Below header

ଦିଲ୍ଲୀ : ଗୋଟିଏ ବିଲ୍ଡିଂରୁ ବାହାରିଲେ ୪୧ କରୋନା ପଜେଟିଭ ରୋଗୀ

ନୂଆଦିଲ୍ଲୀ : କରୋନା ପଜେଟିଭ ମାମଲା ଭାରତରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି । ବିଶେଷ ଭାବେ ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ।ଦିଲ୍ଲୀ କପ୍‌ସେରା ଅଞ୍ଚଳରେ ଥିବା ଏକ ବିଲ୍ଡିଂରୁ ୪୧ ଜଣ କରୋନା ପଜେଟିଭ ଥିବା ଜଣାପଡ଼ିଛି ।

ଏହି ବିଲ୍ଡିଂରୁ ଜଣେ ବ୍ୟକ୍ତି ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଏପ୍ରିଲ ୧୮ ତାରିଖରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟରୁ ସେ କରୋନା ପଜେଟିଭ ଥିବା ଜଣାପଡିବାରୁ ବିଲ୍ଡିଂକୁ ସିଲ୍‌ କରାଯାଇ ଅନ୍ୟ ୧୭୫ ସଦସ୍ୟଙ୍କର ସାମ୍ପଲ୍‌ କରୋନା ଟେଷ୍ଟ ପାଇଁ ପଠାଯାଇଥିଲା ।

୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ଶନିବାର ଆସିଥିବା ବେଳେ ସେଥିରୁ ୪୧ ଜଣ ପଜେଟିଭ ଥିବା ଜଣାଯାଇଛି । ଏହି ବିଲ୍ଡିଂଟି ଏକ ଜନବହୁଳ ଅଞ୍ଚଳରେ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଞ୍ଚଳଟିକୁ ସିଲ୍‌ କରାଯାଇଛି ।

କରୋନା ଗାଇଡ଼ ଲାଇନ ଅନୁଯାୟୀ କୈାଣସି ଅଞ୍ଚଳରୁ ୩ ଟି କରୋନା ମାମଲା ବାହାରିଲେ ସେହି ଅଞ୍ଚଳକୁ ସିଲ୍‌ କରାଯିବାର ନିୟମ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଦିଲ୍ଲୀ ଏବେ କରୋନା ମାମଲାର ସବୁଠୁ ଖରାପ ସ୍ଥିତିରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.