ଟ୍ଵିଟର ପୁଣି କଲା ବଡ଼ ଭୂଲ୍‌ : ଭାରତ ନକ୍ସାରୁ ଜମ୍ମୁ କଶ୍ମୀର ବାହାର, ଲଦାଖ ଚୀନ ଭାଗରେ

ଟ୍ଵିଟର ପୁଣି ଥରେ ଭାରତ ନକ୍ସାକୁ ଭୂଲ ଭାବେ ଦେଖାଇଛି । ଗତ ୨୦୨୦ ନଭେମ୍ବରରେ ମଧ୍ୟ ଭାରତ ସୀମାକୁ ନେଇ ବଡ଼ ଭୂଲ କରିଥିଲା । ଏହାକୁ ନେଇ ଦେଶରେ ଅସନ୍ତୋଷ ଦେଖାଦେଇଛି । ସରକାର ଏହା ବିରୋଧରେ ନେଇପାରନ୍ତି ବଡ଼ ପଦକ୍ଷେପ ।

ନୂଆଦିଲ୍ଲୀ : ସୋସିଆଲ ନେଟଓ୍ଵର୍କ ସାଇଟ ଟ୍ଵିଟର(Twitter) ପୁଣି ଥରେ ବଡ଼ ଭୂଲ କରିଛି । ଭାରତର ଜମ୍ମୁ କଶ୍ମୀରକୁ ଭାରତ ଠାରୁ ଅଲଗା କରିଦେବା ସହ ଲଦାଖକୁ ଚୀନ ସହ ମିଶାଇ ଦେଇଛି । ଟ୍ଵିଟର ଭାରତକୁ ଯେଉଁ ନକ୍ସା ଦେଖାଇଛି ସେଥିରେ ଲେହ ଓ ଲଦାଖର ବଡ଼ ଅଞ୍ଚଳ ଚୀନ ସହ ଥିବା ଦର୍ଶାଯାଇଛି ।

ଜମ୍ମୁ କଶ୍ମୀରକୁ ଅଲଗା ଦେଶ ଭାବେ ଦର୍ଶାଇଛି :

ଟ୍ଵିଟର ତା’ର ନକ୍ସାରେ ଜମ୍ମୁ କଶ୍ମୀର ଓ ଲଦାଖକୁ ଏକ ଅଲଗା ଦେଶ ଭାବେ ଦର୍ଶାଇଛି । ଭାରତ ସୀମାକୁ ନେଇ ଟ୍ଵିଟର ବାରମ୍ବାର ଏପରି ଭୂଲ କରୁଛି । ଜଣାଯାଉଛି ଏଥର ସରକାର ଟ୍ଵିଟର ଉପରେ କଡ଼ା ପଦକ୍ଷେପ ନେବେ ।

ସରକାର ନେଇ ପାରନ୍ତି ଏପରି କାର୍ଯ୍ୟାନୁଷ୍ଠାନ :

ଟ୍ଵିଟରର ଏପରି ଭୂଲ ପାଇଁ ସରକାର ପୁଣି ଥରେ ନୋଟିସ ଜାରି କରିପାରନ୍ତି । ନୋଟିସ ପରେ ଯଦି ଟ୍ଵିଟର ତ୍ରୁଟି ସଂଶୋଧନ ନ କରେ ତେବେ ସମ୍ଭାବିତ ବିକଳ୍ପ ଭାବେ ପ୍ରତିବନ୍ଧ ଲଗାଇବା ପାଇଁ ଆଇଟି ରୁଲ୍‌ ସଂଶୋଧନ କରିପାରନ୍ତି । ଏବଂ ଆଇଟି ଧାରା ୬୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି ।

ଏହାଛଡ଼ା ଅପରାଧ ଆଇନ (ସଂଶୋଧନ) ଅଧିନିୟମ ଅନୁଯାୟୀ ସରକାର ଏଫଆଇଆର୍‌ ଦାଖଲ କରିପାରିବେ । ଯେଉଁଥିରେ ୬ ମାସ ଯାଏ କାରାଗର ପ୍ରାବଧାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.