Below header

ହାଣ୍ଡିଶାଳର ଏହି ସବୁ ସାମଗ୍ରୀ କେବେବି ହୋଇନଥାଏ ଏକ୍ସପାଏରୀ

ସାଧାରଣତଃ ଖାଦ୍ୟପାନୀୟ ଜିନିଷ ଗୁଡିକ ନିର୍ଦ୍ଦିଷ୍ଟ ସମୟ ପରେ ଖରାପ ହୋଇଯାଏ । ଏହି ସମୟ ପରେ ସେଗୁଡିକର ବ୍ୟବହାର ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏଣୁ ବଜାରରେ ମିଳୁଥିବା ସମସ୍ତ ଖାଦ୍ୟ ପଦାର୍ଥରେ ଏକ ଏକ୍ସପାଏରି ଡେଟ ଲେଖାଯାଇଥାଏ । କିନ୍ତୁ ଏମିତି ବି କିଛି ଜିନିଷ ଅଛି ଯେଉଁଥିରେ ଏକ୍ସପାଏରି ଡେଟ ଜମା ବି ଲେଖା ଯାଇନଥାଏ । ଏହାକୁ ବର୍ଷ ବର୍ଷ ଧରି ବ୍ୟବହାର କରାଯାଇପାରିବ | ନା ଏହାର ସ୍ଵାଦରେ କୌଣସି ପରିବର୍ତ୍ତନ ହୋଇଥାଏ ନା ଏହାର ପୋଷକ ତତ୍ତ୍ୱର ପରିମାଣ କମିଥାଏ । ଯଦି ଆପଣ କେବେ ଲକ୍ଷ କରିଥିବେ ତେବେ ନିଶ୍ଚିତ ରୂପେ ଦେଖିଥିବେ ଅଧିକାଂଶ ପଦାର୍ଥ ଗୁଡିକରେ ଦୁଇ ପ୍ରକାର ଡେଟ ଲେଖାଯାଇଥାଏ । କେତେ ଗୁଡିକରେ ବେଷ୍ଟ ବିଫୋର ଲେଖାଯାଇଥିବା ବେଳେ କେତେ ଗୁଡିକରେ ଏକ୍ସ ପାଏରୀ ଡେଟ ଲେଖାଯାଇଥାଏ । ବହୁ ଲୋକ ଏଦୁଇଟିର ଅର୍ଥ ସମାନ ବୋଲି ଭାବିଥାନ୍ତି ।କିନ୍ତୁ ପ୍ରକୃତରେ ଏହାର ଅର୍ଥ ସମାନ ନୁହେଁ ।

ବେଷ୍ଟ ବିଫୋର ମାନେ ହେଉଛି ଏହି ସମୟ ପୂର୍ବରୁ ଏହି ଜିନିଷର ବ୍ୟବହାର ଅଧିକ ଫାଇଦା ଦାୟକ ହୋଇଥାଏ | ଆଉ ଆପଣଙ୍କୁ ଖାଦ୍ୟର ସମ୍ପୂର୍ଣ ପୋଷଣ ମିଳିପାରିବ । ମଧ୍ୟ ସିଲ ବନ୍ଦ ହୋଇଥିବା ଖାଦ୍ୟ ପଦାର୍ଥ ଗୁଡିକର ଥରେ ସିଲ ଖୋଲିବା ଦ୍ୱାରା ଏଗୁଡିକ ବାହ୍ୟ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ । ଏହା ସହ ସମୟ ଅନୁସାରେ ଏହାର ପୋଷାକ ତତ୍ତ୍ୱ ମଧ୍ୟ କ୍ଷୟ ହୋଇଥାଏ । ତେଣୁ ଏହି ଖାଦ୍ୟ ଗୁଡିକୁ ଥରେ ଖୋଲିବା ଯେତେ ଶୀଘ୍ର ସମ୍ଭବ ବ୍ୟବହାର କରିଦେବା ଉଚିତ । ଆଉ ଥରେ ଖୋଲାଯିବା ପରେ ବେଷ୍ଟ ବିଫୋରର କିଛି ମାନେ ରହି ନଥାଏ । ତେବେ ଆସନ୍ତୁ ଏକ ନଜର ପକାଇବା କେଉଁ କେଉଁ ଖାଦ୍ୟର ଏକ୍ସ ପାଏରୀ ତାରିଖ କେବେ ମଧ୍ୟ ସାରି ନଥାଏ ।

white rice

ଧଳା ଚାଉଳ:

ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛିକି ଧଳା ଚାଉଳର ପୋଷାକ ତତ୍ତ୍ୱ ଦୀର୍ଘ ୩୦ ବର୍ଷ ଧରି ଅକ୍ଷୁର୍ଣ ରହିପାରେ । ଯଦି ଆପଣ ଏହି ଚାଉଳକୁ ଅକ୍ସିଜେନ ନିରୋଧକ କଣ୍ଟେନର ଓ ୪୦ ଡିଗ୍ରୀ ଫରେନହିଟରୁ କମ ତାପମାତ୍ରାରେ ରଖିବେ ତେବେ ଆପଣ ଏହା ପୋଷାକ ତତ୍ତ୍ୱ ଯେକୌଣସି ସମୟରେ ବି ପାଇପାରିବେ । କିନ୍ତୁ ଅନ୍ୟ ପକ୍ଷରେ ବ୍ରାଉନ ରାଇସକୁ ୬ ମାସରୁ ଅଧିକ ସମୟ ବ୍ୟବହାର କରାଯାଇପାରିବ ନାହିଁ ।

honey

ମହୁ:

ମନେ ରଖିବେ ଶୁଦ୍ଧ ମହୁର ଏକ୍ସପାଏରୀ କେବେ ମଧ୍ୟ ସରେ ନାହିଁ । ଫୁଲ ରସରୁ ମହୁମାଛି ମାନେ ମଧୁ ତିଆରି କରୁଥିବା ସମୟରେ ଏକ ପ୍ରକାର ଏନଜାଇମ କ୍ଷରଣ କରିଥାନ୍ତି । ଯଦ୍ୱାରା ମହୁ ସାଧାରଣ ଚିନିରେ ପରିଣତ ହୋଇଥାଏ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଜ ଗୁଣବତ୍ତା ବଜାୟ ରଖିଥାଏ । ଏହାକୁ ଯଦି ଏକ କାଚ ଜାରରେ ଭଲ ଭାବେ ବନ୍ଦ କରି ରଖାଯାଏ ତେବେ ଏହା କେବେବି ଖରାପ ହୁଏନାହିଁ ।

salt

ଲୁଣ:

ଜାଣନ୍ତିକି ଖାଦ୍ୟରେ ବ୍ୟବହାର ହେଉଥିବା ଲୁଣର ଉପାଦେୟତା କେବେ ମଧ୍ୟ କମିନଥାଏ । ଏହାର ଏକ୍ସପାଏରୀ କେବେ ବି ସରେ ନାହିଁ । ଲୁଣର ଏହି ଗୁଣ ଯୋଗୁଁ ହିଁ ଏହାକୁ କାହିଁ କେଉଁ କାଳରୁ ଖାଦ୍ୟ ପଦାର୍ଥରେ ବ୍ୟବହାର କରାଯାଇ ଆସୁଛି । ଆଚାର, ସସ ପରି ଖାଦ୍ୟକୁ ଦୀର୍ଘ ସ୍ଥାୟୀ କରିବା ପାଇଁ ଲୁଣ କୁ ହିଁ ବ୍ୟବହାର କରାଯାଏ । ଆଉ ମଧ୍ୟ ଏହି ଲୁଣରୁ ହିଁ ଶରୀରକୁ ଆୟୋଡିନ ମିଳିଥାଏ ।

ଏହା ସହ ପଢନ୍ତୁ: ଶୀତଦିନେ ଶିଶୁଙ୍କୁ ମଧ୍ୟ ହୋଇଥାଏ ଜଳୀୟ ଅଂଶ ଅଭାବ, କିପରି ଜାଣିବେ ଏହାର ଲକ୍ଷଣ

ଚିନି:

ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହୃତ ହେଉଥିବା ଚିନିକୁ ମଧ୍ୟ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ଭାବେ ରଖାଯାଇ ପାରିବ । ଏହି କାରଣରୁ ହିଁ ଏହାକୁ ଜ୍ୟାମ, ଜେଲି ପରି ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଏ ।

kabuli chana

ସୋଲା:

ବିଶ୍ୱର ଏକ ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରେ ଜଣା ପଡିଥିଲା କି ସୋଲା, ରାଜମା, ସୋୟା ଭଳି ଖାଦ୍ୟ ଦୀର୍ଘ ୩୦ ବର୍ଷ ପର୍ଯ୍ୟନ୍ତ ନିଜ ପୋଷଣକୁ ଅକ୍ଷୁର୍ଣ ରଖିପାରିଥାଏ । ଆହୁରି ମଧ୍ୟ ପାଉଡର ଦୁଗ୍ଧ, ମଦ ପରି ଜିନିଷ ଗୁଡିକ ମଧ୍ୟ ସେହି ପରି ନିଜ ପୋଷଣ ତତ୍ତ୍ୱ ବଜାୟ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.