କରୋନାରୁ ସୁସ୍ଥ ହେବା ପରେ “ବ୍ଲାକଫଙ୍ଗସ” ପ୍ରତି ରୁହନ୍ତୁ ସାବଧାନ, ଏସବୁ ଦିଗ ପ୍ରତି ଦିଅନ୍ତୁ ଦୃଷ୍ଟି

ବର୍ତ୍ତମାନ ସମୟରେ ଦେଶରେ କରୋନାର ଦ୍ଵିତୀୟ ଲହର ପ୍ରାଦୁର୍ଭାବ ବିସ୍ତାର କରିବାରେ ଲାଗିଛି । ଏହି ଲହର ପ୍ରଭାବରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ବି ହେଉଛି । କିନ୍ତୁ ଏଭିତରେ ମ୍ୟୁକରମାଇକୋସିସ ବା ବ୍ଲାକ ଫଙ୍ଗସ ବି ନିଜ କାୟା ବିସ୍ତାର କରିବାରେ ଲାଗିଛି । ଆଉ ଏହି କାରଣରୁ ବି ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଉଛି । ଏହି ଫଙ୍ଗସ ପ୍ରଭାବକୁ କମ କରିବା ପାଇଁ ବିଶ୍ୱର ଵିଭିନ୍ନ ପ୍ରାନ୍ତର ବୈଜ୍ଞାନିକ ମାନେ ଜୋରଶୋରରେ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଜାଣନ୍ତି ମାତ୍ର କେତୋଟି ସାଧାରଣ ଉପାୟରେ ଆପଣ ଏହାର ପ୍ରଭାବକୁ କମାଇ ପାରିବେ ।

ଡାକ୍ତରଙ୍କ ଅନୁଯାୟୀ, ସ୍ଟିରଏଡ଼ କିମ୍ବା ଅନ୍ୟ କୌଣସି ଔଷଧ ମାତ୍ରାଧିକ ସେବନ କରିଥିବା ବ୍ୟକ୍ତିଙ୍କ ଠାରେ ହିଁ ବ୍ଲାକଫଙ୍ଗସର ଲକ୍ଷଣମାନ ଅଧିକ ଦେଖାଦେଉଛି । ଏହି କାରଣରୁ ହିଁ ମୁହଁରେ ବ୍ୟାକ୍ଟେରିଆ ବସିଯାଆନ୍ତି । ତେଣୁ ଯେଉଁ ମାନେ କରୋନାରୁ ସୁସ୍ଥ ହୋଇ ଫେରୁଛନ୍ତି ସେମାନେ ନିଜ ମୁଖର ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଏମିତି ବି କିଛି ରୋଗୀ ଅଛନ୍ତି ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇନଥିଲେ ମଧ୍ୟ ବ୍ଲାକଫଙ୍ଗସର ଶିକାର ହେଉଛନ୍ତି ।

ଏହାର ଲକ୍ଷଣ ଗୁଡିକ ଜାଣିରଖନ୍ତୁ:

– ଟ୍ୱିସ୍ୟୁରେ ମୁହଁ ପୋଛିବା ପରେ ଏହାର ରଙ୍ଗ ବଦଳିଲେ

– ମାଢ଼ିରୁ ରକ୍ତ ବାହାରୁଥିଲେ

– ଆଖି ଲାଲ ପଡିଲେ

black fungus

– ଜ୍ୱର ହେଉଥିଲେ

– ନାକ ବନ୍ଦ ହୋଇଯାଉଥିଲେ

– କାଶ ହେବା

– ଶ୍ୱାସ ନେବାରେ ଆସୁବିଧା ହେଉଥିଲେ

କଣ କଣ କରିବେ:

– ଅତି କମରେ ଦିନକୁ ଦୁଇ ଥର ବ୍ରସ କରନ୍ତୁ, ଯାହାଦ୍ୱାରା ମୁହଁ ସଫା ରହିବ ।

– ଗର୍ଗଲିଙ୍ଗ କରନ୍ତୁ । ଆଣ୍ଟି ଫଙ୍ଗାଲ ମାଉଥଫ୍ରେଶନର ବ୍ୟବହାର କରନ୍ତୁ ।

– କରୋନାରୁ ସୁସ୍ଥ ହେବା ପରେ କୌଣସି ପ୍ରକାର ଭାଇରାଲ ଇନଫେକ୍ସନରୁ ନିଜକୁ ସୁରକ୍ଷା ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.