Below header

ଆଜିଠାରୁ ସାଉଥମ୍ପଟନରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ

ଆଜିଠାରୁ ସାଉଥମ୍ପଟନରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ଚତୁର୍ଥ ଟେଷ୍ଟ । ତୃତୀୟ ଟେଷ୍ଟରେ ବୃହତ ବିଜୟ ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ଚତୁର୍ଥ ଟେଷ୍ଟ ଜିତି ସିରିଜକୁ ୨-୨ରେ ବରାବର ରଖିବାକୁ ପଡିଆକୁ ଓହ୍ଲାଇବ ବିରାଟ ଆଣ୍ଡ କୋ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ଦମଦାର ଫର୍ମରେ ରହିଛି । ପୂର୍ବ ତ୍ରୁଟି ସୁଧାରି ମ୍ୟାଚ ଜିତି ସିରିଜକୁ ଆଗୁଆ କବଜା କରିବାକୁ ଚାହିଁବ ଇଂଲଣ୍ଡ ବାହିନୀ । ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର କ୍ରିସ୍ ଓ୍ଵକ୍ସ ଏବଂ ଓଲି ପପଙ୍କୁ ଦଳରୁ ବାଦ ଦିଆଯାଇଛି । ସେହିପରି ଅଲରାଉଣ୍ଡର ମୋଇନ ଅଲ୍ଲୀ ଓ ସାମ କରାନଙ୍କୁ ଦଳରେ ସାମିଲ କରାଯାଇଛି । ପାଞ୍ଚ ଟିକିଆ ସିରିଜରେ ଭାରତ ୨-୧ରେ ପଛୁଆ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.