ଓଡ଼ିଶାରେ ତ୍ରିପୁରା ଭଳି ଫଳାଫଳ ହେବ ! କାହିଁକି ଏପରି କହିଲେ ମୋଦି ? ପଢନ୍ତୁ ତ୍ରିପୁରାର ପୁରା ଗଣିତ

ଭୁବନେଶ୍ବର : ଓଡ଼ିଶାରେ ତ୍ରିପୁରା ଭଳି ଫଳାଫଳ ହେବ। ମେଁ ଭି ଚୌକିଦାର ପ୍ରଚାର କାର୍ଯ୍ୟକ୍ରମରେ ଏହି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ୨୦୧୮ରେ ତ୍ରିପୁରାରେ ୨୫ ବର୍ଷର ବାମ ସରକାରକୁ ହଟାଇ କ୍ଷମତାକୁ ଆସିଥିବା ବିଜେପି। ୨୦୧୩ରେ ତ୍ରିପୁରାରେ ବିଜେପି ସ୍ଥିତି ଶୂନ ଥିଲା।

୨୦୧୩ରେ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ପାଇଥିଲା ୧.୫ ପ୍ରତିଶତ। ୨୦୧୮ ନିର୍ବାଚନରେ ବିଜେପି ପାଇଥିଲା ୪୩.୫୯ ପ୍ରତିଶତ ଭୋଟ୍‌ । ପାଇଥିଲା ୩୫ଟି ସିଟ୍‌। ୨୦୧୩ ନିର୍ବାଚନରେ ସିପିଏମ୍‌ ୪୮ ପ୍ରତିଶତ ଭୋଟ ପାଇ ଜିତିଥିଲା ୪୯ ସିଟ୍‌। ୨୦୧୮ରେ ସିପିଏମ୍‌ ହାରିଥିଲେ ସୁଦ୍ଧା ଭୋଟ୍‌ ହାରରେ ବିଶେଷ କମିନଥିଲା। ୨୦୧୮ ମିଳିଥିଲା ୪୨.୭ ପ୍ରତିଶତ ଭୋଟ୍‌। କିନ୍ତୁ ସିଟ୍‌ ୪୯ରୁ ୧୬କୁ କମିଗଲା। ଏହି ପରିବର୍ତ୍ତନର ଦୁଇଟି ମୂଳ କାରଣ ଥିଲା, ବିଜେପିର ଆଞ୍ଚଳିକ ଦଳ ସହ ମେଣ୍ଟ। ଦ୍ୱିତୀୟ କଂଗ୍ରେସର ମୂଳପୋଛ। ୨୦୧୩ରେ କଂଗ୍ରେସକୁ ମିଳିଥିଲା ୩୬.୫ ପ୍ରତିଶତ ଭୋଟ୍‌। ଜିତିଥିଲା ୧୦ ସିଟ୍‌। କିନ୍ତୁ ୨୦୧୮ରେ ଭୋଟ ହାର ୩୬.୫ ପ୍ରତିଶତରୁ ଖସି ପହଞ୍ଚିଥିଲା ୧.୮ ପ୍ରତିଶତରେ। ପ୍ରାୟ ୩୫ ପ୍ରତିଶତ କଂଗ୍ରେସ ଭୋଟ୍‌, ବିଜେପି ଆଡେ ଢଳିଥିଲା । ଏହାସହ ୨୦୧୮ରେ ବିଜେପିର ଆଞ୍ଚଳିକ ଦଳ ସହ ମେଣ୍ଟ ଫାଇଦା ଦେଲା।

୨୦୧୩ରେ ଆଞ୍ଚଳିକ ଦଳ ଆଇଏନ୍‌ପିଟି ୭.୬ ପ୍ରତିଶତ ଭୋଟ୍‌ ପାଇଥିଲା। ଗୋଟିଏ ବି ସିଟ୍‌ ଜିତିନଥିଲା। କିନ୍ତୁ ୨୦୧୮ରେ ଆଞ୍ଚଳିକ ଦଳ ଆଇପିଏଫ୍‌ଟି ସହ ମେଣ୍ଟ କରିଥିଲା ବିଜେପି। ଆଇପିଏଫଟି ୭.୫ ପ୍ରତିଶତ ଭୋଟ୍‌ ମିଳିଥିଲା। ଯାହା ବିଜେପିର ବିଜୟ ପଥକୁ ସୁଗମ କଲା। ଶୂନରୁ ଆସି ସରକାର ଗଠନ କରିଦେଲା ବିଜେପି । ୨୦୧୯ରେ କଣ ତ୍ରିପୁରା ଭଳି ଓଡ଼ିଶାରେ ବିଜେଡିର ଭୋଟ ପ୍ରତିଶତ କମିବ। ଓଡ଼ିଶାରେ କଣ କଂଗ୍ରେସ ମୂଳପୋଛ ହେବ। ତ୍ରିପୁରା ଭଳି ବିଜେପିର ଭୋଟ ପ୍ରତିଶତ ଅଧିକ ୪୦ ପ୍ରତିଶତ ବଢିବ। ଓଡ଼ିଶାରେ କିନ୍ତୁ ତ୍ରିପୁରା ଭଳି କୌଣସି ଆଞ୍ଚଳକି ଦଳ ସହ ମେଣ୍ଟ କରିନାହିଁ ବିଜେପି । ଏଭଳି ସ୍ଥିତିରେ ତ୍ରିପୁରା ରେଜଲ୍ଟ ଓଡ଼ିଶାର ପ୍ରତିଫଳତି ହେବ ସେ ସମ୍ଭାବନା କେତେ। ନବୀନ କହିଛନ୍ତି, ୨୦୧୯ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ। ଫଳାଫଳରେ ଦେଖିବେ ବିଜେଡି ଭଲ ପ୍ରଦର୍ଶନ କରିବ।

୨୦୧୪ ପରେ ରାଜ୍ୟରେ ଗୋଟିଏ ଉପ ନିର୍ବାଚନ, ବିଜେପୁର ପାଇଁ ହୋଇଥିଲା । ୨୦୧୪ରେ ବିଜେପୁର ଜିତିଥିଲା କଂଗ୍ରେସ। କିନ୍ତୁ ୨୦୧୮ ଉପ ନିର୍ବାଚନରେ ମୂଳପୋଛ ହେଲା କଂଗ୍ରେସ । ସେତେବେଳେ କଂଗ୍ରେସର ସବୁ ଭୋଟ୍‌ କିନ୍ତୁ ବିଜେଡି ପାଖକୁ ଯାଇ ଥିଲା। ଦ୍ୱିତୀୟ ସ୍ଥାନକୁ ବିଜେପି ଆସିଥିଲେ ମଧ୍ୟ, ବିଜେଡିଠାରୁ ବହୁ ପଛରେ ରହିଯାଇଥିଲା। ତ୍ରିପୁରାଠାରୁ ଓଡ଼ିଶାର ଗଣିତ ସଂପୂର୍ଣ୍ଣ ଭିନ୍ନ। ଏଠାରେ ଯଦି କଂଗ୍ରେସ ଭୋଟ ହାର କମୁଛି ତେବେ ତାର ଫାଇଦା ବିଜେଡିକୁ ଯାଉଛି । ତେଣୁ ତ୍ରିପୁରା ଭଳି ଓଡ଼ିଶାରେ ଫଳାଫଳ ସମ୍ଭାବନା କ୍ଷୀଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.