ଖୁବ୍‌ଶୀଘ୍ର ଟିଭି ପରଦାକୁ ଆସୁଛି ‘ବାଲିକା ବଧୂ’ର ନୂଆ ଆନନ୍ଦୀ, ଶୋ’ ମେକର୍ସ ସେୟାର କଲେ ସିଜନ ୨ର ଏହି କ୍ୟୁଟ୍‌ ଭିଡିଓ

ଟିଭିର ଲୋକପ୍ରିୟ ଶୋ’ ‘ବାଲିକା ବଧୂ’ର ଦ୍ୱିତୀୟ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ସମସ୍ତ ନୂଆ ଚରିତ୍ର ନଜର ଆସିବେ, ଯାହାକୁ ନୂଆ କଳାକାରମାନେ ନିଭାଇବେ। ଶୋ’ର ମେକର୍ସ ଶୋ’ର ଟିଜରକୁ ମଧ୍ୟ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରି ଦେଇଛନ୍ତି। ଏବେ ସାମ୍ନାକୁ ଆସିଥିବା ଏକ ସୁନ୍ଦର ଭିଡିଓରେ ଏକ କ୍ୟୁଟ୍‌ କୁନି ଝିଅ ନଜର ଆସୁଛି, ଯିଏ ନିଜ ପିଲାବେଳକୁ ଏଞ୍ଜୟ କରୁଥିବା ଦେଖାଯାଉଛି। ଭିଡିଓ ସାମାନ୍ୟ ଆଗକୁ ବଢ଼ିବା ପରେ କୁନି ଝିଅଟିର ବିବାହ କଥା ଆରମ୍ଭ ହୋଇଯାଉଛି।

ଖାସ୍‌ କଥା ହେଉଛି, ଭିଡିଓରେ ଏହା ଶୁଣିବାକୁ ମିଳୁଛି କି, ‘ଆନନ୍ଦୀ ପୁଣି ଫେରୁଛି’। ତେବେ ଅନୁମାନ କରାଯାଉଛି, ବଡ଼ ଆନନ୍ଦୀର ରୋଲ୍‌ ଅଭିକା ଗୌର ନିଭାଇ ପାରନ୍ତି। କହି ରଖୁଛୁ, ବାଲିକା ବଧୂର ପ୍ରଥମ ସିଜନରେ ଅଭିକା ଗୌର ମୂଖ୍ୟ ଭୂମିକା ନିଭାଇଥିଲେ। ତାଙ୍କ ଚରିତ୍ରର ନାଁ ଆନନ୍ଦୀ ଥିଲା। ଭିଡିଓ ସେୟାର କରିବା ସହିତ ଶୋ’ ମେକର୍ସ ଲେଖିଛନ୍ତି କି, ‘ବାଲ୍ୟ ବିବାହ ଏକ କୁପ୍ରଥା, ଯାହା ଆଜି ବି ସମାଜରେ ଜୀବିତ ଅଛି। ଏହାକୁ ହଟାଇବା ପାଇଁ ଜନ୍ମ ନେଇଛି ଏକ ନୂଆ ଆନନ୍ଦୀ, ଏକ ନୂଆ ବାଲିକା ବଧୂ। ବାଲିକା ବଧୂ ସିଜନ ୨ ଖୁବ୍‌ଶୀଘ୍ର ଆସୁଛି’।

ସୂଚନାଥାଉ କି, ଶିଶୁ କଳାକାର ଶ୍ରେୟା ପଟେଲ କୁନି ବୋହୂ ଚରିତ୍ର ନିଭାଇବେ। ଏଥି ପୂର୍ବରୁ ଶ୍ରେୟା ‘ଆପକୀ ନଜରୋଁ ନେ ସମଝା’ରେ ନଜର ଆସି ସାରିଛନ୍ତି। ସେହିପରି ‘ବାଲ୍‌ ବୀର’ ଆର୍ଟିଷ୍ଟ ବଂଶ ସୟାନୀ ବର ଚରିତ୍ରରେ ଦେଖାଯିବେ। କୁହାଯାଉଛି କି, ରାଜସ୍ଥାନରେ ‘ବାଲିକା ବଧୂ’ ଶୋ’ର ଶୁଟିଂ ପୂରା କରି ଦିଆଯାଇଛି। ଏବେ ବାକି ଶୁଟିଂ ମୁମ୍ବାଇରେ ହିଁ କରାଯିବ।

 

View this post on Instagram

 

A post shared by ColorsTV (@colorstv)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.