Below header

ଥଣ୍ଡାରୁ ଆପଣଙ୍କ ତଣ୍ଟି ବସିଯାଇଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଋତୁ ପରିବର୍ତ୍ତନ ହେଲେ ଶରୀରରେ ମଧ୍ୟ ବିଭିନ୍ନ ପରିବର୍ତ୍ତନ ଆସିଥାଏ । ଯେମିତିକି ଖରାଦିନେ ଅତ୍ୟଧିକ ଝାଳ ବୋହିବା, ଘିମିରି ହେବା, ବର୍ଷା ଏବଂ ଶୀତ ଦିନେ ଥଣ୍ଡା, କାଶ ଆଦି ବିଭିନ୍ନ ରୋଗ ଦେଖାଦେଇଥାଏ । ଯାହାକୁ ନେଇ ବିଭିନ୍ନ ସମସ୍ୟା ଉପୁଜିଥାଏ । ଏହି ସବୁ ସମସ୍ୟା ମାନଙ୍କ ମଧ୍ୟରେ ତଣ୍ଡି ବସିବା ସମସ୍ୟା ଅନ୍ୟତ୍ତମ । ଏହି ସମସ୍ୟାରେ ପ୍ରାୟତଃ ସମସ୍ତେ ସମ୍ମୁଖୀନ ହୋଇଥାନ୍ତି ।ଯାହା ଏତେ ଶିଘ୍ର ପାଖ ଛାଡିଯାଇନଥାଏ । ଯାହା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇଥାନ୍ତି । କିନ୍ତୁ ତାହାର କୌଣସି ସୁଫଳ ମିଳିପାରି ନଥାଏ । ଏଭଳି ପରିସ୍ଥିତିରେ ବାହାରୁ ଔଷଧ କିଣି ଖାଇବା ଅପେକ୍ଷା ଏମିତି କିଛି ଘରୋଇ ଉପାୟ ରହିଛି ଯାହାଦ୍ୱାରା ଆପଣଙ୍କୁ ଏହି ସମସ୍ୟାରୁ ମିଳିପାରିବ ଶୀଘ୍ର ମୁକ୍ତି।

ଆସନ୍ତୁ ଜାଣିବା କଣ ସେହି ଘରୋଇ ଉପାୟ :

-ତଣ୍ଟି ବସିଥିଲେ ପ୍ରଥମତଃ ଆପଣ ଏକ ପାତ୍ରରେ କିଛି ପାଣି ଏବଂ ସେଥିରେ କିଛି ଲୁଣ ପକାଇ ତାହାକୁ ଉଷୁମ କରିଦିଅନ୍ତୁ । ଏହାପରେ ସେହି ଉଷୁମ ଲୁଣ ପାଣିରୁ ଢୋକେ ଢୋକେ  ନେଇ ତଣ୍ଟି ପାଖରେ ରଖି ଗଗଲିଙ୍ଗ କରନ୍ତୁ । ଦିନକୁ ଏପରି ଅତିକମ୍ ରେ ୪ ରୁ ୫ଥର କରନ୍ତୁ ଦେଖିବେ ଆପଣଙ୍କ ତଣ୍ଟିରେ କିପରି ଫରକ ନଜର ଆସିବ ।

1hju-ମୁଖ୍ୟତଃ ପେଟ ଗରମ କିମ୍ବା ଥଣ୍ଡା ହେବା କାରଣରୁ ତଣ୍ଟି ବସିଯାଇଥାଏ । ଏଥିପାଇଁ ମହୁ ବେଶ୍ ଉପକାରୀ । ତଣ୍ଟି ବସିବା କିମ୍ବା ଫୁଲିବା ଭଳି ସମସ୍ୟାକୁ ମହୁ ଦ୍ବାରା ଦୂର ହୋଇପାରିଥାଏ । ତେଣୁ ତଣ୍ଟି ବସିଥିବା ସମୟରେ ଆପଣ ମହୁ ଖାଇବା ଦ୍ୱାରା ତଣ୍ଟି ଦରଜ ସହ କାଶ ମଧ୍ୟ କମ ହୋଇଥାଏ ।

-ତଣ୍ଟି ବସିବା ସମୟରେ ଆପଣ ଥଣ୍ଡା କିମ୍ବା ନରର୍ମାଲ ପାଣି ନପିଇକି ନଖଉଷୁମ ପାଣି ପିଇବା ଦ୍ବାରା ତଣ୍ଟିକୁ ଆରାମ ମିଳିଥାଏ । ଏବଂ କଫ ସବୁ ବାହାରି ଯାଇଥାଏ । ଫଳରେ ତଣ୍ଟି ବସିବା କିମ୍ବା ଦରଜ ହେବା ସମସ୍ୟାରୁ ମୁକ୍ତି ମିଳିଥାଏ ।

1h-ତଣ୍ଟି ଦରଜ ହେଲେ ଗରମ ପାଣିରେ ବେକିଙ୍ଗ୍ ସୋଡ଼ା ମିଶାଇ ମଧ୍ୟ ଗଗଲିଙ୍ଗ କରିପାରିବେ। ଗରମ ପାଣିର ବେକିଙ୍ଗ୍ ସୋଡ଼ା ମିଶାଇ ଗଗଲିଙ୍ଗ କରିବା ଦ୍ୱାରା ଏହା ତଣ୍ଟି ପାଖରେ ଥିବା  ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ । ଯାହାଫଳରେ ଆପଣଙ୍କୁ ଉପଶମ ମିଳିଥାଏ ।

-ତଣ୍ଟି ବସିବା ସମୟରେ ଆପଣ ତେଜପତ୍ର, ମିଶିରି, ଅଦାକୁ ଛେଚି ପାଣିରେ ପକାଇ ଫୁଟାଇ ଦେଇ କାଢା ପ୍ରସ୍ତୁତ କରି ପିପାରିବେ । ଯାହା ଆପଣଙ୍କ ତଣ୍ଟିକୁ ଆରାମ ପହଁଚାଇବାରେ ସାହାର‌୍ୟ୍ୟ କରିବ ।

1kbkl-ତଣ୍ଟି ଦରଜ ହେବା ସମୟରେ ଆପଣ ପୁଦିନା ପତ୍ରକୁ ପାଣିର ଫୁଟାଇ ଗଗଲିଙ୍ଗ କରନ୍ତୁ। ଏପରି କରିବା ଦ୍ୱାରା ତଣ୍ଟି ଦରଜ ଭଳି ସମସ୍ୟା ଦୂର ହେବା ସହ ନିଶ୍ୱାସ ପ୍ରଶ୍ବାସ ନେବା ସହଜ ହୋଇଥାଏ । ଯାହାଫଳରେ ଆପଣରେ ଶାନ୍ତିରେ କିଛି ସମୟ ରେଷ୍ଟ୍ ନେଇପାରିବେ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.