Below header

ମାତ୍ର ଗୋଟିଏ ଚୁଟକି ଲୁଣ ଆପଣଙ୍କୁ କରିପାରେ ଧନୀ : ଜାଣନ୍ତୁ କେମିତି କରିବେ ବ୍ୟବହାର

ତନ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ଲୁଣର ବ୍ୟବହାର ବିଶେଷ ମହତ୍ବ ରଖେ । ବାସ୍ତୁ ଅନୁସାରେ ଲୁଣରେ ଅଜବ ଶକ୍ତି ଅଛି ଯାହା ନା କେବଳ ଆପଣଙ୍କ ଘରକୁ ସକରାତ୍ମକ ଉର୍ଜାରେ ଭର୍ତ୍ତି କରିଦେଇଥାଏ ବରଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ ।

– ନଜର ଦୋଷ ଛଡାଇବା ପାଇଁ ମଧ୍ୟ ଲୁଣର ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ସଦସ୍ୟଙ୍କୁ ନଜର ଲାଗିଯାଇଛି ତେବେ ଗୋଟିଏ ଚୁଟକି ଲୁଣ ନେଇ ତିନି ଥର ତାଙ୍କ ଉପରେ ବୁଲାଇ ବାହାରେ ଫିଙ୍ଗିଦିଅନ୍ତୁ। ଏହା ଦ୍ବାରା ନଜର ଦୋଷ ଦୂର ହୋଇଥାଏ ।

– ବାସ୍ତୁ ବିଜ୍ଞାନ ଅନୁସାରେ ଏକ କାଚ ଶିଶିରେ ଲୁଣ ଭର୍ତ୍ତି କରି ଶୌଚାଳୟ ସାମ୍ନାରେ ରଖନ୍ତୁ । ଏହା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଲୁଣ ଏବଂ ଶିଶି ଉଭୟ ରାହୁଙ୍କ ବସ୍ତୁ ଏବଂ ରାହୁଙ୍କ ନକରାତ୍ମକ ପ୍ରଭାବକୁ ଦୂର କରିବାରେ ସାହାଯ୍ୟ କରିଥାଏ । ରାହୁଙ୍କୁ କୀଟାଣୁରୋଧୀ ବୋଲି ମଧ୍ୟ କୁହାଯାଏ । ଯାହା ଦ୍ବାରା ଘରେ ସୁଖ ସମୃଦ୍ଧି ଏବଂ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ।

– କାଚର ଏକ ବାସନରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖିବା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ରାହୁ,କେତୁ ଦଶା ଚାଲୁଥିଲେ କିମ୍ବା ମନରେ ଖରାପ ଭାବନା କିମ୍ବା ଡର ରହୁଥିଲେ ଏହି ପ୍ରୟୋଗ ଖୁବ୍ ଲାଭଦାୟକ ହୋଇଥାଏ ।

– ଲୁଣକୁ ଲାଲ୍ ରଙ୍ଗର କପଡାରେ ବାନ୍ଧି ଘରର ମୁଖ୍ୟ ଦ୍ବରରେ ଲଗାଇବା ଦ୍ବାରା ଖରାପ ଆତ୍ମା କିମ୍ବା ଖରାପ ଶକ୍ତି ପ୍ରବେଶ କରିନଥାଏ । ବ୍ୟବସାୟରେ ଉନ୍ନତି ପାଇଁ ନିଜ ସଂସ୍ଥାର ମୁଖ୍ୟ ଦ୍ବାରରେ ଏବଂ ସିନ୍ଧୁକ ଲଗାଇବା ଲାଭଦାୟକ ହୋଇଥାଏ । ଲୁଣର ଏପରି ବ୍ୟବହାର ଦ୍ବାରା ବ୍ୟବସାୟରେ ଲାଭ ଦାୟକ ହୋଇଥାଏ ଏବଂ ବ୍ୟକ୍ତି ଧନୀ ହୋଇଥାଏ ।

– ସପ୍ତାହକୁ ଗୋଟିଏ ଦିନ ପାଣିରେ ଗୋଟିଏ ଚୁଟକି ଲୁଣ ପକାଇ ପିଲାଙ୍କୁ ଗାଧୋଇବା ଦ୍ବାରା ନଜର ଦୋଷ ଦୂର ହୋଇଥାଏ । ଏହା ସହ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.