ମାତ୍ରାଧିକ କିସମିସ ଖାଇଲେ ଦେଖାଦେଇପାରେ ଏହି ସବୁ ସମସ୍ୟା, ହୋଇଯାନ୍ତୁ ସତର୍କ

ନିୟମିତ କିସମିସ ଖାଇଲେ ଶରୀରକୁ ଅନେକ ଉପକାରୀ ତତ୍ତ୍ୱ ମିଳିଥାଏ । କିଷମିସରେ ଆଇରନ, ପୋଟାସିୟମ, ଭିଟାମିନ-ବି, କ୍ୟାଲସିୟମ, ମ୍ୟାଗନେସିୟମ, ଫାଇବର ଆଦି ଉପାଦାନ ମିଳିଥାଏ । ଶରୀର ଗରମ ରହୁଥିବାରୁ ଏହାକୁ ଅଧିକାଂଶ ଲୋକ ଶୀତ ଋତୁରେ ଖାଇଥାନ୍ତି । ଏନିମିଆ ବା ରକ୍ତହୀନତାରୁ ହିଁ କିସମିସ ରକ୍ଷା କରିଥାଏ । ସ୍ୱାଦିଷ୍ଟ ହୋଇଥିବାରୁ ପିଲାମାନେ ବି ଏହାକୁ ଖୁବ ଖାଇଥାନ୍ତି | କିନ୍ତୁ ଅଧିକ ମାତ୍ରରେ କିସମିସ ଖାଇଲେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକେଇଥାଏ ।

ଓଜନ ବଢିଥାଏ:

ଯଦି ଆପଣ ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଭୁଲରେ ବି କିସମିସ ଖାଇବା ଉଚିତ ନୁହେଁ । କାରଣ ଏଥିରେ ଫରୁକଟୋଜ ଭରପୁର ମାତ୍ରରେ ଥାଏ । ଯାହାକି ଓଜନ ବଢ଼ାଇଥାଏ ।

raisins

ବାନ୍ତି ଓ ଡ଼ାଇରେରିଆ:

ଅଧିକ କିସମିସ ଖାଇଲେ ବାନ୍ତି ସମେତ ଡ଼ାଇରେରିଆ ସମସ୍ୟା ଉପୁଜେ । ଯଦି ଆପଣଙ୍କ ପାଚନ ତନ୍ତ୍ରରେ କୌଣସି ଅସୁବିଧା ଥାଏ ବା ପାଚନ ତନ୍ତ୍ର ଦୁର୍ବଳ ଥାଏ ତେବେ କିସମିସ ଠାରୁ ଦୁରେଇ ରୁହନ୍ତୁ ।

ହୃଦରୋଗୀ:

ଏଧରଣର ରୋଗୀ ମାନେ ବି କିସମିସ ଠାରୁ ଦୁରେଇ ରହିବା ଉଚିତ । କାରଣ ଏଥିରେ ଅଧିକ ଟ୍ରାଇଗ୍ଲିସରାଇଡିଶ ଥାଏ | ଯାହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ନୁହେଁ ।

ଆଲର୍ଜି:

ଯେଉଁ ମାନଙ୍କର ଆଲର୍ଜି ଥାଏ ସେମାନେ ବି କିସମିସ ଖାଇବା ଉଚିତ ନୁହେଁ । ନଚେତ କୁଣ୍ଡାଇହେବା, ରାଶେଜ ପରି ସମସ୍ୟା ଉପୁଜିଥାଏ | ଯଦି ବି ଖାଇବେ କିନ୍ତୁ ପରିମାଣ କମ ରଖିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.