କରୋନା ମାହମାରୀ ପାଇଁ ୧ .୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ୟୁଜ୍(ବ୍ୟୁରୋ): କରୋନା ମାହମାରୀରେ ଗୁରୁତର ପ୍ରଭାବିତ ଅର୍ଥନୀତି ପାଇଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା ହୋଇଛି । ଋଣ ପାଇଁ ପୂର୍ବରୁ ଗ୍ୟାରେଣ୍ଟି ଦରକାର ପଡ଼ୁଥିବା ବେଳେ ଏହି ୧.୧ ଲକ୍ଷ କୋଟି ଟଙ୍କାର ଋଣ ପାଇଁ ସରକାର ଗ୍ୟାରେଣ୍ଟର ରହିବେ । ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ମାଧ୍ୟରେ ବିଭିନ୍ନ ସହର ଓ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ । ଏହା ଛଡ଼ା ଜନସ୍ୱାସ୍ଥ୍ୟ ବିଶେଷକରି ଶିଶୁମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅତିରିକ୍ତ ୨୩ ହଜାର ୨୨୦ କୋଟିର ପ୍ୟାକେଜ ଘୋଷଣା କରାଯାଇଛି । ଏହି ରାଶି ଚଳିତ ଆର୍ଥିକ ବର୍ଷରେ ହିଁ ବ୍ୟାୟ ହେବ ।

ଆତ୍ମର୍ନିଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି । ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି । ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ । ଯଦି ୫ ଲକ୍ଷ ପର୍ଯ୍ଯଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ ।ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ । କଟକଣା ମଧ୍ୟରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲ୍ଡରଙ୍କୁ ଆର୍ଥିକ ସହାୟତା ମିଳିବ । ସେମାନଙ୍କୁ ୧୦୦ ପ୍ରତିଶତ ଗ୍ୟାରେଣ୍ଟ ଯୋଗାଇ ଦିଆଯିବ । ୧୦ ହଜାର ୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.