Below header

ଅଧାରେ ରହିଗଲା ଭିଟାମାଟି ପ୍ରେମ, ସୁରତରୁ ଓଡିଶା ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସରେ ମୃତ୍ୟୁ

ସାରା ଦୁନିଆକୁ ଥରହର କରି ରଖିଛି କରୋନା। କରୋନା ଭାରତରେ କାୟା ବିସ୍ତାର କରିବା ପରେ ଦେଶକୁ ଲକଡାଉନ କରିଦିଆଯାଇଛି। ଗାଡି ମଟର ବସ, ଟ୍ରେନ ଚଳାଚଳ ସବୁ ବନ୍ଦ ହୋଇଯାଇଛି। ଫଳରେ ଓଡ଼ିଆ ପ୍ରବାସୀ ମନେ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି।

suratତେବେ ନିକଟରେ କିଛି ଶ୍ରମିକ ନିଜେ ବସର ଆୟୋଜନ କରି ଓଡିଶା ଫେରିଛନ୍ତି ଏବଂ ଆଉ କିଛି ଶ୍ରମିକ ଓଡିଶା ଫେରୁଥିବା ସୂଚନା ରହିଥିଲା। ତେବେ ଏହାରି ଭିତରେ ସୁରତରୁ ଆସୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି।

suratସୁରତରୁ ବସରେ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ଗଂଜାମ ଜିଲ୍ଲା ସୋରଡା ନାରାୟଣପୁର ଗାଁର। ସେପଟେ ମୃତଦେହକୁ ଜବତ କରି ପରିବାର ସହିତ ଯୋଗାଯୋଗ କରିଛି ଛତିଶଗଡ଼ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.