୫ ମିନିଟରେ ପ୍ରସ୍ତୁତ କରନ୍ତୁ ଲାଲ ଲଙ୍କା ଆଚାର, କେବେବି ଭୂଲି ପାରିବେ ନାହିଁ ସ୍ବାଦ

ଆବଶ୍ୟକୀୟ ସାମଗ୍ରୀ
ଲାଲ ଲଙ୍କା – ଏକ ଗିନା
ସୋରିସ ତେଲ – ଦୁଇ ଚାମଚ
ପାନ ମଧୁରୀ ଗୁଣ୍ଡ – ୨ ଚାମଚ
ପେଶା ହୋଇଥିବା ଧନିଆ – ଏକ ଚାମଚ
ଜୀରା ଗୁଣ୍ଡ – ଏକ ଚାମଚ
ଅମଚର ପାଉଡର – ଏକ ଚାମଚ
ରାଇ ପାଉଡର – ଦେଢ଼ ଚାମଚ
ଲୁଣ – ଦୁଇ ଚାମଚ
ହଳଦୀ ପାଉଡର – ଏକ ଚାମଚ
ହେଙ୍ଗୁ – ୧/୪ ଚାମଚ
ଭିନେଗାର – ଏକ ଟେବୁଲ ସ୍ପୁନ୍
ପ୍ରସ୍ତୁତି ପ୍ରଣାଳୀ
-ପ୍ରଥମେ ଲଙ୍କାକୁ ଦୁଇ କିମ୍ବା ତିନି ଦିନ ଖରାରେ ଶୁଖାଇ ଦିଅନ୍ତୁ। କାରଣ ଲଙ୍କାରେ ନମନିୟତା ଥାଏ ଯାହା ଦ୍ବାରା ଆଚାର ଖରାପ ମଧ୍ୟ ହୋଇପାରେ। ଏଥିପାଇଁ ଖରାରେ ରଖିବା ବହୁତ ଜରୁରୀ।
-ଏହାପରେ ଲଙ୍କାକୁ ଦରଦରା କରି ପେଶି ଦିଅନ୍ତୁ। ତାହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
-ଏବେ ଏକ ପ୍ୟାନରେ ତେଲ ଗରମ ହେବାକୁ ଦିଅନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଯେତେବେଳେ ତେଲ ଥଣ୍ଡା ହୋଇଯିବ ସେତେବେଳେ ହେଙ୍ଗୁ ପକାଇ ଚଲାନ୍ତୁ। ଏବେ ସେଥିରେ ସବୁ ମସଲା ପକାଇ ଦିଅନ୍ତୁ। ଏବେ ଏହାକୁ ଗୋଳାଇ ଦିଅନ୍ତୁ।
-ଏବେ ସେଥିରେ ପେଶା ହୋଇଥିବା ଲଙ୍କାକୁ ପକାଇ ଭଳ ଭାବେ ମିଶାଇ ଦିଅନ୍ତୁ। ଆପଣଙ୍କ ଲଙ୍କା ଆଚାର ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି।
– ଯଦି ଆପଣ ଏହାକୁ ବହୁତ ଲମ୍ବା ସମୟ ଧରି ରଖିବାକୁ ଚାହୁଁଛନ୍ତି ତେବେ ସେଥିରେ ଭିନେଗାର ପକାନ୍ତୁ। ସେଥିରେ ଗୋଟିଏ ଚାମଚ ଭିନେଗାର ପକାନ୍ତୁ
-ସବୁବେଳେ ଆଚାର ଉପରେ ତେଲ ରହିବା ଆବଶ୍ୟକ।
-ଆଚାରକୁ ଏକ କଣ୍ଟେନରେ ରଖି ଦିଅନ୍ତୁ। ଏବଂ ଦୁଇ ତିନି ଦିନ ପର୍ୟ୍ୟନ୍ତ ଖରାରେ ଶୁଖାଇ ଦିଅନ୍ତୁ।