Below header

କିପରି ବନ୍ଦ ହୋଇଗଲା ଓଜନ ସ୍ତରରେ ସୃଷ୍ଟି ହୋଇଥିବା ବିରାଟ ଗର୍ତ୍ତ, ଜାଣନ୍ତୁ ଏହା ପଛର ରହସ୍ୟ

ମାର୍ଚ୍ଚ ମାସ ଶେଷ ଆଡକୁ “କପରନିକଶ ଏଟମାସ୍ଫୋୟର ମନିଟରିଙ୍ଗ ସର୍ଭିସ”ର ବୈଜ୍ଞାନିକ ମାନେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ ଆର୍କଟିକ କ୍ଷେତ୍ରର ଉପରି ଭାଗରେ ଏକ ବଡ ଆକାରର ଛିଦ୍ର ଦେଖିବାକୁ ପାଇଥିଲେ । ଖୁବ କମ ଦିନ ଭିତରେ ଏହି ଛିଦ୍ର ବଡ ଆକାର ଧାରଣ କରିଥିବା ଲକ୍ଷ କରାଯାଇଥିଲା । କୁହାଯାଉଛିକି ଏହି ଗର୍ତ୍ତର ଆକାର ପ୍ରୟତଃ ଗ୍ରୀନଲ୍ୟାଣ୍ଡ ଆକାର ସହ ସମାନ ହେବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏପ୍ରିଲ 23 ତାରିଖରେ ବୈଜ୍ଞାନିକ ମାନେ ଏକ ଶୁଭ ସୂଚନା ପାଇଥିଲେ । ସିଏଏମଏସ ତରଫରୁ ଟ୍ୱିଟ କରି

Space Hero - Media. For the Space Age | LinkedIn

ଜଣାଯାଇଥିଲାକି, ଚଳିତ ବର୍ଷ ମାର୍ଚ୍ଚ ମାସରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଯେଉଁ ଛିଦ୍ର ଠାବ କରାଯାଇଥିଲା ତାହା ବନ୍ଦ ହୋଇଯାଇଛି । କହିରଖିବା ଉଚିତ ହେବକି, ଓଜନ ସ୍ତର ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଦାଉରୁ ପୃଥିବୀ ପୃଷ୍ଠକୁ ସୁରକ୍ଷା ପ୍ରଦାନ କରିଥାଏ । ଭୂମିରୁ ୧୦ ରୁ ୪୦ କିଲୋମିଟର ଉଚ୍ଚରେ ମହଜୂତ ଓଜନ ସ୍ତର ଅଲଟାଭାଓଲେଟ ବିକିରଣରୁ ରକ୍ଷା କରିଥାଏ ।ସିଏଏମଏସ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, ଓଜନ ସ୍ତରରେ ଦେଖାଦେଇଥିବା ଏହି ଛେଦ ଆର୍ଟିକ ଭାଗର ଉପରି ଭାଗରେ ଅସାମାନ୍ୟ ପାଗ କାରଣରୁ ହିଁ ହୋଇଥିଲା ।

ଯେବେ ଖୁବ ଜୋରରେ ବହୁଥିବା ପବନ କୌଣସି ବରଫ ପୃଷ୍ଠ ଉପରେ ଅଧିକ ଦିନ ପର୍ଯ୍ୟନ୍ତ ଅଟକି ଯାଏ, ତେବେ ସେଠାରେ ଏକ “ପୋଲାର ଭର୍ଟେକ୍ସ” (ବୈଜ୍ଞାନିକଙ୍କ ଭାଷାରେ ) ସୃଷ୍ଟି ହୋଇଥାଏ । ଏହି ମଜଭୁତ ବାୟୁ କେବଳ ନିଜ ଚାରି ପଟେ ହିଁ ଘୁରିଥାଏ । ଏହି ସମୟରେ ସେ ନିଜ ଭିତରେ ଏତେ ମାତ୍ରାରେ ଶକ୍ତି ସୃଷ୍ଟି କରିଥାଏଯେ, ତାହା କୌଣସି ପୃଷ୍ଠ ଉପରେ ଛିଦ୍ର ସୃଷ୍ଟି କରିଦିଏ । ଯଦିବା ସୃଷ୍ଟି ହୋଇଥିବା ଛିଦ୍ର ଏବେ ବନ୍ଦ ହୋଇଯାଇଛି, କିନ୍ତୁ ବୈଜ୍ଞାନିକ ଙ୍କ ଅନୁଯାୟୀ ଯଦି ଆଗକୁ ପାଗ ଅନୁକୂଳ ରୁହେ, ତେବେ ପୁଣି ଥରେ ଛିଦ୍ର ସୃଷ୍ଟି ହୋଇପାରେ ।

90598_sunrise-world-space.jpg – Welcome to my story

ଅନ୍ୟ ପକ୍ଷରେ ସିଏଏମଏସ ତରଫରୁ ଟ୍ୱିଟ ଜରିଆରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛିକି, ଆର୍ଟିକର ଉପରି ଭାଗ ଓଜନ ସ୍ତରରେ ସୃଷ୍ଟି ହୋଇଥିବା ଛିଦ୍ର ବନ୍ଦ ହେବା ସହ ଲକ ଡାଉନର କୌଣସି ସମ୍ବନ୍ଧ ନାହିଁ । ଏହା କେବଳ ମଜବୁତ ଓ ଅସାଧାରଣ ବାୟୁ ଦୀର୍ଘ ସମୟ ପାଇଁ ବୋହିବା କାରଣରୁ ସୃଷ୍ଟି ହୋଇଥିଲା ଓ ପରେ ପାଗ ପ୍ରତିକୂଳ ହେବାରୁ ବନ୍ଦ ହୋଇଗଲା । କିନ୍ତୁ କହିରଖିବା ଉଚିତ ହେବକି, ପୃଥିବୀର ଦକ୍ଷିଣ ଭାଗରେ ଅବସ୍ଥିତ ଥିବା ଆଣ୍ଟାରଟିକାର ଉପରି ଭାଗରେ ଗତ 35 ବର୍ଷ ହେବ ପ୍ରତି ବର୍ଷ ବାରମ୍ବାର ବଡ ଆକାରର ଛେଦ ସୃଷ୍ଟି ହେଉଥିବା ଲକ୍ଷ କରାଯାଉଛି । ଅବଶ୍ୟ ପ୍ରତିବର୍ଷ ଏହାର ଆକାରରେ ପରିବର୍ତ୍ତନ ଆସୁଥିବା ଲକ୍ଷ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.