ଘରେ ପାଆନ୍ତୁ ‘ହଟ୍ ଆଣ୍ଡ ସୋର ସୁପ୍‌’ ର ମଜା, ଆଉ ଯିବାକୁ ପଡିବନି ରେସ୍ତୋରାଁ

ସୁପକୁ ଆମେ ସାଧାରଣତଃ ଥଣ୍ଡା ଦିନରେ ପିଇଥାଉ କିନ୍ତୁ କେବଳ ଥଣ୍ଡା ଦିନରେ ନୁହେଁ ସବୁ ଋତୁରେ ଆମେ ସୁପ୍ ପିିଇପାରିବା। ତେବେ ବଜାର ଠାରୁ ଘରେ ବନାଇଥିବା ସୁପ୍ ଅଧିକ ସ୍ୱାଦିଷ୍ଟ ହେବା ସହିତ ହାଇଜେନିକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ହଟ୍ ଆଣ୍ଡ ସୋର ସୁପ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

  • ଗାଜର – ୧ (କଟା ହୋଇଥିବା)
  • ବନ୍ଧା କୋବି – ୧/୨ କପ୍‌
  • ଫୁଲ କୋବି – ୨ କପ୍‌
  • ବିନ୍ସ – ୧/୨ କପ୍‌
  • ପିଆଜ – ୧/୨ କପ୍‌
  • ସିମଲା ଲଙ୍କା – ୧/୨ କପ୍‌
  • ମସରୁମ୍ – ୧/୨ କପ୍‌
  • କଞ୍ଜା ଲଙ୍କା – ୨
  • ଅଦା – ଏକ ଛୋଟ ଚାମଚ
  • ରସୁଣ – ଏକ ଛେ।ଟ ଚାମଚ
  • ସୋୟା ସସ୍ – ୧ ଛୋଟ ଚାମଚ
  • ଧଳା ସିରକା – ଏକ ଛୋଟ ଚାମଚ
  • କର୍ଣ୍ଣ ଫ୍ଲୋର – ୧ ଚାମଚ
  • ପାଣି – ୪ କପ୍‌
  • ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-କଡାରେ ତେଲ କିମ୍ବା ବଟର ଗରମ କରନ୍ତୁ।

-ଏବେ ଏଥିରେ ଅଦା, ରସୁଣ ଏବଂ କଞ୍ଚା ଲଙ୍କା ପକାଇ ଭାଜନ୍ତୁ।

-ଗାଜର, ବିନ୍ସ, ବନ୍ଧା କୋବି, ଫୁଲ କୋବି ପକାଇ ଭାଗନ୍ତୁ ଏବଂ କିଛି ସମୟ ପରେ ମସରୁମ ଏବଂ ସାମନ୍ୟ ପିଆଜ ପକାନ୍ତୁ।

-ଏବେ ପାଣି ପକାଇ ଭଲ ଭାବେ ଫୁଟାନ୍ତୁ ଏବଂ ଏହାସହିତ ଲୁଣ ଏବଂ କଳାମରୀଚ ମଧ୍ୟ ପକାନ୍ତୁ।

-ସୋୟା ସସ୍‌, ଚିଲି ସସ୍ ଏବଂ ଭିନେଗାର ମିଶାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।

-ବଳକା ଥିବା ପିଆଜକୁ ସଜାଇ ଗରମା ଗରମ ସୁପ୍ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.