NASA ଜାରି କଲା ବୃହସ୍ପତି ଗ୍ରହର ଅଦ୍ଭୁତ ଫଟୋ, ଉତ୍ତର ଏବଂ ଦକ୍ଷିଣ ଅରୁଣୋଦୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା(NASA)’ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବୃହସ୍ପତି ଗ୍ରହର ଅଦ୍ଭୁତ ତଥା ରୋମାଞ୍ଚିତ କରି ଦେଲା ଭଳି ଏକ ଫଟୋ ଶେୟାର କରିଛି। ନାସାର Hubble Space Telescope ନାମକ ଇନ୍‌ଷ୍ଟା ଆକାଉଣ୍ଟରୁ ଶେୟାର କରାଯାଇଥିବା ଏହି ଫଟୋରେ ବୃହସ୍ପତି ଗ୍ରହର ଉତ୍ତର ଏବଂ ଦକ୍ଷିଣ ଅରୁଣୋଦୟ(Aurora: ଚୁମ୍ବକୀୟ ମେରୁ ଉପରେ ରାତି ଆକାଶରେ ପରିଦୃଷ୍ଟ ଆଲୋକର ଧାରା) ଦେଖିବାକୁ ମିଳୁଛି।

ଆଶ୍ଚର୍ଯ୍ୟର କଥା, ସୋସିଆଲ ମିଡିଆରେ ଏହି ଫଟୋ ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରୁଛି, ତାହା ୨୩ ବର୍ଷ ପୁରୁଣା। ନାସା, ଏହି ଫଟୋର କ୍ୟାପସନ ଲେଖିଛି ଯେ ‘ଏହି ଫଟୋ ୨୩ ବର୍ଷ ପୂର୍ବେ ଏହି ମାସରେ ଜାରି କରାଯାଇଥିଲା। ବୃହସ୍ପତିର ଉତ୍ତର ଏବଂ ଦକ୍ଷିଣ ଅରୁଣୋଦୟର ଏହି ଦୃଶ୍ୟକୁ ହବଲ୍‌ ଦ୍ୱାରା ଅତିବାଇଗଣୀ ରଶ୍ମୀରେ ନିଆଯାଇଥିଲା। ଅରୁଣୋଦୟ ବୃହସ୍ପତିର ଉତ୍ତର ବାତାବରଣରେ ଆଲୋକର ବଢ଼ିଆ ଯବନିକା ଅଟେ’। ଏହି ଫଟୋକୁ ଏ ପର୍ଯ୍ୟନ୍ତ ୧ ଲକ୍ଷ ୧୭ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।

 

View this post on Instagram

 

A post shared by Hubble Space Telescope (@nasahubble)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.