Below header

ଚଟପଟା ସ୍ନାକ୍ସରେ ପ୍ରସ୍ତୁତ କରନ୍ତୁ ଚିଲ୍ଲି ପୋଟାଟୋ, ପାଇବେ ବଜାର ଭଳି ସ୍ୱାଦ

ଆବଶ୍ୟକ ସାମଗ୍ରୀ

କର୍ଣ୍ଣ ଫ୍ଲୋର – ୨ ବଡ ଚାମଚ
ଆଳୁ – ୨୫୦ ଗ୍ରାମ
ଅଦା-ରସୁଣ ପେଷ୍ଟ – ୧ ବଡ ଚାମଚ
ପିଆଜ –୨ଟି
ସ୍ପ୍ରିଙ୍ଗ ଅନିୟନ – ଗୋଟିଏ (ଛୋଟ କଟା ହୋଇଥିବା)
ଟମାଟୋ କେଚଅପ – ୧ ବଡ ଚାମଚ
ଭିନେଗାର – ଏକ ବଡ ଚାମଚ
ରେଡ ଚିଲ୍ଲି ସସ୍‌ – ୧ ବଡ ଚାମଚ
ଗୋଲ ମରୀଚ – ଚିମୁଟାଏ
ଲୁଣ – ସ୍ୱାଦାନୁସାରେ
ଧଳା ରାଶି- ୧/୨ ବଡ ଚାମଚ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଆଳୁକୁ ଛଡାଇ ଲମ୍ବା ଲମ୍ବା ଭଜା ଭଳି କାଟିଦିଅନ୍ତୁ।
  • ଏବେ ଏହାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଗରମ ପାଣିରେ ସିଝାଇ ଦିଅନ୍ତୁ।
  • ଏହାପରେ ପାଣିରୁ ବାହାର କରି ତୁରନ୍ତ ଥଣ୍ଡା ପାଣିରେ ଧୋଇ ସଫା କପଡାରେ ଖେଳାଇ ସୁଖାଇ ଦିଅନ୍ତୁ।
  • ଥଣ୍ଡା ହେବା ପରେ ଆଳୁରେ କର୍ଣ୍ଣଫ୍ଳୋର ଏବଂ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  • ପ୍ୟାନରେ ତେଲ ଗରମ କରି ସେଥିରେ ଆଳୁକୁ ହାଲକା ଫ୍ରାଏ କରନ୍ତୁ।
  • ଏହାପରେ ପୁଣି ଆଳୁକୁ ତେଲ କଡାରେ ପକାଇ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।
  • ଏବେ ଆଉ ଏକ ପ୍ୟାନରେ ଅଳ୍ପ ତେଲ ଗରମ କରି ସେଥିରେ ଧଳା ରାଶି ଏବଂ ପିଆଜ ପକାଇ ଦିଅନ୍ତୁ।
  • ଏହାପରେ ଅଦା-ରସୁଣ ପେଷ୍ଟ ପକାଇ ମିକ୍ସ କରନ୍ତୁ।
  • ଏବେ ଟମାଟୋ ସସ୍‌, ଭିନେଗାର, ସୋୟା ସସ୍‌, ରେଡ ଚିଲ୍ଲି ସସ୍‌ ମିଶାନ୍ତୁ।
  • ଏବେ ଏଥିରେ ପୂର୍ବରୁ ରଖିଥିବା ଆଳୁ ଏବଂ ଗୋଲ ମରୀଚ ମିଶାଇ ୫ ମିନିଟ ଫ୍ରାଏ କରନ୍ତୁ।
  • ଏହାକୁ ସର୍ଭିଂଙ୍ଗ ପ୍ଲେଟରେ ବାହାର କରି ସ୍ପ୍ରିଙ୍ଗ ଅନିୟନ ଏବଂ ଧଳା ରାଶିରେ ଗାର୍ନିସ କରି ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.