୧୮ ଲକ୍ଷ ଟଙ୍କାରେ ନିଲାମ ହେଲା ଦୁଇଟି ଖରବୁଜ, ଜାଣନ୍ତୁ କ’ଣ ରହିଛି ଖାସିୟତ

ଖରବୁଜର ନାଁ ଶୁଣିଲେ ହିଁ ମୁହଁରେ ଲାଳ ଆସିଯାଇଥାଏ, କିନ୍ତୁ ଜାପାନରେ ଏହି ଫଳକୁ ନେଇ ଲୋକେ ଏତେ କ୍ରେଜି ଯେ ୟୁବାରୀ ନାମରେ ପ୍ରସିଦ୍ଧ ଦୁଇଟି ଖରବୁଜକୁ ୨୭ ଲକ୍ଷ ୟେନରେ କିଣା ଯାଇଛି। ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ଏହାର ମୂଲ୍ୟ ୧୮,୧୯,୭୧୨ ଲକ୍ଷ ଟଙ୍କା। ଚଳିତବର୍ଷ ଜାପାନର ଉତ୍ତର ହୋକ୍କାଇଡୋରେ ଏହି ଖରବୁଜ ଦୁଇଟିକୁ ନିଲାମ କରାଯାଇଛି।

ନିଲାମୀ ଆୟୋଜକ କହିଛନ୍ତି କି, ସମାନ ଆକାର ଥିବା ଏହି ୟୁବାରୀ ଖରବୁଜ ନିଜର ଉଚ୍ଚ ଗୁଣବତ୍ତା ଏବଂ ମିଠା ସ୍ୱାଦ ପାଇଁ ପ୍ରସିଦ୍ଧ। ଏହି ଫଳ ହୋକ୍କାଇଡୋରେ ଶୀତଦିନେ ବହୁତ କଠିନ ପରିସ୍ଥିତିରେ ଚାଷ କରାଯାଇଥାଏ। ଏହି ଫଳକୁ ସମ୍ମାନ ପୂର୍ବକ ଦେଖାଯାଇଥାଏ। ଖରବୁଜ ଫସଲ ମେ’ରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥାଏ। ଏଠାକାର ଚାଷୀ ଫଳର ଆକାର ଏବଂ ସୁନ୍ଦରତାକୁ ନେଇ ବେଶ ସଜାଗ ରହିଥାନ୍ତି। ଭଲ ଦାମ ପାଇଁ ଖରବୁଜ ଏକଦମ ଗୋଲ ଏବଂ ସୁନ୍ଦର ହେବା ବହୁତ ଜରୁରୀ ହୋଇଥାଏ।

ତେବେ ଖରବୁଜର ବିକାକିଣା ପାଇଁ ଜାପାନର ହ୍ୟୁଗୋ ଅଞ୍ଚଳରେ ସୁପର ମାର୍କେଟ ଅଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଏଥର ଏକ ବେବି ଫୁଡ ପ୍ରଡ୍ୟୁସର ଏହି ଖରବୁଜକୁ ସବୁଠୁ ଅଧିକ ଦାମରେ କିଣିଛି। ନିଲାମ କରାଯାଇଥିବା ଖରବୁଜ ଦୁଇଟିକୁ ଛୋଟ ଛୁଆ ଥିବା ପରିବାରକୁ ଦାନ କରାଯିବ, ଯେଉଁମାନଙ୍କୁ ପୂର୍ବରୁ ଅନଲାଇନ ଡ୍ରରେ ଚୟନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.