ଏହି ସମୁଦାୟର ଲୋକେ ଚଉଠି ରାତିରେ ପାଳନ କରନ୍ତି ଏଭଳି ପରମ୍ପରା, ଯାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଅନେକ ଦେଶରେ ଏପରି କିଛି ସଂସ୍କୃତି ଏବଂ ପରମ୍ପରା ରହିଛି, ଯେଉଁଥି ପାଇଁ ସେହି ଦେଶ ଖ୍ୟାତି ଅର୍ଜନ କରିଥାଏ। କିନ୍ତୁ କେତେକ ଦେଶରେ ଏପରି କେତେକ ପରମ୍ପରା ରହିଥାଏ, ଯାହା ଅଦ୍ଭୁତ ଏବଂ ରୋଚକ ହୋଇଥାଏ। ଯେଉଁଥିପାଇଁ ଆପଣ ହସିବେ କିମ୍ବା ଲାଜ କରିବେ ତାହା ଚିନ୍ତା କରିପାରିବେ ନାହିଁ। ବିବାହ ଏବଂ ଚଉଠି ରାତିକୁ ନେଇ ଫ୍ରାନ୍ସରେ ଏପରି ପରମ୍ପରା ରହିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କୁ ଲାଜ ହିଁ ଲାଗିବ।

hand

ଫ୍ରାନ୍ସର ଚାରୀବାରୀ ସମୁଦାୟ ଲୋକ ବିବାହର ଚଉଠି ରାତିରେ ଏକ ଅଦ୍ଭୁତ ପରମ୍ପରା ପାଳନ କରନ୍ତି। ଏହି ପରମ୍ପରା ଅନୁଯାୟୀ ବିବାହ ପରେ ଚଉଠି ରାତିରେ ଦମ୍ପତିକୁ ହଇରାଣ କରିବା ପାଇଁ ଏକ ଅଦ୍ଭୁତ ପରମ୍ପରା ପାଳନ କରାଯାଏ। ଏହି ପରମ୍ପରା ଅନୁଯାୟୀ ଚଉଠି ରାତିରେ ପରିବାର ଲୋକ କିମ୍ବା ବନ୍ଧୁବର୍ଗ ଦମ୍ପତିକୁ ହଇରାଣ କରିବା ପାଇଁ ଘର ବାହାରେ ଜୋର ଜୋରରେ ବାସନ ବଜାନ୍ତି। ଫଳରେ ବର କନ୍ୟା ନିଜର ମନ କଥାକୁ ପରିପ୍ରକାଶ କରିପାରନ୍ତି ନାହିଁ। ସେମାନେ ଏହି ଶବ୍ଦ ଶୁଣି ବିରକ୍ତି ପ୍ରକାଶ କରନ୍ତି। ଏମିତି କରିବା ଫଳରେ ବରକନ୍ୟା ମଧ୍ୟରେ ପ୍ରେମର ସମ୍ପର୍କ ବଢିଥାଏ ବୋଲି ଏହି ସମୁଦାୟର ମାନ୍ୟତା ରହିଛି। ଏମାନଙ୍କ ଭିତରେ ପ୍ରେମ ସମ୍ପର୍କ ବଢେ ନା ନାହିଁ ଜଣାନାହିଁ କିନ୍ତୁ ହଁ ଏପରି କଲେ ନିଶ୍ଚିତ ଭାବେ ଶବ୍ଦ ପ୍ରଦୂଷଣ ବଢିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.