ବର୍ଷ ସାରା ଖରାପ ହେବ ନାହିଁ ଗ୍ରୀନ୍‌ ମଟର, ଜାଣନ୍ତୁ ଷ୍ଟୋର କରବାର ତରିକା

ମଟର ପନିର, ଆଳୁ ମଟର ହେଉ ବା ମଟର ପଲାଉ କିମ୍ବା ମଟର କଚୋଡି ଖାଇବାକୁ ବହୁତ ଟେଷ୍ଟି ହୋଇଥାଏ । ଗ୍ରୀନ ମଟରରେ ଥିବା ଆଇରନ୍‌, ଜିଙ୍କ୍‌, ଭିଟାମିନ ଓ ମିନେରାଲ ସହ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । ହେଲେ ଗ୍ରୀନ ମଟର ସର୍ବଦା ମିଳିନଥାଏ ।

ଯଦି ବା ମିଳେ ଅଧିକ ଦାମ ରହିଥାଏ । ଗ୍ରୀନ ମଟର ସିଜନ ଶୀତ ଦିନେ ଆରମ୍ଭ ହୋଇଥାଏ । ଏହି ସମୟରେ ଏହା କମ୍‌ ଦାମରେ ମିଳିଥାଏ । ତେଣୁ ଗ୍ରୀନ ମଟରକୁ ଚାହିଁଲେ ଆପଣ ବର୍ଷେ ଯାଏ ସଂରକ୍ଷିତ କରି ରଖିପାରିବେ । ଆଜି ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ । ଯେପରି ଗ୍ରୀନ ମଟରକୁ ବର୍ଷେ ଯାଏ ସାଇତି ରଖିହେବ ।

green peas

ମଟରକୁ ଷ୍ଟୋର କରିବାର ତରିକା :

– ଗ୍ରୀନ ମଟର ଚୋପା ଛଡାଇ ଏହାକୁ ଏକ ପାତ୍ରରେ ରଖନ୍ତୁ ।

– ଏବେ ଏଥିରୁ ଛୋଟ ଓ ଖରାପ ଦାନାକୁ ଅଲଗା କରିଦିଅନ୍ତୁ ।

– କାରଣ ଦୀର୍ଘ ଦିନ ପାଇଁ ମଟରକୁ ରଖିବାକୁ ହେଲେ ଭଲ ଦାନାର ମଟରକୁ ରଖିବାକୁ ହେବ ।

– ଏବେ ମଟରକୁ ଭଲ ଭାବେ ଦୁଇଥର ଧୋଇ ଦିଅନ୍ତୁ ।

– ଗ୍ୟାସରେ ପାଣି ଗରମ କରନ୍ତୁ । ପାଣି ଫୁଟିବା ଆରମ୍ଭ ହେଲେ ସେଥିରେ ୨ ଛୋଟ ଚାମଚ ଚିନି ପକାନ୍ତୁ । ଏବେ ରଖିଥିବା ଗ୍ରୀନ ମଟରକୁ ସେଥିରେ ପକାଇ ଠିକ୍‌ ୨ ମିନିଟ ଫୁଟାନ୍ତୁ ।

– ଏବେ ଗ୍ୟାସରୁ ମଟରକୁ କାଢ଼ି ଛାଣି କରି ରଖନ୍ତୁ ।

– ଅନ୍ୟ ଏକ ପାତ୍ରରେ ଥଣ୍ଡା ପାଣି ବା ବରଫ ପାଣି ନେଇ ସେଥିରେ ଗରମ ପାଣିରୁ ଛଣା ହୋଇଥିବା ମଟରକୁ ପକାଇ ଦିଅନ୍ତୁ ।

– ମଟର ପୁରା ଥଣ୍ଡା ହୋଇଗଲେ ତାକୁ ଏକ ପାତ୍ରକୁ ଛାଣି ଦିଅନ୍ତୁ ।

– ଏବେ ଏହି ମଟରକୁ ଏକ ମୋଟା କପଡ଼ାରେ କିଛି ସମୟ ପାଇଁ ଖେଳାଇ ଦିଅନ୍ତୁ ।

– ପାଣି ସମ୍ପୂର୍ଣ୍ଣ ଶୁଖିବା ପରେ ଏହି ମଟରକୁ କିଛି ଚେନ ବାଲା ପଲିଥିନ କିମ୍ବା ଏୟାର ଟାଇଟ ଡବାରେ ପୁରାଇ ଫ୍ରିଜରେ ରଖି ଦିଅନ୍ତୁ ।

– ଏପରି ଗ୍ରୀନ ମଟରକୁ ରଖିବା ଦ୍ୱାରା ପୁରା ବର୍ଷକ ପାଇଁ ଏହାକୁ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.