ରାଜଧାନୀରେ ଚାଞ୍ଚଲ୍ୟ: ୧୪ ମାସର ଶିଶୁକନ୍ୟାକୁ ହତ୍ୟା ପରେ ଆତ୍ମହତ୍ୟା କଲେ ବାପା ଓ ମା’

ଭୁବନେଶ୍ବର(କେନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ। ଘଟିଛି ଛାତିଥରା ଘଟଣା । ୧୪ ମାସର ଶିଶୁକନ୍ୟାକୁ କରାଯାଇଛି ହତ୍ୟା । ଖାଲି ସେତିକି ନୁହେଁ ଶିଶୁକନ୍ୟାକୁ ହତ୍ୟା ପରେ ଆତ୍ମହତ୍ୟା କରିଛନ୍ତି ବାପା ଓ ମା’ । ସମ୍ପତ୍ତି ଓ ପାରିବାରିକ କଳହର ଏଭଳି କରୁଣ  ପରିଣତି ଘଟିଥିବା କୁହାଯାଉଛି । ଲକ୍ଷ୍ମୀସାଗର ଚିନ୍ତାମଣିସ୍ୱର ଅଞ୍ଚଳରେ ଘଟିଛି  ଏଭଳି ଏକ ଅଭାବନୀୟ ଘଟଣା । ଖବର ପାଇ ଘଟଣା ସ୍ଥଳରେ ପହଁଚିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ ।

ସୂଚନା ମୁତାବକ, ଗୋଟିଏ ଘରୁ ପୋଲିସକୁ ମିଳିଛି ୩ ମୃତଦେହ । ସମସ୍ତେ ମହାରାଷ୍ଟ୍ର ବାସିନ୍ଦା । ବାପାଙ୍କ ସମ୍ପତ୍ତି ନେଇ ଦୀର୍ଘ ଦିନ ହେଲା ଲାଗି ରହିଥିଲା କଳହ । ମୃତ ବ୍ୟକ୍ତିଙ୍କ ବାପା ଦ୍ୱିତୀୟ ପତ୍ନୀଙ୍କ ନାଁରେ ସମ୍ପତ୍ତି କରିଦେବାରୁ ଛୁଆକୁ ହତ୍ୟା କରି ବାପା ଓ ମା’  ଆତ୍ମହତ୍ୟା କରିଥିବା କଥା ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.