Below header

କେବଳ ବ୍ରେଡ୍‌ କ୍ରମ୍ସ ନୁହେଁ, ଏହି ୫ଟି ଜିନିଷ ମଧ୍ୟ ଫ୍ରାଏଡ୍‌ ଫୁଡ୍‌କୁ କରିଥାଏ କ୍ରିସ୍‌ପି ଓ କୁର୍‌କୁରା

ବ୍ରେଡ୍‌ କ୍ରମ୍ସ ବା ବ୍ରେଡ୍‌ର ଗୁଣ୍ଡକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ। କେହି କେହି ଏହାକୁ ଗ୍ରେଭିକୁ ବହଳିଆ କରିବାକୁ ବ୍ୟବହାର କରନ୍ତି ତ ଆଉ କେହି ଛଣା ଜିନିଷର ଉପରେ କ୍ରିସ୍‌ପି କୋଟିଂ ପାଇଁ ବ୍ୟବହାର କରିଥାନ୍ତି। ଖାସ୍‌ କରି ଅଧିକାଂଶ ଲୋକ ବ୍ରେଡ୍‌ କ୍ରମ୍ସକୁ ପକଡ଼ାକୁ କ୍ରିସ୍‌ପି କରିବାକୁ ବ୍ୟବହାର କରିଥାନ୍ତି। କେତେକ ଖାଦ୍ୟରେ ବ୍ରେଡ୍‌ କ୍ରମ୍ସ ନ ପଡ଼ିଲେ ଏହାର ସ୍ୱାଦ ଅଧୁରା ରହିଯାଏ। କିନ୍ତୁ କେବେ ଭାବିଛନ୍ତି, ଯଦି କୌଣସି ଆଇଟମ୍‌ କରିବା ବେଳେ ବ୍ରେଡ୍‌ କ୍ରମ୍ସ ନଥିବ ତେବେ କଣ କରିବେ। ଯଦି କେବେ ଏଭଳି ସ୍ଥିତିର ସାମ୍ନା କରିବାକୁ ପଡ଼େ ତେବେ ଚିନ୍ତା କରିବାର କୌଣସି କଥା ନାହିଁ। ବ୍ରେଡ୍‌ କ୍ରମ୍ସ ବଦଳରେ ଆପଣ କେତେକ ଘରେ ଥିବା ଜିନିଷକୁ ବି ବ୍ୟବହାର କରିପାରିବେ, ଯାହା ଆପଣଙ୍କ ଆଇଟମ୍‌ର ସ୍ୱାଦକୁ କମ୍‌ ହେବାକୁ ଦେବନି। ଆସନ୍ତୁ ଜାଣିବା ବ୍ରେଡ୍‌ କ୍ରମ୍ସର କ’ଣ ରହିଛି ବିକଳ୍ପ…

କର୍ଣ୍ଣ ଫ୍ଲେକ୍ସ:

କର୍ଣ୍ଣ ଫ୍ଲେକ୍ସ ବା ମକାକୁ ମଧ୍ୟ ବ୍ରେଡ୍‌ କ୍ରମ୍ସ ଭଳି କ୍ରିସ୍‌ପିନେସ୍‌ ବଢ଼ାଇବାକୁ ବ୍ୟବହାର କରି ହେବ। ଏହାକୁ ଯେ କୌଣସି ପକୋଡା ଉପରେ ଲେୟାରରେ ବ୍ୟବହାର କରିପାରିବେ। ଏହା ଖାଦ୍ୟକୁ କୁରୁମୁରା ବନାଇବା ସହ କର୍ଣ୍ଣର ଫ୍ଲେଭର ବି ଦେଇଥାଏ।

ଓଟ୍ସ:

ଏବେ ସମସ୍ତଙ୍କ ଘରେ ଓଟ୍ସ ବ୍ୟବହାର କରାଯାଉଛି। ଏହାକୁ ଏକ ଡାଏଟ୍‌ ଫୁଡ୍‌ ଭାବେ ଲୋକମାନେ ଖାଇଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ଓଟ୍ସକୁ ବ୍ରେଡ୍‌ କ୍ରମ୍ସର ବିକଳ୍ପ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ। ଏଥିପାଇଁ ରୋଲ୍ଡ ଓଟ୍ସ ବ୍ୟବହାର କରିପାରିବେ।

Bread crumps2

ସୁଜି:

କୌଣସି ପକୋଡ଼ା ଜାତୀୟ ଜିନିଷକୁ ମୁଡ଼ ମୁଡ଼ କରିବାକୁ ଆପଣ ଚାହିଁଲେ ସେଥିରେ ସୁଜି ମଧ୍ୟ ବ୍ୟବହାର କରିପାରିବେ। ସୁଜି ଖାଦ୍ୟକୁ କ୍ରିସ୍‌ପି କରିବା ସହ ଏହାର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ।

ଆଳୁ ଚିପ୍ସ:

ଯଦି ଚିକେନ୍‌ ପକୋଡ଼ା କିମ୍ବା ଡମ୍ଲିଂ ବଲ୍‌ ତିଆରି କରୁଛନ୍ତି ଓ ଘରେ ବ୍ରେଡ୍‌ କ୍ରମ୍ସ ସରି ଯାଇଛି, ତେବେ ତା’ ସ୍ଥାନରେ ଆପଣ ଆଳୁ ଚିପ୍ସକୁ ବି ବ୍ୟବହାର କରିପାରିବେ। ଆଳୁ ଚିପ୍‌ସ ପକୋଡ଼ାର ଉପରର ଲେୟାରକୁ କ୍ରିସ୍‌ପି କରିବା ସହ ଏହାର ସ୍ୱାଦ ବି ବଢ଼ାଏ। ଏହାକୁ ବ୍ୟବହାର କରିବା ବେଳେ ହାତରେ ଅଳ୍ପ ଚୁରି ଦେବେ। ଫଳରେ ଏହା ସମାନ ପରିମାଣରେ ପକୋଡ଼ାରେ ଲାଗିପାରିବ।

ବିସ୍କୁଟ୍‌:

ଯଦି କିଛି କୋଟିଂ ଡିସ୍‌ ତିଆରି କରୁଛନ୍ତି ଓ ଘରେ ବ୍ରେଡ୍‌ କ୍ରମ୍ସ ସହ ଅନ୍ୟ ସାମଗ୍ରୀ ବି ନାହିଁ, ତେବେ ଏଭଳି ସ୍ଥିତିରେ ବିସ୍କୁଟ୍‌ ଗୁଣ୍ଡକୁ ବ୍ୟବହାର କରିପାରିବେ। କାଷ୍ଟିଂ ଭାବେ ଏହା ଏକ ଭଲ ବିକଳ୍ପ। ଏହାକୁ ବ୍ୟବହାର କରିବା ପୂର୍ବରୁ ଧ୍ୟାନ ଦେବେ ଯେମିତି ବେଶି ଗୁଣ୍ଡ ନ ହୁଏ।

Also Read: କୁକୁରକୁ ଆଉଁସୁଥିବା ମାଲିକ ଉପରେ ରାଗିଗଲା ପୋଷା କଇଁଛ, ପାଖକୁ ଆସି କଲା ଏମିତି କାମ; ଦେଖନ୍ତୁ ମଜାଦାର ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.