ପୁରୀ କୃଷ୍ଣପ୍ରସାଦ ବ୍ଲକରେ ଫ୍ଲୁ ଆଶଙ୍କା, ୩ ଦିନରେ ମଲେଣି ୨୦ ହଜାରରୁ ଅଧିକ କୁକୁଡା

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଳୁ ଆଶଙ୍କା। ୩ ଦିନରେ ୨୦ହଜାରରୁ ଅଧିକ କୁକୁଡାଙ୍କ ମୃତ୍ୟୁ ହୋଇଛି। ଶତାଧିକ କାଉ ବି ଟଳି ପଡିଛନ୍ତି। ମୃତ ପକ୍ଷୀଙ୍କୁ ପୋତିଦିଆଯିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି। କୃଷ୍ଣପ୍ରସାଦ ଅଞ୍ଚଳରେ ଥିବା ମାଲୁଦା, ବ୍ରହ୍ମଣୀଦେଉ ଓ ଲତା ଆଦି ୧୦ରୁ ଅଧିକ କୁକୁଡା ଫାର୍ମରେ କୁକୁଡା ସବୁ ମରିପଡିଛନ୍ତି। ସେପଟେ ସ୍ଥିତ ଅନୁଧ୍ୟାନ ପାଇଁ ଭୁବନେଶ୍ୱର ପ୍ରାଣୀ ରୋଗ ଗବେଷଣା କେନ୍ଦ୍ରରୁ ୩ ଜଣିଆ ଟିମ୍‌ ନଳବଣକୁ ଯାଇଛନ୍ତି। ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ ଅଛି କି ନାହିଁ ସ୍ପଷ୍ଟ ହେବ। ଶୀତ ଦିନରେ ଚିଲିକାକୁ ବିଭିନ୍ନ ଦେଶରୁ ବିଦେଶାଗତ ପକ୍ଷୀ ଆସିଥାନ୍ତି। ତେଣୁ ସେମାନଙ୍କ ଠାରୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ କରାଯାଉଥିବା କୃଷ୍ଣପ୍ରସାଦ ପ୍ରାଣୀ ଚିକିତ୍ସକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.