‘ ପ୍ରି-ୱେଡିଂ’ କୋର୍ସରେ ଫେଲ୍‌ ହୋଇଥିବା କପଲ୍ସକୁ ଦିଆଯିବନି ବିବାହ ଅଧିକାର, ଏହି ଦେଶର ସରକାର ଆଣିଲେ ନୂଆ ନିୟମ

ବିବାହକୁ ସଫଳ କରିବା ଏବଂ ସଫଳ ବୈବାହିକ ଜୀବନ ବିଷୟରେ ଯୁବଗୋଷ୍ଠୀଙ୍କୁ ଜଣାଇବା ପାଇଁ ଏସିଆ ମହାଦେଶର ଏକ ଦେଶ ‘ପ୍ରି-ୱେଡିଂ କୋର୍ସ’ ଆରମ୍ଭ କରିବାକୁ ବିଚାର କରୁଛି। ଆସନ୍ତୁ ଜାଣିବା ଏହି କୋର୍ସ ବିଷୟରେ।

marry3

ପ୍ରି-ୱେଡିଂ ନାମକ ଏହି କୋର୍ସ ଅଧୀନରେ ଯୁବକ/ଯୁବତୀମାନଙ୍କ ଜୀବନରେ ବିବାହ ପରେ ଆସୁଥିବା ପରିବର୍ତ୍ତନ ବିଷୟରେ କୁହାଯିବ। ଯାହାଫଳରେ ସେମାନେ ବୈବାହିକ ଜୀବନର ସବୁ ସମସ୍ୟାକୁ ସହଜରେ ଟାଳିପାରିବେ। ଇଣ୍ଡୋନେସିଆ ସରକାର ଏହି କୋର୍ସ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ଏକ େଓ୍ଵବ୍‌ସାଇଟରେ ଉଲ୍ଲେଖ ଥିବା ତଥ୍ୟ ଅନୁସାରେ, ଇଣ୍ଡୋନେସିଆ ସରକାର ୨୦୨୦ରେ ହିଁ ପ୍ରି-ୱେଡିଂ କୋର୍ସ ମାଗଣାରେ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି। କହି ରଖୁଛୁ କି, ଏହି କୋର୍ସ Human Development and Culture Affairs and Ministry of Religion and Ministry of Health Indonesiaର ମିଳିତ ପ୍ରଚେଷ୍ଟାରେ ପ୍ରସ୍ତୁତ କରାଯାଉଛି।

marry1

କ’ଣ ରହିବ ଏହି କୋର୍ସରେ

ପ୍ରି-ୱେଡିଂ କୋର୍ସର ଅବଧି ୩ ମାସ ରହିବ। କିନ୍ତୁ ସବୁଠାରୁ ମଜାଳିଆ କଥା ହେଉଛି, ଯଦି କୌଣସି କପଲ୍ସ ଏହି କୋର୍ସକୁ ପାସ୍‌ ନ କରିପାରନ୍ତି, ତେବେ ସେମାନଙ୍କୁ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି କୋର୍ସରେ କେବଳ ବିବାହକୁ ସଫଳ କରିବା ପାଇଁ ବୁଝାଯିବ ନାହିଁ, ବରଂ ପିଲାକୁ କିପରି ସମ୍ଭାଳିବେ, ରୋଗରୁ ମୁକ୍ତି ପାଇବେ, ସ୍ୱାସ୍ଥ୍ୟର ଯତ୍ନ ନେବେ, ସେ ବିଷୟରେ ମଧ୍ୟ ଶିକ୍ଷାଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.