Below header

ଭଦ୍ରକ: ପରକୀୟା ପ୍ରୀତିରୁ ମହିଳାଙ୍କ ଆତ୍ମହତ୍ୟା, ପ୍ରେମିକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ପରିବାର

ବାସୁଦେବପୁର(କେନ୍ୟୁଜ୍): ପରକୀୟା ପ୍ରୀତିରୁ ମହିଳାଙ୍କ ଆତ୍ମହତ୍ୟା। ପ୍ରେମିକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ମହିଳାଙ୍କ ପରିବାର। ଭଦ୍ରକ ଜିଲ୍ଲା ବାସୁଦେବପୁରର ଆର୍ତୁଂ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁର  କାହ୍ନୁ ଚରଣ ବେଙ୍ଗାଳୁରୁରେ କାମ କରୁଥିବା ବେଳେ ଘରେ ତାଙ୍କ ପତ୍ନୀ ରଶ୍ମିତା ଓ ପୁଅ ରୁହନ୍ତି। ରଶ୍ମିତାଙ୍କର ବାରାପୁର ଜିରେଇଗଡ଼ି ଗାଁର ଭାଗବତ ପରିଡ଼ାଙ୍କ ସହ ସଂପର୍କ ଗଢି ଉଠିଥିଲା। ଏହାକୁ ପରିବାର ଲୋକ ବିରୋଧ କରିଥିଲେ।

basudev pur

ଗତକାଲି ବିଳମ୍ବିତ ରାତିରେ ଭାଗବତ ରଶ୍ମିତାଙ୍କ ଘରକୁ ଆସିଥିବା ବେଳେ ପରିବାର ଲୋକଙ୍କ ହାତରେ ଧରା ପଡ଼ିଥିଲେ। ସେମାନେ ଭାଗବତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପ୍ରେମିକର ଏଭଳି ଅବସ୍ଥା ଦେଖି ଲଜ୍ଜାରେ ରଶ୍ମିତା ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ପରିବାର ଲୋକ ଓ ଗ୍ରାମବାସୀ ରଶ୍ମିତାଙ୍କ ମୃତ୍ୟୁ ପାଇଁ ଭାଗବତଙ୍କୁ ଦାୟୀ କରିଛନ୍ତି। ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଭାଗବତକୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.