Below header

ତ୍ୱଚା ସହିତ ଶରୀରକୁ ସୁସ୍ଥ ରଖେ କଖାରୁ ସାଲାଡ, କ୍ୟାନସର ସମ୍ଭାବନାକୁ କମ୍‌ କରେ

ଯଦି ଆପଣ ହେଲଦି ଡାଏଟ୍‌ କରୁଛନ୍ତି, ତେବେ ନିଶ୍ଚିତ ଏହାକୁ ସାମିଲ କରନ୍ତୁ। କଖାରୁ ସାଲାଡ ସ୍ୱାଦିଷ୍ଟ ହେବା ସହିତ ବହୁତ ସ୍ୱାସ୍ଥ୍ୟକର ହୋଇଥାଏ। ଏହି ସାଲାଡକୁ ପ୍ରସ୍ତୁତ କରିବା ପାଇଁ କେବଳ କଖାରୁ ନୁହେଁ ବରଂ ଅନ୍ୟ ସାମଗ୍ରୀକୁ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଗ୍ରୀନ ପରିବା ଏବଂ ମସଲା ଇତ୍ୟାଦିକୁ ସାମିଲ କରାଯାଇଥାଏ। ଏହି ସାଲାଡ ଶରୀରରେ ପୋଷଣକୁ ବଢାଇଥାଏ। ଏହା ଦୃଷ୍ଟିଶକ୍ତି ବଢାଇଥାଏ। ତ୍ୱଚାକୁ ହେଲଦି ରଖିବାର କାମ କରିତାଏ। ଏହାସହିତ କ୍ୟାନସର ବିପଦ ମଧ୍ୟ କମ୍‌ ହୋଇଥାଏ। ତେବେ କେମିତି କରିବେ ପ୍ରସ୍ତୁତ:

କିପରି କରିବେ :

କଖାରୁ, ଅଲିଭ ତେଲ, ନିଜ ମନ ପସନ୍ଦର ଗ୍ରୀନ ପରିବା, ଛୋଟ ଛୋଟ କଟା ହୋଇଥିବା ବାଦାମ, ଭିନେଗାର, ମହୁ, ଲୁଣ, ଲଙ୍କା, ମଷ୍ଟର୍ଡ ସସ୍‌, ଖଜୁରୀ ଇତ୍ୟାଦି ଆବଶ୍ୟକ।
କେମିତି କରିବେ : କଖାରୁକୁ ଛୋଟ ଛୋଟ କରି କାଟି ବେକିଂ ପାତ୍ରରେ ରଖି ଏହାକୁ ଅଲିଭ ଅଏଲ ପକାଇ ବେକ୍‌ କରିଦିଅନ୍ତୁ। ୨୫ ମିନିଟ୍‌ ପର୍ଯ୍ୟନ୍ତ ୨୦୦ ଡିଗ୍ରୀ ସିଲସଅସରେ ବେକ୍‌ କରିବେ। ତା’ ପରେ ନିଜ ମନ ପସନ୍ଦରେ ଗ୍ରୀନ ପରିବା କାଟି ରଖନ୍ତୁ। କଖାରୁ ବେକ୍‌ ହୋଇଗଲେ, ବାକି ସବୁ ଜିନିଷକୁ ମିଶାଇ ଦିଅନ୍ତୁ।

pumpkindiet

ଫାଇଦା କ’ଣ:

କଖାରୁ ଫାଇବରରେ ଭରପୂର ରହିଥାଏ। ଏହାକୁ ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ଭୋକ କରେ ନାହିଁ। ଏଥିରେ କ୍ୟାଲୋରୀ ମାତ୍ରା କମ୍‌ ରହିଥାଏ। ଯାହା ଓଜନ କମ୍‌ କରିବାରେ ସହାୟକ ହୁଏ।

କଖାରୁରେ ଥିବା ବିଟା କେରାଟିନ ମାତ୍ରା ଆଖି ପାଇଁ ଫାଇଦାଯୁକ୍ତ ହୋଇଥାଏ। କଖାରୁରେ ଲ୍ୟୁଟିନ ଏବଂ ଜିଙ୍କେଥେସିନ ରହିଥାଏ। ଯାହାର ଆଣ୍ଟିଅକ୍ସିଡାଣ୍ଟ ମୋତିଆବିନ୍ଦୁକୁ ହେବାକୁ ଦିଏନାହିଁ।

କ୍ୟାନସର ସମ୍ଭାବନାକୁ କମ୍‌ କରେ କଖାରୁ। ପ୍ରୋଟେଷ୍ଟ ଏବଂ ଫୁସଫୁସ୍‌ କ୍ୟାନସରକୁ କମ୍‌ କରିଥାଏ। ଏଥିରେ ଥିବା ଭିଟାମିନ ଏ, ସି କ୍ୟାନସର ସହିତ ଲଢିବାକୁ ସାହାଯ୍ୟ କରିଥାଏ।

କଖାରୁ ସଂକ୍ରମଣ, ଭାଇରସ ଏବଂ ଅନ୍ୟ ରୋଗ ସହିତ ଲଢିବାରେ ସହାୟକ ହୁଏ। ସମସ୍ତ ଫଙ୍ଗଲ ଏବଂ ବ୍ୟାକ୍ଟେରିଆଲ ଭାଇରସକୁ ଦୂରେଇ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.