Below header

ପ୍ରତିଦିନ ସକାଳେ କରନ୍ତୁ ଏପରି ୫ଟି କାମ, କେବେ ବି ହେବେନି ରୋଗାଗ୍ରସ୍ତ

ପ୍ରତ୍ୟେକ ବ୍ୟକ୍ତିର ଦିନଚର୍ଯ୍ୟା ତା’ର ସ୍ୱାସ୍ଥ୍ୟ ସହିତ ଜଡିତ। ଯଦି ଆପଣଙ୍କ ଦିନଚର୍ଯ୍ୟା ଖରାପ ରହିଥାଏ, ତେବେ ଆପଣଙ୍କୁ ଯେକୌଣସି ସମୟରେ ରୋଗାକ୍ରାନ୍ତ ହୋଇପାରନ୍ତି। ଅବ୍ୟବସ୍ଥିତି ଜୀବନଶୈଳୀ ଆପଣଙ୍କ ସ୍ୱାସ୍ଥ୍ୟକୁ କବଳିତ କରିପାରେ। ଏମିତି କିଛି କାମ ରହିଛି, ଯାହା ଆପଣ ମାନି ଚଳିବା ଦ୍ୱାରା ନିଜକୁ ଫିଟ ରଖିପାରିବେ।

– ପ୍ରତିଦିନ ସକାଳୁ ଉଠି ଆପଣ ଅଳ୍ପ ଉଷୁମ ପାଣି ପିଅନ୍ତୁ। ଏପରି ଅଭ୍ୟାସ ଆପଣଙ୍କ ଜୀବନକୁ ସୁସ୍ଥ ରଖିଥାଏ। ସକାଳୁ ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରର ଅଧା ରୋଗ ଭଲ ହୋଇଯିବ। ସତେଜତା ଭରି ରହିବ। ଦିନଯାକ ନିଜକୁ ଫିଟ ରଖିପାରିବେ।

akrot

– ଖାଲି ପେଟରେ ପାଣି ପିଇବା ଦ୍ୱାରା ଆପଣ ରାତିରେ ଭିଜାଇ ଥିବା ବାଦାମ ଖାଇପାରିବେ। କେବଳ ବାଦାମ ନୁହେଁ ଏହା ସହିତ ଅଖରୋଟ ମଧ୍ୟ ଖାଆନ୍ତୁ। ଧ୍ୟାନରେ ରଖନ୍ତୁ, କେବଳ ଦୁଇଟି ବାଦାମ ଏବଂ ଖଣ୍ଡେ ଅଖରୋଟ ଖାଆନ୍ତୁ। ଧୀରେ ଧୀରେ ଏହାର ମାତ୍ରା ଶରୀରରେ ଭିଟାମିନର ମାତ୍ରା ବଢାଇଥାଏ। ଏହା ଆପଣଙ୍କ ଶରୀରରେ ମେଟାବଲୋଜିମ ସୃଷ୍ଟି କରିଥାଏ।

exercise

– ପ୍ରତିଦିନ ସକାଳୁ ଉଠିବା ପରେ ବ୍ୟାୟାମ କରିବା ଉଚିତ। ଜିମ୍‌ ଯାଆନ୍ତୁ, କିମ୍ବା ଯୋଗ କରନ୍ତୁ।ଏହାଛଡା ଘରେ ବସି ମଧ୍ୟ ଶରୀରକୁ ଷ୍ଟ୍ରେଚ କରିପାରିବେ। ସୂର୍ଯ୍ୟ ନମସ୍କାର କରନ୍ତୁ। ଜୀବନର ଶେଷ ପର୍ଯ୍ୟନ୍ତ ସୂଂର୍ଯ୍ୟ ନମସ୍କାର କରନ୍ତୁ। ଏହା ଆପଣଙ୍କ ପାଇଁ ରାମବାଣ ଔଷଧ ଭଳି କାମ କରିଥାଏ। ଏପରି କଲେ କେବେ ବି ରୋଗାଗ୍ରସ୍ତ ହେବେ ନାହିଁ। ବିପରୀତ ପରିସ୍ଥିତିରେ ମଧ୍ୟ ଲଢିବାକୁ ଶକ୍ତି ମିଳିଥାଏ।

– କେବଳ ବ୍ୟାୟାମ ନୁହେଁ, ଧ୍ୟାନ ମଧ୍ୟ କରନ୍ତୁ। ଯଦି ଆପଣଙ୍କୁ ଯୋଗ କରିବାକୁ ଟାଇମ ନାହିଁ ତେବେ ଆପଣ ଧ୍ୟାନରେ ୫ ମିନିଟ୍‌ ବସନ୍ତୁ। ଏପରି କଲେ ଆପଣଙ୍କୁ ମାନସିକ ରୂପେ ଶାନ୍ତି ମିଳିବ। ଏହାକୁ ନିତିଦିନ ଜୀବନରେ ସାମିଲ କରନ୍ତୁ।

fast

– ପ୍ରତିଦିନ ସକାଳ ଜଳଖିଆ ନିଶ୍ଚିତ ଖାଆନ୍ତୁ। ସକାଳ ଜଳଖିଆ ଶରୀରରେ ଉର୍ଜା ଏବଂ ଶକ୍ତି ପ୍ରଦାନ କରିଥାଏ। କୁପୋଷଣ ଦୂର କରିଥାଏ। ଯଦି ଆପଣ ସକାଳ ଜଳଖିଆ ନ କରନ୍ତି, ତେବେ କାମରେ ମନ ଲାଗିନଥା, ମନ ବିଚଳିତ ରହିଥାଏ। ଚିଡିଚିଡାପଣ ବୃଦ୍ଧି ପାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.