କରାଚୀ ବିଶ୍ୱ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ପଛରେ ଜଣେ ଉଚ୍ଚଶିକ୍ଷିତା ମହିଳା

କରାଚୀ ବିଶ୍ୱ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ପଛରେ ଜଣେ ଉଚ୍ଚଶିକ୍ଷିତା ମହିଳା। ଘଟଣା ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରସେନ ଆର୍ମିର ମାଜିଦ ବ୍ରିଗେଡ଼। ଏହି ସଂଗଠନର ଜଣେ ମହିଳା ସଦସ୍ୟ ଚାଇନା ନାଗରିକଙ୍କୁୁ ଟାର୍ଗେଟ କରି ନିଜକୁ ବୋମାରେ ଉଡାଇଦେଇଥିଲେ। ମହିଳା ଜଣଙ୍କ ହେଉଛନ୍ତି ପାକିସ୍ତାନ କେଚ୍‌ ଜିଲ୍ଲାର ଶାରୀ ବେଲୁଚି। ସେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଶିକ୍ଷକତା କରୁଥିଲେ। ୨୦୧୪ରେ ବିଏଡ଼ ଓ ପରେ ୨୦୧୮ରେ ଏମଏଡ୍‌ ପାସ କରିଥିଲେ। ବେଲୁଚିସ୍ତାନ ବିଶ୍ୱ ବିଦ୍ୟାଳୟରୁ ସେ ପ୍ରାଣୀ ବିଜ୍ଞାନରେ ସ୍ନାତକତ୍ତୋର ଡିଗ୍ରୀ ଓ ଆଲାମ ଇକବଲ ବିଶ୍ୱ ବିଦ୍ୟାଳୟରୁ ଏମ୍‌ଫିଲ୍‌ ମଧ୍ୟ କରିଥିଲେ।

ଶାରୀ ବିବାହ କରିଥିଲେ ଓ ତାଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି। ସ୍ୱାମୀ ଦାନ୍ତ ଡାକ୍ତର, ବାପା ଏକ ସରକାରୀ ସଂସ୍ଥାର ନିର୍ଦ୍ଦେଶକ । ଶାରୀଙ୍କ ପରିବାର ଶାନ୍ତ ଏବଂ କୌଣସି ଆନ୍ଦୋଳନରେ ସାମିଲ ହୋଇ ନାହିଁ। ଶାରୀ ନିଜେ ମଧ୍ୟ ଖୁବ ଶାନ୍ତି ପ୍ରକୃତିର। ପାଠପଢା ସମୟରେ ସେ କେବଳ ବେଲୁଚି ଛାତ୍ର ମୁକ୍ତି ସଂଗ୍ରାମ ସଂଗଠନର ସଦସ୍ୟ ଥିଲେ । ଏହି ବିସ୍ଫୋରଣରେ ୩ ଚୀନ ପ୍ରଧ୍ୟାପକଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା କେବଳ ପାକିସ୍ତାନ ନୁହେଁ, ଚୀନ ସରକାରଙ୍କୁ ମଧ୍ୟ ଚିନ୍ତିତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.