Below header

ଯଦି ଆପଣଙ୍କ ରୁମ୍‌ମେଟଙ୍କ ଦେହ ଅସୁସ୍ଥ ଅଛି, ତା’ହେଲେ ଏମିତି ଉପାୟରେ ରଖନ୍ତୁ ଧ୍ୟାନ

କେତେବେଳେ ପାଠପଢ଼ା ତ କେତେବେଳେ ଚାକିରି ଯୋଗୁ ଆଜିକାଲି ଝିଅମାନେ ନିଜ ସହର ଏବଂ ପରିବାରଠାରୁ ଦୂରରେ ରହୁଛନ୍ତି। ବାହାର ଜାଗାରେ ରହିବା ପାଇଁ ସେମାନେ ଅନ୍ୟ ଝିଅଙ୍କ ସହିତ ରୁମ୍‌ ଶେୟାର କରୁଛନ୍ତି। ଯଦି ଆପଣ ବି ଏମିତି ସ୍ଥିତିରେ ରହୁଥିବେ, ତା’ହେଲେ ଅନେକ କଥା ଉପରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ। ନିଜ ସହିତ ନିଜ ରୁମ୍‌ମେଟଙ୍କ ଧ୍ୟାନ ରଖି ଆପଣ ତାଙ୍କ ସହିତ ସାରା ଜୀବନ ପାଇଁ ଏକ ଭାବନାତ୍ମକ ସମ୍ପର୍କ ଯୋଡ଼ିପାରିବେ। ଆସନ୍ତୁ ଜାଣିବା ଏ ବିଷୟରେ ୬ଟି ଗୁରୁତ୍ୱପୂର୍ଣ୍ଣ କଥା।

r1

୧. ଆପଣଙ୍କ ରୁମ୍‌ମେଟ ଯେତେବେଳେ ରୋଗରେ ପଡ଼ିଥିବେ କିମ୍ବା ଦେହ ଅସୁସ୍ଥ ଥିବ, ତା’ହେଲେ ଆପଣଙ୍କ ପାଖରେ ଥିବା ଔଷଧ ତାଙ୍କୁ ଦିଅନ୍ତୁ ନାହିଁ। କାରଣ, ଏହା ଜରୁରୀ ନୁହେଁ ଯେ ଆପଣଙ୍କୁ ଯେଉଁ ସମସ୍ୟା ଅଛି, ତାଙ୍କର ବି ସେହି ସମସ୍ୟା ହୋଇଥିବ।

୨. କେବେ ବି ଇଣ୍ଟରନେଟ୍‌ରେ ସର୍ଚ୍ଚ କରି ରୁମ୍‌ମେଟଙ୍କୁ ଔଷଧ ଦିଅନ୍ତୁ ନାହିଁ।

୩. ରାତିରେ ଯଦି ହଠାତ୍‌ ରୁମ୍‌ମେଟ ଦେହ ଖରାପ ହୋଇଯାଏ, ତା’ହେଲେ ନିଦରେ ଶୋଇବାର ବାହାନା କରନ୍ତୁନି, ବରଂ ଶେଯରୁ ଉଠି ତାଙ୍କୁ ସାହାଯ୍ୟ କରନ୍ତୁ।

r4

୪. ରୁମ୍‌ମେଟ ଅସୁସ୍ଥ ଥିଲେ, କେବେ ବି ଭାବନ୍ତୁ ନାହିଁ ଯେ ସେ ପଇସା ଦେଲେ ଆପଣ ଔଷଧ କିଣିବେ। ଏଠି ଆପଣଙ୍କୁ ଆପଣଙ୍କ କର୍ତ୍ତବ୍ୟ କରିବାକୁ ହେବ। ତାଙ୍କୁ ପଇସା ନ ମାଗି ନିଜ ପଇସାରେ ହିଁ ଔଷଧ କିଣିଆଣିବା ପ୍ରକୃତ ସାଙ୍ଗର ପରିଚୟ ହେବ।

୫. ଯଦି ତାଙ୍କର ଫୋନ୍‌ ବାଲାନ୍ସ ସରିଯାଇଥାଏ, ତା’ହେଲେ ନିଜ ଫୋନ୍‌ରୁ ତାଙ୍କୁ କଲ୍‌ କରିବାକୁ ଦିଅନ୍ତୁ।

୬. ଯଦି ରୁମ୍‌ମେଟ ତାଙ୍କ ଦେହ ଅସୁସ୍ଥ ବେଳେ ଆପଣଙ୍କୁ ଚିଡିଚିଡ଼ା ବ୍ୟବହାର କରନ୍ତି, ତେବେ ସେହି କଥାକୁ ନେଇ ଧରି ବସନ୍ତୁ ନାହିଁ। କାରଣ, ଦେହ ଅସୁସ୍ଥ ଥିଲେ ସାଧାରଣତଃ ମଣିଷ ଚିଡିଚିଡ଼ା ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.