ପୁଣି ଚୀନରୁ ଆସିଲା ନୂଆ ଭାଇରସ୍‌, କୋଭିଡ୍‌ ପରେ ଏବେ ମଙ୍କି B ଭୂତାଣୁ ଭୟ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମେ କରୋନା, ଏବେ ମଙ୍କି ବି। ପୁଣି ଚୀନରୁ ଆସିଲା ଘାତକ ଭୂତାଣୁର ପ୍ରଥମ ମୃତ୍ୟୁ ମାମଲା। କରୋନାର କାୟାରୁ ମୁକୁଳିନଥିବା ବିଶ୍ୱର ବୈଜ୍ଞାନିକଙ୍କୁ ଏବେ ଘାରିଲାଣି ନୂଆ ଭାଇରସ ଚିନ୍ତା। ରାଜଧାନୀ ବେଜିଂର ଜଣେ ୫୩ ବର୍ଷିୟ ପ୍ରାଣୀ ଚିକିତ୍ସକଙ୍କ ମଙ୍କି ବି ଭାଇରସରେ ମୃତ୍ୟୁ ହୋଇଛି। ଏନେଇ ଚାଇନା ସିଡିସି ୱିକ୍‌ଲି ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶିତ ହୋଇଛି। ମାର୍ଚ୍ଚ ମାସରେ ଦୁଇଟି ମାଙ୍କଡ଼ର ବ୍ୟବଚ୍ଛେଦ କରିଥିଲେ ଡାକ୍ତର। ତିନି ସପ୍ତାହ ପରେ ତାଙ୍କ ଠାରେ ସର୍ଦ୍ଦି ଓ ବାନ୍ତି ହୋଇଥିଲା। ପରେ ଶରୀରରେ ଜ୍ୱର ରହିବା ସହ ସ୍ନାୟୁଗତ ସମସ୍ୟା ଦେଖାଯାଇଥିଲା। ଜିନୀୟ ସଂରଚନା ପରେ ମଙ୍କି ବି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଚିକିତ୍ସିତ ଅବସ୍ଥାରେ ମେ ୨୭ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

ମଙ୍କି ବି ଭୂତାଣୁ ସାଧାରଣତଃ ମାକାଉ ପ୍ରଜାତିର ମାଙ୍କଡ଼ଙ୍କ ଠାରେ ଦେଖାଯାଇଥାଏ। ସେମାନଙ୍କ ଲାଳ, ମଳ, ମୁତ୍ର, ମସ୍ତିଷ୍କ ଓ ମେରୁଦଣ୍ଡରେ ଭୂତାଣୁ ରହିଥାଏ। ଜଳୀୟକଣା ପରିବେଶରେ ଏହା ବହୁ ସମୟ ଧରି ଜୀବିତ ରହିପାରେ। ଏହା ମଣିଷଙ୍କ ନିକଟକୁ ବ୍ୟାପୀବାର ସମ୍ଭାବନା କମ୍‌ ରହିଥାଏ। କିନ୍ତୁ ପ୍ରାଣୀ ଚିକିତ୍ସକ, ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଏହା ଖୁବ ଶୀଘ୍ର ବ୍ୟାପିଥାଏ। ମଙ୍କି ବି ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବ୍ୟଥା ଆଦି ପ୍ରାଥମିକ ଲକ୍ଷଣ ଦେଖାଦିଏ। ଅଧିକ ସଂକ୍ରମିତ ହେବା ପରେ ଶ୍ୱାସକ୍ରିୟାରେ କଷ୍ଟ, ସର୍ଦ୍ଦି, ବାନ୍ତି, ତଳିପେଟରେ ଯନ୍ତ୍ରଣା ହୋଇଥାଏ। ପରେ ସ୍ନାୟୁଗତ ସମସ୍ୟା ଦେଖାଯାଇ ମୃତ୍ୟୁର କାରଣ ପାଲଟିଥାଏ।

monkey

୧୯୩୨ ମସିହାରେ ପ୍ରଥମ ଥର ପାଇଁ ମଙ୍କି ବି ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୬୦ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୭୦ରୁ ୮୦ ପ୍ରତିଶତ ମୃତ୍ୟୁ ରେକର୍ଡ ହୋଇଛି। ଯଦି ଏହା ମଣିଷକୁ ସଂକ୍ରମଣ କରେ ତେବେ ସୁଷ୍ମୁନାକାଣ୍ଡକୁ ପ୍ରଭାବିତ କରି ସ୍ନାୟୁଗତ ସମସ୍ୟା ସୃଷ୍ଟି କରିଥାଏ ବୋଲି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍‌ ମେଡିସିନ୍‌ ପକ୍ଷରୁ କୁହାଯାଇଛି। ଏହାର କୌଣସି ଚିକିତ୍ସା ପଦ୍ଧତି କିମ୍ବା ଟିକା ନଥିବାରୁ ବଢିଛି ଉଦ୍‌ବେଗ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.