ଆସନ୍ତା ୯ରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ୯ ତାରିଖରେ ଏହି ପଦ ପାଇଁ ନିର୍ବାଚନ ହେବ । ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ସୂଚନା ଦେଇଛନ୍ତି । ଗତ ଜୁଲାଇରେ ପି.ଜେ. କୁରିଏନ୍‌ଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦ ଖାଲି ପଡିଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଜେଡିୟୁ ସାଂସଦ ହରିବଂଶଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରିବ ବୋଲି ସୂଚନା ମିଳିଛି । ପୂର୍ବରୁ ବିଜେଡି ସାଂସଦ ପ୍ରସନ୍ନ ଆଚାଯ୍ୟର୍ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । କଂଗ୍ରେସ କିମ୍ବା ବିରୋଧୀ ଦଳ ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ । ସବୁ ବିରୋଧୀ ଦଳ ଏକାଠି ବସି ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.