଦିକୁ କାଟି ରଖନ୍ତୁ ।

– ଏବେ ଏକ ପାତ୍ରରେ ସମସ୍ତ ପରିବା, ବ୍ରେଡ଼ କମ ପାଉଡର, କର୍ନ ଫ୍ଲୋର, ଲଙ୍କା ଗୁଣ୍ଡ ଭଲ ଭାବେ ମିଶେଇ ଦିଅନ୍ତୁ ।

– ଏବେ ଚିଜକୁ ମିଶେଇ ଦିଅନ୍ତୁ

– ଏବେ ଏଥିରେ ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ଗୋଳେଇ ଦିଅନ୍ତୁ । ଧ୍ୟାନ ରଖିବେ ଘୋଳ ଟି ଯେମିତି ବିଣ୍ଡା ନ ବାନ୍ଧିଯାଏ ।

– ଏବେ ଚୁଲିରେ ମିଡିୟମ ଅଣ୍ଚାରେ କଡେଇ ବସେଇ ଦିଅନ୍ତୁ । ସେଥିରେ ଦରକାର ଅନୁଯାୟୀ ତେଲ ଦିଅନ୍ତୁ ।

– ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଛତୁ ମିଶ୍ରଣକୁ ଗୋଟି ଗୋଟି କରି ଛାଣି ଦିଅନ୍ତୁ ।

– ଗୋଲଡେନ ବ୍ରାଉନ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ ।

– ପ୍ରସ୍ତୁତ ହୋଇଗଲା ଚାଟୁ ପକୋଡା

– ଏବେ ଏହାକୁ ଚଟଣି କିମ୍ବା ସସ ସହିତ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.