Below header

କରଜରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ରରେ ଥିବା ଏହି ଉପାୟ !

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ମହତ୍ବ ରହିଛି । କୁହନ୍ତି କି’ ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ସମାଧାନକୁ ଆପଣାଇବା ଦ୍ବାରା ଅନେକ ସମସ୍ୟାର ସମାଧାନ ହୋଇପାରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ଅନେକ ବସ୍ତୁ ଘରର ସଦସ୍ୟମାନଙ୍କ ଉପରେ ସକରାତ୍ମକ ଏବଂ ନକରାତ୍ମକ ଉର୍ଜ୍ଜାର ପ୍ରଭାବ ସିଧାସଳଖ ପକାଇଥାଏ । ଜାଣିଛନ୍ତି, ବାସ୍ତୁ ଶାସ୍ତ୍ରରେ କରଜରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ବିଷୟରେ କୁହାଯାଇଛି । ଏହି ଉପାୟ ଆପଣାଇବା ଦ୍ବାରା ଆର୍ଥିକ ଲାଭରେ ସହାୟତା ହୋଇଥାଏ । କ’ଣ ଆପଣ ଏହି ଉପାୟ ବିଷୟରେ ଜାଣିଛନ୍ତି ? ଯଦି ଜାଣି ନାହାଁନ୍ତି ତେବେ ଅମେ ଆଜି ଆପଣଙ୍କୁ ଏହି ବିଷୟରେ ଜଣାଇବୁ ।

କୁହାଯାଏ କି’ ଏକ କାଚ ଗିନାରେ ସମୁଦ୍ରରୁ ବାହିରିଥିବା ଲୁଣକୁ ଭର୍ତ୍ତି କରି ପାଇଖାନା ଘରେ ରଖିଦିଅନ୍ତୁ । ମାନ୍ୟତା ଅଛି ଏହା କରିବା ଦ୍ବାରା କରଜରୁ ରକ୍ଷା ପାଇପାରିବେ । କୁହାଯାଏ ପାଇଖାନାଘର ଘରର ଭୁଲ୍ ଦିଗରେ ତିଆରି ହୋଇଥିଲେ ଏହା ଘର ପାଇଁ ଅଶୁଭ ଦୋଷ ବା ବାସ୍ତୁ ଦୋଷ ଲାଗିଯାଇଥାଏ ଏବଂ ସମୁଦ୍ର ଲୁଣ ଏହି ବାସ୍ତୁ ଦୋଷକୁ କାଟିଥାଏ । କୁହାଯାଏ ରୋଷେଇ ଘରେ ସର୍ବଦା ମା’ଲକ୍ଷ୍ମୀଙ୍କର ବାସ ହୋଇଥାଏ ତେଣୁ ରୋଷେଇ ଘରେ ସର୍ବଦା ଆଲୋକ ଲାଗାଇ ରଖନ୍ତୁ ।

ବାସ୍ତୁ ଦୋଷ ପାଇଁ ଅନ୍ୟ ଏକ ଉପାୟ ଦ୍ବାରା ଘରର ମୂଖ୍ୟ ଦୁଆର ମୁହଁରେ ଲକ୍ଷ୍ମୀଙ୍କର ପାଦ ଚିହ୍ନ ଲଗାଇବା ପାଇଁ କୁହାଯାଇଛି । ଏହା ଦ୍ବାରା ଘରକୁ ଧନ ଏବଂ ଖୁସିର ଆଗମନ ହୋଇଥାଏ । ଏହା ବ୍ୟତିତ ଘରର ମୂଖ୍ୟ ଦୂଆର ମୁହଁରେ ବଂଶି ଝୁଲାଇବା କଥା କୁହାଯାଇଛି । ବଂଶି କୁ ସର୍ବଦା ଘରେ ବଜାଇବା ଦ୍ବାରା ଏହା ଶୁଭ ହୋଇଥାଏ । ଏହା ସହ କୁହାଯାଏ ଘର ଭିତରକୁ ଜୋତା ଏବଂ ଚପଲ ଆଣିବା ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.