Below header

ଦୁନିଆର ସବୁଠୁ ଭଲ ଦଂପତି ହେବାକୁ ଚାହୁଁଛନ୍ତି : ବିବାହ କରନ୍ତୁ ଏହି ୪ଟି ମାସମାନଙ୍କ ମଧ୍ୟରୁ ଗୋଟିଏ ମାସରେ !

ସମସ୍ତେ ଚାହିଁଥାନ୍ତି ସେମାନଙ୍କୁ ନିଜର ଏପରି ଏକ ଜୀବନ ସାଥୀ ମିଳୁ ଯିଏ ସୁଖ ଏବଂ ଦୁଃଖର ଠିକ୍ ସାଥୀ ହୋଇପାରିବେ । ଯେଉଁଥିପାଇଁ ବିବାହ ପୂର୍ବରୁ ଘରେ ଜାତକ ମିଶାଇବା ପାଇଁ ପଣ୍ଡିତଙ୍କ ପାଖକୁ ଯାଇଥାନ୍ତି । କାହିଁକିନା, ଝିଅ ଏବଂ ପୁଅ ଭବିଷ୍ୟତରେ ଭଲ ସ୍ବାମୀ ଏବଂ ସ୍ତ୍ରୀ ହୋଇପାରିବେ କି ନାହିଁ ।

କିନ୍ତୁ ଆପଣ କ’ଣ ଜାଣିଛନ୍ତି ଏହି ଖାସ୍ ମାସରେ ବିବାହ କରୁଥିବା ଲୋକ ମାନେ ଆଗକୁ ଯାଇ ଦୁହେଁ ଦୁହିଁଙ୍କ ପାଇଁ ଦୁନିଆର ସବୁଠାରୁ ଭଲ ଜୀବନ ସାଥୀ ରୂପରେ ପ୍ରମାଣିତ ହୋଇପାରିଥାନ୍ତି ।

ଆସନ୍ତୁ ଜାଣିବା ଏହି ୪ଟି ମାସ ବିଷୟରେ :

ମାର୍ଚ୍ଚ-ଅପ୍ରେଲ୍ : ମାର୍ଚ୍ଚରୁ ଅପ୍ରେଲ୍ ମାସ ଏମିତି ମାସ ହୋଇଥାଏ ଯେ, ଯେଉଁ ମାନେ ଏହି ମାସ ଭିତରେ ବିବାହ କରିଥାନ୍ତି ସେହି ଦଂପତିଙ୍କ ମଧ୍ୟରେ ଅଧିକରୁ ଅଧିକ ମାତ୍ରାରେ ଭଲପାଇବା ରହିଥାଏ । ଏହି ମାସରେ ବିବାହ କରିଥିବା ଦଂପତି ଅଧିକ ରୋମାଣ୍ଟିକ୍ ସାବସ୍ତ୍ୟ ହୋଇଥାନ୍ତି । ଏମାନଙ୍କ ବିବାହ ସଫଳ ହୋଇଥାଏ କାରଣ ଏମାନେ ନିଜ ଅପେକ୍ଷା ପରସ୍ପରର ବେଶୀ ଧ୍ୟାନ ରଖିଥାନ୍ତି ।

ଜୁଲାଇ-ଅଗଷ୍ଟ : ଏହି ମାସରେ ବିବାହ କରିଥିବା ଦଂପତି ପରସ୍ପର ପ୍ରତି ବିଶ୍ବସ୍ଥ ହୋଇଥାନ୍ତି । ଏହି ପରି ଦଂପତି ପରସ୍ପରର ଅଧିକରୁ ଅଧିକ ଧ୍ୟାନ ରଖିଥାନ୍ତି । ଏହି ମାସରେ ବିବାହ କରୁଥିବା ଦଂପତି ଘର, ପରିବାର, ଛୁଆ ମାନଙ୍କ ବ୍ୟତିତ ଆର୍ଥୀକ ସ୍ଥିତି ପାଇଁ ଅଧିକ ମଜଭୁତ ହୋଇଥାନ୍ତି ।

ନଭେମ୍ବର-ଡିସେମ୍ବର : ବିବାହ କରିବା ପାଇଁ ଯଦି କୌଣସି ଖାସ୍ ମାସ ଥାଏ ତେବେ ଏହି ମାସ ହିଁ ସବୁଠାରୁ ଖାସ୍ ହୋଇଥାଏ । ଏହା ଏପରି ଏକ ମାସ ହୋଇଥାଏ ଯେଉଁ ମାସରେ ବିବାହ କରୁଥିବା ଦଂପତି କେବେହେଲେ ପରସ୍ପରର ହାତ ଛାଡି ନଥାନ୍ତି । ଏହି ଦଂପତିଙ୍କ ମଧ୍ୟରେ ବହୁତ ଭଲପାଇବା ଏବଂ ସମର୍ପଣର ଭାବନା ରହିଥାଏ ।

ଜାନୁଆରୀ- ଫ୍ରେବୁଆରୀ : ଏହି ମାସରେ ବିବାହ କରୁଥିବା ଦଂପତି ବହୁତ ରୋମାଣ୍ଟିକ୍ ହୋଇଥାନ୍ତି । ଏଇ ମାସରେ ଯେଉଁମାନେ ବିବହା କରିଥାନ୍ତି ସେମାନେ ଅଧିକ ଦାୟିତ୍ବବାନ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.