Below header

ଲୋକସଭାରେ ଆଦିବାସୀ ଶିଶୁଙ୍କ ବିକାଶ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):   ଲୋକସଭାରେ ଆଦିବାସୀ ଶିଶୁଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଆଦିବାସୀ ସଂପ୍ରଦାୟରେ ବାଲ୍ୟ ବିବାହ, ଅପପୁଷ୍ଟି, ବେଆଇନ ଚାଲାଣ, ଡ୍ରପ ଆଉଟ ହାର ଅଧିକ ଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର କଣ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ସେହିପରି ଭିନ୍ନକ୍ଷମ ଶିଶୁଙ୍କ ପାଇଁ କଣ ପଦକ୍ଷେପ ନିଆଯାଉଛି ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରଶ୍ନ ପଚାରିଛନ୍ତି । ଗୃହରେ ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି । ସେ କହିଛନ୍ତି, ନିର୍ଭୟା ପାଣ୍ଠି ଅଧିନରେ ସାରା ଦେଶର ବିଭିନ୍ନ ଜିଲ୍ଲାରେ ଆଣ୍ଟି ଟ୍ରାଫିକିଂ ୟୁନିଟ ଗଠନ କରାଯାଇ ଶିଶୁ ଓ ମହିଳା ଚାଲାଣ ଉପରେ ନଜର ରଖାଯାଉଛି । ସେହିପରି ସ୍କୁଲ ସ୍ତରରେ ଡ୍ରପ ଆଉଟ ହାର ରୋକିବାକୁ ମନିଟରିଂ କରାଯାଉଥିବା କହିଛନ୍ତି ସ୍ମୃତି ଇରାନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.